ଯାତ୍ରୀଙ୍କୁ ପାଞ୍ଚ ଲକ୍ଷ ଟଙ୍କାର ଦୁର୍ଘଟଣା ବିମା କଭର ଉପଲବ୍ଧ କରାଇବ ଉବର

ଏବେ ଉବର ଦେବ କ୍ଷତିପୂରଣ। ଆପ୍‌ ଆଧାରିତ କ୍ୟାବ ସେବା ପ୍ରଦାନ କରୁଥିବା କମ୍ପାନୀ ଉବର ଯାତ୍ରା ବେଳେ ନିଜର ଯାତ୍ରୀଙ୍କୁ ଦୁର୍ଘଟଣା ବିମା ଉପଲବ୍ଧ କରାଇବାର ଘୋଷଣା କରିଛି। କମ୍ପାନୀ କାର, ଅଟୋ କିମ୍ବା ମୋଟରସାଇକେଲରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଦୁର୍ଘଟଣା ବିମା ଉପଲବ୍ଧ କରାଇବ।

ଦୁର୍ଘଟଣାରେ ମୃତ୍ୟୁ ଏବଂ ଦିବ୍ୟଙ୍ଗତା ପାଇଁ ବିମା ରାଶି ରହିଛି ୫ ଲକ୍ଷ ଟଙ୍କା। ଯଦି ମେଡିକାଲରେ ଭର୍ତ୍ତୀ ହେଉଥିବା ସ୍ଥିତିରେ ଦୁଇ ଲକ୍ଷ ଟଙ୍କା ଏବଂ ଓପିଡି ପାଇଁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ବିମା ହେବ। ଭାରତର ୪୦ଟି ସହରରେ ଉବର ସେବା ଉପଲବ୍ଧ ରହିଛି। ଉବର କାର ଯାତ୍ରୀଙ୍କ ବିମା ସୁବିଧ ଯୋଗାଇଦେବା ପାଇଁ ଭାରତୀ ଏକସା ସହିତ ଚୁକ୍ତି କରିଛି। ଏହାସହିତ ଅଟୋ ଏବଂ ମୋଟରସାଇକେଲ ଯାତ୍ରୀଙ୍କୁ ବିମା କଭର ପାଇଁ କମ୍ପାନୀ ଟାଟା ଏଆଇଜି ସହିତ ଚୁକ୍ତି କରିଛି।

ଉବର ଭାରତ ଏବଂ ଦକ୍ଷିଣ ଏସିଆ ପାଇଁ କେନ୍ଦ୍ରୀୟ ପରିଚାଳନ ପ୍ରମୁଖ କହିଛନ୍ତି ଯେ ‘ଆମେ ଆମ ଯାତ୍ରୀଙ୍କର ବହୁତ ନିକଟ ସମ୍ପର୍କରେ ରହିଛୁ। ଆମେ କେବଳ ଚାହୁଁଛୁ ଯେ ଯାତ୍ରୀଙ୍କୁ ସୁଗମ ଏବଂ ସୁରକ୍ଷିତ ଯାତ୍ରାର ଅନୁଭବ କରାଇବା। ଏବେ ଯାତ୍ରୀଙ୍କୁ ବିମାର ସୁବିଧା ଯୋଗାଇ ଦିଆଯିବ। ଏହାଦ୍ୱାରା ଯାତ୍ରୀଙ୍କର ଭରଷା ଉବର ଉପରେ ପଡିବ।’