ଜେଲରେ ଚାକିରି କରି ଏକାସାଙ୍ଗରେ କଏଦୀ ପ୍ରେମରେ ପଡିଗଲେ ଦୁଇ ଯୁବତୀ, ପରେ ଯୁବତୀଙ୍କ ନାମରେ ଆସିଲା ଏଭଳି ଅଭିଯୋଗ

ଦୁଇଜଣ ଯୁବତୀଙ୍କ ପ୍ରେମରେ ପଡିଗଲେ କଏଦୀ। ଜେଲରେ କାମ କରୁଥିବା ଦୁଇଜଣ ଯୁବତୀ ଜଣେ ପ୍ରେମିକକୁ ପ୍ରେମ କରି ବସିଛନ୍ତି। ଦୁହିଁଙ୍କ ସହିତ ରୋମାଣ୍ଟିକ ରିଲେସନସିପରେ ରହିଥିଲେ କଏଦୀ। ଏବେ ବିପଦରେ ଫସିଗଲେ ଦୁଇ ଯୁବତୀ। ଦୁଇ ଜଣ ଯୁବତୀଙ୍କ ମଧ୍ୟରୁ ଜଣେ ନର୍ସ ଏବଂ ଅନ୍ୟ ଜଣେ କଷ୍ଟଡି ଅଫିସର ଭାବେ ଜେଲରେ କାମ କରୁଥିଲେ। ଏହି ସମୟରେ ଦୁହେଁ କଏଦୀ ସହିତ ସମ୍ବନ୍ଧ ରଖିଥିଲେ।
ଖବର ମୁତାବକ, ନର୍ସ ଏଲିସ ହବ୍ସ ଏବଂ କଷ୍ଟଡି ଅଫିସର ରୁଥ ଶୈମଲା ଦୁହିଁଙ୍କ ବୟସ ୨୫ ବର୍ଷ ରହିଛି। ଦୁହେଁ ୱେଲ୍ସରେ ବ୍ରିଜେଣ୍ଡରେ ଥିବା ପାର୍କ ଜେଲରେ କାମ କରନ୍ତି। ଦୁଇ ଯୁବତୀ କଏଦୀଙ୍କ ସହିତ ଶାରୀରିକ ସମ୍ବନ୍ଧ ରଖୁଥିବା ଅଭିଯୋଗ ଲାଗିଛି।
କୋର୍ଟ ଏହି ମାମଲାର ଶୁଣାଣିରେ କଏଦୀଙ୍କ ନାମ ପ୍ରକାଶ କରାଯାଇନଥିଲା। ଶୈମଲାଙ୍କ ଉପରେ ଅଭିଯୋଗ ରହିଛି କି, ସେ ୫ ମାସ ଯାଏଁ କଏଦୀଙ୍କ ସହିତ ରିଲେସନସିପରେ ରହିଥିଲେ। ଏହି ସଂପର୍କ ସେ ଏପ୍ରିଲରୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ରହିଥିଲେ। ସେହିପରି ହିବ୍ସ ମଇରୁ ଜୁନ୍ ପର୍ଯ୍ୟନ୍ତ ସେହି କଏଦୀଙ୍କ ସହିତ ରିଲେସନସିପରେ ରହିଥିଲେ।
କୋର୍ଟରେ ଏହି ମାମଲାର ଶୁଣାଣି ଏହି ସପ୍ତାହରେ କରାଯାଇଥିଲା। ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କାଡ୍ରିଫ କ୍ରାଉନ କୋର୍ଟରେ ସେପ୍ଟେମ୍ବରରେ ହେବ।
Also Read : ପ୍ରବଳ ବର୍ଷାରେ ଧୋଇଗଲା ପଞ୍ଜାବ- ହିମାଚଳକୁ ଯୋଡୁଥିବା ଏକମାତ୍ର ରେଲୱେ ବ୍ରିଜ୍, ୧୯୨୮ ମସିହାରେ ଇଂରେଜ କରିଥିଲେ ନିର୍ମାଣ