ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ ଜାୟେଦ ଅଲ ନହୟାନଙ୍କ ମୃତ୍ୟୁ, ଦେଶରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ

ୟୁଏଇ ରାଷ୍ଟ୍ରପତି ଶେଖ ଖଲିଫା ବିନ ଜାୟେଦ ଅଲ ନହୟାନଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ଆଜି ୭୩ ବର୍ଷ ବୟସ ହୋଇଥିଲା । ସୂଚନା ଅନୁଯାୟୀ ଦୀର୍ଘ ହେବ ଗମ୍ଭୀର ରୋଗରେ ପୀଡିତ ଥିଲେ । ତାଙ୍କ ପରେ ଅବୁ ଧାବିର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ଜାୟେଦ ରାଷ୍ଟ୍ରପତି ଦାୟିତ୍ୱରେ ରହିବେ ବୋଲି ସୂଚନା ମିଳିଛି । ଖଲିଫା ଅସୁସ୍ଥ ଥିବାରୁ ମହମ୍ମଦ ବିନ ଜାୟେଦ ହିଁ ଦୀର୍ଘ ବର୍ଷ ହେବ ୟୁଏଇ ରାଷ୍ଟ୍ରପତିର ଦାୟିତ୍ୱ ଭାର ସମ୍ଭାଳି ଥିଲେ । ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ପୁରା ଦେଶରେ ୪୦ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି । ଆଜି ଠାରୁ ଦେଶର ପତାକାକୁ ଅର୍ଦ୍ଧନମିତ କରି ରଖାଯାଇଛି ।

ଏହା ସହ ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ତିନି ଦିନିଆ ଛୁଟି ଘୋଷଣା କରାଯା ଇଛି । କହିରଖିବା ଉଚିତ ହେବକି ୨୦୦୪ ମସିହାରୁ ଖଲିଫା ରାଷ୍ଟ୍ରପତି ଭାର ସମ୍ଭାଳି ଆସିଥିଲେ । ଯେବେକି ତାଙ୍କ ପୂର୍ବରୁ ତାଙ୍କ ବାପା ଏହି ଦାୟିତ୍ୱରେ ଥିଲେ । ଦୀର୍ଘ ଦିନ ଚିକିତ୍ସା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସେପରି କୌଣସି ପରିବର୍ତ୍ତନ ଆସିନଥିଲା । ୟୁଏଇ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟର ଜରିଆରେ ଶୋକ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.