ଜମ୍ମୁ କାଶ୍ମୀର ମାତା ବୈଷ୍ଣୋଦେବୀ ଭବନ ରାସ୍ତାରେ ଭୂସ୍ଖଳନ, ଦୁଇ ମହିଳା ତୀର୍ଥଯାତ୍ରୀଙ୍କର ମୃତ୍ୟୁ

ଜମ୍ମୁ କାଶ୍ମୀର ମାତା ବୈଷ୍ଣୋଦେବୀ ଭବନ ରାସ୍ତାରେ ଭୂସ୍ଖଳନ। ଏଥିରେ ଦୁଇ ଜଣ ମହିଳା ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଝିଅର ଅବସ୍ଥା ଗୁରୁତର ଅଛି। ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ମାତା ବୈଷ୍ଣୋ ଦେବୀ ଭବନ ରାସ୍ତାରେ ଥିବା ପଞ୍ଚି ହେଲିପ୍ୟାଡ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାରେ ଗୁରୁତର ଥିବା ଝିଅର ଚିକିତ୍ସା ଡାକ୍ତରଖାନାରେ ଚାଲିଛି। ଶ୍ରୀ ମାତା ବୈଷ୍ଣୋ ଦେବୀ ଶ୍ରାଇନ୍ ବୋର୍ଡ- SMVDSBର ସିଇଓ ଘଟଣା ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି ଯେ, ମାତା ବୈଷ୍ଣୋ ଦେବୀ ରାସ୍ତାରେ ପଥର ଖସି ଦୁର୍ଘଟଣା ଘଟିଛି। ବୋର୍ଡର ବିପର୍ଯ୍ୟୟ ପରିଚାଳନା ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।…