ଭିଏତନାମରେ ପ୍ରଳୟ ଆଣିଛି ୟାଗି । ପ୍ରଳୟଙ୍କାରୀ ସୁପର ଟାଇଫୁନରେ ମୃତ୍ୟୁସଂଖ୍ୟା ୧୭୯ ଟପିଛି । ଏବେ ବି ୧୪୫ରୁ ଅଧିକ ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲଛି । ୨ ଲକ୍ଷ ୧୦ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ରାଜଧାନୀ ହାନୋଇରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ନଦୀର ଜଳସ୍ତର ୨୦ ବର୍ଷରେ ସର୍ବାଧିକ ସ୍ଥରରେ ଛୁଇଁଛି । ଗତ ଶନିବାର ଉତ୍ତର ଭିଏତନାମର ହା ଲଙ୍ଗ ପ୍ରଦେଶରେ ତାଣ୍ଡବ ରଚିଥିଲା ବାତ୍ୟା ୟାଗି ।
ହଜାର ହଜାର ବଡ଼ ବଡ଼ ଗଛ ଉପୁଡିଥିଲା । ଜାହାଜ ଓ ଡଙ୍ଗାକୁ ସମୁଦ୍ରକୁ ଫିଙ୍ଗି ଦେବା ସହ କାରକୁ ବି ଉଡେଇ ଦେଇଥିଲା ୟାଗି । ଲ୍ୟାଣ୍ଡଫଲ ବେଳେ ଘଣ୍ଟା ପ୍ରତି ପବନର ବେଗ ଥିଲା ୨୦୫ କିଲୋମିଟରରୁ ଅଧିକ। ଚଳିତ ଦଶଦ୍ଧି ମଧ୍ୟରେ ୟାଗି ସବୁଠୁ ଶକ୍ତିଶାଳୀ ବାତ୍ୟା ବୋଲି ପାଣିପାଗ ବିଭାଗ କହିଛି । ଚୀନ ଓ ଭିଏତନାମରେ ତାଣ୍ଡବ ରଚିବା ପରେ ସୁପର ଟାଇଫୁନ ୟାଗି ଏବେ ଟ୍ରପିକାଲ ଡିପ୍ରେସନରେ ପରିଣତ ହୋଇଛି ।