ପ୍ରଥମ ଦେଶ ଭାବେ କ୍ୟୁବା ଦେଲା ୨ବର୍ଷର ଶିଶୁଙ୍କୁ କରୋନା ଭ୍ୟାକସିନ

କରୋନା ମହାମାରୀଠୁ ସୁରକ୍ଷିତ ରହିବା ପାଇଁ ସରକାର ଅନେକ ଅତ୍ୟାଧୁନିକ ବ୍ୟବସ୍ଥା ଗ୍ରହଣ କରୁଛନ୍ତି। ସଙ୍କଟ କାଳରେ ଲୋକଙ୍କୁ ଭୟଭୀତ ନହେବାର ପରାମର୍ଶ ଦେବା ସହ ସୁସ୍ଥ ରହିବା ପାଇଁ କୋଭିଡ ଭ୍ୟାକସିନ ଦେଉଛନ୍ତି। ତେବେ ଏବେ ଯାଏଁ ପ୍ରାୟ ସବୁ ବର୍ଗର ଲୋକଙ୍କୁ ଭ୍ୟାକସିନ ଦିଆହୋଇସାରିଛି। ସରକାର ତଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନଜର ଏବେ ରହିଛି ପିଲାଙ୍କ ଉପରେ। ପିଲାଙ୍କୁ କୋଭିଡ଼ଠୁ ସୁରକ୍ଷିତ ରଖିବା ପାଇଁ ତାଙ୍କ ପାଇଁ ଭ୍ୟାକସିନେସନର ପ୍ରକ୍ରିୟା ଆରମ୍ଭ ହୋଇଛି।

କିଛି ଦେଶରେ ସରକାର ଏଥିପାଇଁ ୧୨ବର୍ଷରୁ ଅଧିକ ବୟସର ସମୟସୀମା ଧାର୍ଯ୍ୟ କରିଥିଲେ। କିନ୍ତୁ କ୍ୟୁବା ଏଥିରେ ରେକର୍ଡ ସୃଷ୍ଟି କରିଛି। କ୍ୟୁବା ଦୁନିଆର ପ୍ରଥମ ଦେଶ ଯେଉଁଠି ୨ ବର୍ଷର ଶିଶୁକୁ ପ୍ରଥମ କରୋନା ଟୀକା ଦିଆଯାଇଛି। ଏଠାରେ ଦୁଇଟି କରୋନା ଟୀକା ଦିଆଯାଉଛି। ଏହି ଟୀକା କ୍ୟୁବାରେ ହିଁ ତିଆରି କରାଯାଇଛି। କିନ୍ତୁ ଏହି ଟୀକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମାନ୍ୟତା ଦେଇନାହିଁ।

cubaba
pc: miami herald

ଖବର ଅନୁଯାୟୀ, କ୍ୟୁବାର ଅବ୍ଦଲା ଏବଂ ସୋବରାନା ନାମକ ଦୁଇଟି କରୋନା ଟୀକା ଲଗାଯାଉଛି। ପିଲାଙ୍କ ଉପରେ ଏହାର କ୍ଳିନିକାଲ ଟ୍ରାୟଲ ଆରମ୍ଭ ହୋଇଛି। ଗତ ଶୁକ୍ରବାର ପିଲାଙ୍କୁ ଏହି ଭ୍ୟାକସିନ ଦେବାର ପ୍ରକ୍ରିୟା ଆରମ୍ଭ ହୋଇଛି। ଆରମ୍ଭରୁ ପ୍ରଥମେ ୧୨ ବର୍ଷ କିମ୍ବା ତାଠାରୁ ଉର୍ଦ୍ଧ୍ୱ ପିଲାଙ୍କୁ ଭ୍ୟାକସିନ ଦିଆଯାଇଛି। ଗତ କାଲି ଅର୍ଥାତ ସୋମବାର ୨ ରୁ ୧୧ ବର୍ଷରୁ ପିଲାଙ୍କୁ ଭ୍ୟାକସିନ ଦିଆଯାଇଛି। କ୍ୟୁବାର ସିଏନଫ୍ୟୁଗୋସ୍‌ ଏରିଆରେ ଏହି ଟୀକା େ ଦବା ପ୍ରକ୍ରିୟା ଆରମ୍ଭ ହୋଇଛି।

ତେବେ ଭାରତରେ ଖୁବଶୀଘ୍ର ୧୨ ବର୍ଷ କିମ୍ବା ତା ଠାରୁ ଅଧିକ ବୟସର ପିଲାଙ୍କୁ ଭ୍ୟାକସିନ ଦିଆଯିବାର ବ୍ୟବସ୍ଥା ଆରମ୍ଭ କରାଯିବ। ଏଥିପାଇଁ ଜାଇଡସ୍‌ କାଡିଲା ଟୀକାକୁ ବ୍ୟବହାର କରିବାର ଅନୁମତି ମିଳିଛି। ଏହାର ନାମ ରହିଛି ZyCov-D। ଏହାକୁ ଡିସିଜିଆଇ ପକ୍ଷରୁ ମଞ୍ଜୁରି ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.