ଘନ କୁହୁଡି ଯୋଗୁଁ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ୍ ଓ ବସ୍ ଧକ୍କା, ୧୭ ଆହତ

ଘନ କୁହୁଡି ସାଜିଲା କାଳ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୭ ଆହତ  । ଦୁର୍ଘଟଣା ଇଷ୍ଟର୍ଣ୍ଣ ପେରିଫେରଲ ଏକ୍ସପ୍ରେସ ୱେରେ ଫରିଦାବାଦ ଆଡକୁ ଯାଉଥିବା ରାସ୍ତାରେ ହୋଇଛି ।  କୁହୁଡି ଯୋଗୁଁ ଭିଜିବିଲିଟି ବହୁତ କମ୍ ଥିଲା ବୋଲି ଦୁର୍ଘଟଣା ଘଟିଛି ।

ଖବର ମୁତାବକ, ଏକ ଟ୍ରକକୁ ପଛରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଆଗରେ ଥିବା ଏକ ବସ୍କୁ ଟ୍ରକ ଧକ୍କା ଦେଇଥିଲା ଏବଂ ଅନ ଏକ ଟ୍ରକ ସହିତ ଧକକା ହୋଇଥିଲା । ପାନିପତରୁ ମଥୁରା ଯାଇଥିବା ବସରେ ୧୭ ଜଣ ଲୋକ ରହିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆହତଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରିଥିଲା ପୋଲିସ ।

ତେବେ ଦୁର୍ଘଟଣାର ମୁଖ୍ୟ କାରଣ ଘନ କୁହୁଡି ବୋଲି ପୋଲିସ କହିଛି । ଭିଜିବିଲିଟି ବହୁତ କମ୍ ଥିବା ଯୋଗୁଁ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଅନ୍ୟପଟେ, ଆଗ୍ରା ନିକଟ ଫିରୋଜାବାଦରେ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ନାସିରପୁର ନିକଟରେ କାର୍-ଟ୍ରକ୍ ଧକ୍କା ହୋଇଛି । ଏକ SUV କାର୍ ଟ୍ରକକୁ ଧକ୍କା ଦେବା ଫଳରେ ଅନ୍ୟ ଗାଡ଼ିମଧ୍ୟରେ ପରସ୍ପର ଧକ୍କା ହୋଇ ଏକାଧିକ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

You might also like