ଏମିତିବି ଘଟିପାରେ ଘଟଣା ଯାହା ଆପଣଙ୍କୁ କରିଦେବ ସ୍ତବ୍ଧ, ଦେଖନ୍ତୁ ଭିଡିଓ

ସେ ପ୍ରାକୃତିକ ହେଉ କିମ୍ବା କୃତ୍ରିମ ବେଳେବେଳେ କିଛି ଏପରି ଅଘଟଣ ଘଟିଯାଏ ଯାହା ଆପଣଙ୍କ କଳ୍ପନା ବାହାରେ । ଦେଖୁଦେଖୁ ହଠାତ ଘଟିଯାଏ ଏଭଳି ହୃଦୟ ବିଦାରକ ଦୃଶ୍ୟ ଯାହା ଦେଖିଲେ ଆପଣ ନିଜ ଆଖିକୁ ବିଶ୍ୱାସ କରିପାରନ୍ତି ନାହିଁ । ଗତ କିଛି ସପ୍ତାହ ତଳେ ତୁର୍କୀର ଏକ ଭିଡିଓ ସାମ୍ନାକୁ ଆସିଛି ଏବଂ ଦେଖୁ ଦେଖୁ ଏହା ଭାଇରଲ ହେବାରେ ଲାଗିଛି । ଏହି ଭିଡିଓରେ ଯାହା ହୋଇଛି ତାକୁ ଦେଖିଲେ ନିଶ୍ଚୟ ଆପଣଙ୍କ ଛାତି ଥରି ଉଠିବ । ବୋଧହୁଏ ସେଥିପାଇଁ ଏହାର ଆରମ୍ଭରେ ଏଭଳି ଚେତାବନୀ ମଧ୍ୟ ଦିଆଯାଇଛି କି ଏହି ଭିଡିଓ ଦେଖୁଥିବା ବ୍ୟକ୍ତିଙ୍କୁ ଏହା ନିଶ୍ଚିତ ଭାବେ ବିଚଳିତ କରିପାରେ ।
ଏହି ଘଟଣାଟି ଗତ ବୁଧବାର ଦିନର ଅଟେ ଏବଂ ଏହା ତୁର୍କୀର ଦିୟରବଫିର ଅଂଚଳର ବୋଲି ଜଣାପଡିଛି । ଏକ ସିସିଟିବି ଫୁଟେଜର ଏହି ଭିଡ଼ିଓଟିରେ ଦେଖାଯାଇଛି ଯେ ଦୁଇଜଣ ମହିଳା ରାସ୍ତାରେ ଯାଉଥିବା ସମୟରେ ହଠାତ ମାଟିତଳକୁ ଖସିପଡିଥିଲେ । ଏହି ଘଟଣାର ଭିଡିଓ ଟର୍କୀସ ସିକ୍ୟୁରିଟି ଫୋର୍ସ ପକ୍ଷରୁ ଜାରି କରାଯାଇଛି । ସୂଚନା ମୁତାବକ ସୁଜୈନ କୁଦେ ନାମକ ଜଣେ ଡାକ୍ତର ଏବଂ ତାଙ୍କ ସହିତ ଯାଉଥିବା ଓ଼ଜଲେମ ଦୟାମାଜ ନାମକ ଜଣେ ନର୍ସଙ୍କ ସହିତ ଏକ ଭୟଙ୍କର ଘଟଣା ଘଟିଛି । ଗତ ବୁଧବାର ଦିନ ସନ୍ଧ୍ୟା 4ଟା ବେଳେ ନିଜ ଡ୍ୟୁଟି ସାରି ଫେରୁଥିବା ସମୟରେ ଏପରି ଏକ ଭୟାନକ ହୃଦୟ ବିଦାରକ ଘଟଣା ସାରା ଦୁନିଆକୁ ସ୍ତବ୍ଧ କରିଦେଇଛି ।
ଏହାସହ ପଢନ୍ତୁ ଜାଣନ୍ତୁ କଣ ଏହି ଇ-ଟୁରିଷ୍ଟ ଭିସା ? କେଉଁ ଋତୁରେ ରହିଛି ଏହାର କମ ଏବଂ ବେଶି ଡିମାଣ୍ଡ
ସିସିଟିବି ଫୁଟେଜ ଅନୁଯାୟୀ ଘଟଣା ଦିନ ସନ୍ଧ୍ୟାରେ ଦୁହେଁ ହସି ହସି ଘରକୁ ଫେରୁଥିଲେ ଏବଂ ସେହି ସମୟରେ ହଠାତ ସେ ଯାଉଥିବା ରାସ୍ତାଟି ମାଟି ତଳକୁ ଧସି ଯାଇଥିଲା । ଏବଂ ଦେଖୁ ଦେଖୁ ଦୁଇଜଣ ରାସ୍ତା ସହିତ ତଳକୁ ଖସି ପଡ଼ିଥିଲେ । ଏହା ଦେଖି ସେଠାରେ ଥିବା ଲୋକ ମାନଙ୍କ ମଧ୍ୟରେ ଚହଳ ସୃଷ୍ଟି ହୋଇ ଯାଇଥିଲା ଏବଂ ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳକୁ ଦୌଡ଼ି ଯାଇଥିଲେ । ଏହାପରେ କିଛିଲୋକ ସେହି ଗର୍ତ୍ତ ଭିତରେ ପଶି ମହିଳା ମାନଙ୍କୁ ବାହାର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ମହିଳା ମାନେ ସେହି ଭାଙ୍ଗି ପଡିଥିବା ରାସ୍ତାର ପଥର ତଳେ ଫସି ଯାଇଥିଲେ । ବହୁତ କଷ୍ଟରେ ଦୁଇ ମହିଳାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ମୁତାବକ ଦୁଇଜଣ ଅଳ୍ପ ମାତ୍ରାରେ ଆହତ ହୋଇଥିଲେ ଏବଂ ତାଙ୍କର ଚିକିତ୍ସା ପରେ ଦୁଇଜଣଙ୍କୁ ମେଡିକାଲରୁ ଡିସ୍ଚାର୍ଜ କରି ଦିଆଯାଇଛି ।