ଗର୍ଭପାତ ଆଇନକୁ ଅବୈଧ ଘୋଷଣା କଲେ ଆମେରିକା ସୁପ୍ରିମକୋର୍ଟ, ରାୟକୁ ରାଷ୍ଟ୍ରପତି ଜୋ ବାଇଡେନ ସମାଲୋଚନା

ଆମେରିକା: ଗର୍ଭପାତ ଆଇନକୁ ଅବୈଧ ଘୋଷଣା କଲେ ଆମେରିକା ସୁପ୍ରିମକୋର୍ଟ । ଆମେରିକାର ସୁପ୍ରିମକୋର୍ଟ ମହିଳାଙ୍କ ସ୍ୱେଚ୍ଛାକୃତ ଗର୍ଭପାତକୁ ଅବୈଧ ଘୋଷଣା କରିଛନ୍ତି । ଦୀର୍ଘ ୫୦ ବର୍ଷ ହେଲା ଗର୍ଭପାତକୁ ସାମ୍ବିଧାନିକ ସୁରକ୍ଷା ଦିଆଯାଇ ଆସୁଥିବା ବେଳେ ଶୁକ୍ରବାର ସୁପ୍ରିମକୋର୍ଟ ଏହାକୁ ଅବୈଧ ଘୋଷଣା କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ଏହି ରାୟକୁ ରାଷ୍ଟ୍ରପତି ଜୋ ବାଇଡେନ ସମାଲୋଚନା କରିଛନ୍ତି । ବାଇଡେନ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ‘ଦୁଃଖଦ ତ୍ରୁଟି’ ଆମେରିକାକକୁ ୧୫୦ ବର୍ଷ ପଛକୁ ନେଇଯାଇଛି । କୋର୍ଟ ଏବଂ ଦେଶ ପାଇଁ ଏହା ଏକ ଦୁଃଖଦ ଦିନ ବୋଲି ସେ କହିଛନ୍ତି । କୋର୍ଟ ଯାହା କେବେ କରି ନଥିଲେ, ତାହା କରିଛନ୍ତି । ସୁପ୍ରିମକୋର୍ଟ ଲୋକଙ୍କ ସାମ୍ବିଧାନିକ ଅଧିକାରକୁ ଛଡ଼ାଇ ନେଇଛନ୍ତି ବୋଲି କହିଛନ୍ତି ବାଇଡେନ ।

Leave A Reply

Your email address will not be published.