ମହାରାଷ୍ଟ୍ର ମସଜିଦ ବିସ୍ଫୋରଣରେ ୨ ଅଭିଯୁକ୍ତଙ୍କ ଉପରେ ଲାଗୁହେଲା UAPA, ତଦନ୍ତ ପ୍ରକ୍ରିୟା ଜାରି

୩୦ ମାର୍ଚ୍ଚରେ ମହାରାଷ୍ଟ୍ରର ବୀଡ ମସଜିଦରେ ବିସ୍ଫୋରଣ ମାମଲାରେ ଦୁଇଟି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଏବେ ଅଭିଯୁକ୍ତଙ୍କ ଉପରେ UAPA ଏବଂ BNSର କଠୋର ଧାରା ଲାଗୁ କରିଛି । ଦୁଇ ଅଭିଯୁକ୍ତ ହେଲେ ବିଜୟରାମ ଗଭନେ(୨୨) ଏବଂ ଶ୍ରୀରାମ ଅଶୋକ ସଗଡେ(୨୪) ।

ଅନ୍ୟପଟେ ମସଜିଦ ବିସ୍ଫୋରଣରେ ଦୁଇ ଅଭିଯୁକ୍ତ ବିଜୟରାମ ଗଭନେ(୨୨) ଏବଂ ଶ୍ରୀରାମ ଅଶୋକ ସଗଡେ(୨୪) ସାମିଲ ରହି ଏହି କାଣ୍ଡ ଘଟାଇଥିଲେ । ଫଳରେ ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ BNSର ୨୯୮,  ୨୯୯ ଏବଂ ୧୯୬ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଏହା ବ୍ୟତୀତ UAPAର ୧୫,୧୬ ଏବଂ ୧୮ ଧାରାକୁ ମଧ୍ୟ ଲାଗୁ କରାଯାଇଛି । ଯେଉଁଥିରେ ଅଭିଯୁକ୍ତଙ୍କୁ ଯାମିନ ପାଇବା କଷ୍ଟକର ହୋଇପଡିବ । ଏହାର କାର୍ଯ୍ୟାନୁଷ୍ଠାନ ବହୁତ କଠୋର । ଉକ୍ତ ଅଭିଯୁକ୍ତଙ୍କୁ ପୋଲିସ ନିଜ ହେପାଜତରେ ରଖି ଏହି ମାମଲାକୁ ଉଚ୍ଚ ସ୍ତରରେ ତଦନ୍ତ ପ୍ରକ୍ରିୟା ଚାଲୁ ରଖିଛି । ଅଞ୍ଚଳରେ ଶାନ୍ତି ବାତାବରଣ ଫେରାଇ ଆଣିବାରେ ସଫଳ ହୋଇଛି ପୋଲିସ ।

ସୂଚନା ଯୋଗ୍ୟ, ଇଦର ଗୋଟିଏ ଦିନ ପୂର୍ବରୁ ଏପରି ଦୁର୍ଘଟଣା ସମସ୍ତଙ୍କୁ ଚକିତ କରିଥିଲା । ଯାହା ଖୁସିର ସମୟକୁ ଫିକା କରିଦେଇଥିଲା । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କ ବାତାବରଣ ସୃଷ୍ଟି ହୋଇଥିଲା । ଜିଲାଟିନ୍ ଷ୍ଟିକ ମାଧ୍ୟମରେ ବିସ୍ଫୋରଣ ଘଟିଥିବା ଜଣାପଡିଛି । ବିସ୍ଫୋରଣରେ ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଥିଲା  । ବିସ୍ଫୋରଣରେ ମସଜିଦ ଭିତରେ ସମସ୍ତ ଜିନିଷ ନଷ୍ଟ ହୋଇଯାଇଥିଲା କିନ୍ତୁ କାହାର କ୍ଷୟକ୍ଷତି ହୋଇନଥିଲା ।

 

Also Read : ମହାରାଷ୍ଟ୍ର ମସଜିଦରେ ଭୟଙ୍କର ବିସ୍ଫୋରଣ, ୨ ଜଣ ବ୍ୟକ୍ତି ଗିରଫ