ମହାରାଷ୍ଟ୍ର : ମହାରାଷ୍ଟ୍ର ଗଢଚିରୋଲୀରେ ପୋଲିସ କମାଣ୍ଡୋ ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ । ଏଥିରେ ୨ ନକ୍ସଲ ମହିଳା ନିହତ ହୋଇଥିବା ବେଳେ ଘଟଣା ସ୍ଥଳରୁ ବନ୍ଧୁକ ଏବଂ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ଖବର ମୁତାବକ, ଗଢଚିରୋଲୀ ପୋଲିସ ଏଟାପଲ୍ଲୀ ଅଞ୍ଚଳର ଜାମ୍ବିଆ ଜଙ୍ଗଲରେ ଗୁଳି କରି ୨ ମହିଳା ମାଓବାଦୀଙ୍କୁ ନିହତ କରିଛି । ସି ୬୦ ଟିମ୍ ଏବଂ ସିଆରପିଏଫର ୧୯୧ ବାଟାଲିଅନ ଅଂଚଳରେ ଘେରାବନ୍ଦୀ କରି ବନ୍ଧୁକ, ପିସ୍ତଲ, ଗୋଳାବାରୁଦ ଏବଂ ଅନ୍ୟ ସାମଗ୍ରୀ ଜବତ କରିଛନ୍ତି ।
ଅତିରିକ୍ତ ପୋଲିସ ଅଧିକ୍ଷକ ସତ୍ୟ ସାଇ କାର୍ତ୍ତିକ ନେତ୍ତ୍ବରେ ଚାଲିଥିବା ଅଭିଯାନରେ ମାଓବାଦୀଙ୍କ ଗତିବିଧି ଉପରେ କାର୍ଯ୍ୟାନୁଷ୍ଠାନ କରିଛନ୍ତି । ଯାହା ପୋଲିସକୁ ବଡ଼ ସଫଳତା ବୋଲି କୁହାଯାଉଛି । ଏହି ଦୁଇ ମହିଳା ମାଓବାଦୀଙ୍କ ପରିଚୟ ମିଳିନଥିବାବେଳେ ଏବେ ପୋଲିସର କମ୍ବିଙ୍ଗ ଅପରେସନ ଜାରି ରହିଛି ।
Maharashtra | Two women Naxalites killed in encounter with police in Gadchiroli district: Neelotpal, SP Gadchiroli
Information was received that a few members of Gatta LOS are camping in the forest adjoining Modaske Village under PS Gatta Jambhiya in Etapalli Taluka. An Ops…
— ANI (@ANI) September 17, 2025
Also Read : ଉତ୍ତରାଖଣ୍ଡରେ ତାଣ୍ଡବ ରଚୁଛି ପ୍ରବଳ ବର୍ଷା : ୧୫ ଜଣଙ୍କର ମୃତ, ପୋଲ ଭୁସୁଡି ଯାତାୟତ ବାଧାପ୍ରାପ୍ତ