କେରଳକୁ ୭୦୦ କୋଟି ଟଙ୍କାର ସହାୟତା ଦେବ ୟୁଏଇ

ନୂଆଦିଲ୍ଲୀ : ବନ୍ୟା ବିଧ୍ବସ୍ତ କେରଳକୁ ୭୦୦ କୋଟି ଟଙ୍କାର ସହାୟତା ଦେବାକୁ ପ୍ରସ୍ତାବ ଦେଇଛି ସଂଯୁକ୍ତ ଆରବ ଏମିରେଟ୍ସ । ଏହି ସୂଚନା ଦେଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନ୍ । ୟୁଏଇର ବିକାଶରେ କେରଳବାସୀଙ୍କର ବହୁ ଅବଦାନ ରହିଛି । ତେଣୁ ସେମାନଙ୍କ ବିପତ୍ତି ସମୟରେ ସହାୟତା କରିବା ଆମ କର୍ତ୍ତବ୍ୟ ବୋଲି ୟୁଏଇ ଉପରାଷ୍ଟ୍ରପତି ସେଖ୍ ମହମ୍ମଦ ଟ୍ବିଟ୍ କରି ବିଜୟନଙ୍କୁ ଜଣାଇଛନ୍ତି ।