ମାଡି ଆସୁଛି ସାମୁଦ୍ରିକ ଝଡ଼: ଆଜି ଟୋକିଓରେ ଅପରାହ୍ନ ମଧ୍ୟରେ ହିଟ୍‌ କରିପାରେ ଟାଇଫୁନ୍‌ ନେପାର୍ତ୍ତକ

ଟୋକିଓ: ଟୋକିଓ ଆଡେ ମାଡି ଆସୁଛି ସାମୁଦ୍ରିକ ଝଡ଼ । ଅଲିମ୍ପିକ୍ସ ପ୍ରତି ଘନେଇଛି ଟାଇଫୁନ୍‌ ଭୟ । ଆଜି ଟୋକିଓରେ ମଧ୍ୟାହ୍ନରୁ ଅପରାହ୍ନ ମଧ୍ୟରେ ହିଟ୍‌ କରିପାରେ ଟାଇଫୁନ୍‌ ନେପାର୍ତ୍ତକ । ବର୍ତ୍ତମାନର ମଡେଲ ଅନୁସାରେ ବିଭିନ୍ନ ପାଣିପାଗ ସଂସ୍ଥା ଓ ପାଣିପାଗ ବିଜ୍ଞାନୀଙ୍କ ଆକଳନ କହୁଛି, ଟୋକିଓର ଉତ୍ତର ପୂର୍ବାଞ୍ଚଳରେ ହିଟ୍‌ କରିପାରେ ଟାଇଫୁନ୍‌ ନେପାର୍ତ୍ତକ । ହିଟ୍‌ କରିବା ସ୍ଥାନ ହୋନସୁ ବୋଲି ପାଣିପାଗ ସଂସ୍ଥା ଆକଳନ କରୁଛନ୍ତି ।

ଅଲିମ୍ପିକ୍ସ ହେଉଥିବା ସ୍ଥାନ ଉପରେ ବି ପ୍ରଭାବ ଛାଡିପାରେ ବାତ୍ୟା ନେପାର୍ତ୍ତକ । ଏହାର ଆଖପାଖ ଅଞ୍ଚଳରେ ହିଟ୍‌ କରିବା ଆଶଙ୍କା ବି କରାଯାଉଛି । ଅଲିମ୍ପିକ୍ସ ଭିଲେଜରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସ୍ଥିତି ଉପରେ ନଜର ରଖିଛନ୍ତି ଆୟୋଜକ । ଆଜି ଓ ଆସନ୍ତାକାଲି ଟୋକିଓରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅଲିମ୍ପିକ୍ସ ଖେଳ ପ୍ରଭାବିତ ଆଶଙ୍କା ବି କରାଯାଉଛି । ବିଶେଷକରି ସର୍ଫିଂ ଗେମ୍‌ ଉପରେ ବଡ଼ ପ୍ରଭାବ ପଡିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.