ଖେଳୁଥିବା ବେଳେ ୧୫୦ ଫୁଟ୍ ତଳକୁ ଖସିପଡିଲା ଦୁଇ ବର୍ଷର ଶିଶୁ, ଦୀର୍ଘ ସମୟ ଧରି ଚାଲିଛି ଉଦ୍ଧାର କାର୍ଯ୍ୟ

ଚଣ୍ଡିଗଡ: ପଞ୍ଜାବ ସଙ୍ଗରପୁର ଜିଲ୍ଲାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଏବେ ଚାରିଆଡେ ଆଲୋଡନ ଖେଳାଇ ଦେଇଛି ।  ଘଟଣାଟି ହେଉଛି ୧୫୦ ଫୁଟ୍ ବୋରୱେଲ୍ ତଳକୁ ଏକ ଦୁଇ ବର୍ଷର ଛୋଟ ଛୁଆଟି ଖସି ପଡ଼ିଛି । ନଳକୂଅ ବସାଇବା ପାଇଁ ଏହି ଗଭୀର ଗାତ ଖୋଳାଯାଇଥିଲା। ତେବେ ଗତକାଲି ଅପରାହ୍ନ ୪ଟା ବେଳେ ଘର ପାଖରେ ଖେଳୁଥିବା ବେଳେ ଫତେବୀର ନାମକ ଛୁଆଟି ୧୫୦ ଫୁଟ୍ ବୋରଓ୍ୱେଲ ଭିତରେ ଖସି ପଡ଼ିଥିଲା।  ଘଟଣାସ୍ଥଳରେ ଫତେବୀରର ମାଆ ଉପସ୍ଥିତ ଥିଲେ ମଧ୍ୟ ପୁଅକୁ ଉଦ୍ଧାର କରି ପାରିନଥିଲେ ବୋଲି ଜଣାପଡ଼ିଛି।

fall intoଏହା ପରେ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି। ୧୫୦ ଫୁଟ୍ ତଳକୁ ଅମ୍ଳଜାନ ପହଞ୍ଚାଇବା ସହିତ ଖାଦ୍ୟ ପଠାଇବା ପାଇଁ ଉଦ୍ଧାରକାରୀ ଟିମ୍ ପ୍ରୟାସ କରୁଛନ୍ତି। ଜେସିବି ମେସିନ ଏବଂ ଟ୍ରାକ୍ଟର ସାହାଯ୍ୟରେ ବୋରଓ୍ୱେଲ ପାଖ ସ୍ଥାନରେ ଖୋଳା ଚାଲିଛି। ଗତକାଲି ସନ୍ଧ୍ୟାରୁ ଏବେ ଯାଏଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ରହିଛି।