ନିଜର ପ୍ରିୟ ରାଜନୈତିକ ଦଳର ନାମ ଅନୁଯାୟୀ ଉଦୟପୁର ବାସିନ୍ଦା ପୁଅର ନାଁ ରଖିଲେ କଂଗ୍ରେସ୍‌

ସାଧାରଣତଃ ଲୋକମାନେ ନିଜ ପିଲାର ନାମ କୌଣସି ଫିଲ୍ମ ଷ୍ଟାର କିମ୍ବା କୌଣସି ବଡ ମହାପୁରୁଷଙ୍କ ନାମ ରଖନ୍ତି କିନ୍ତୁ ରାଜସ୍ଥାନରେ ଜଣେ ବାପା ତାଙ୍କ ପିଲାର ନାମ ଏମିତି ରଖିଛନ୍ତି, ଯାହାର ଚର୍ଚ୍ଚା ଦୁନିଆରେ ସବୁ ଆଡେ ହେଉଛି। ଉଦୟପୁର ରାଜସ୍ଥାନର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକ ମିଡିଆ ଅଧିକାରୀ ଭାବରେ କାମ କରୁଥିବା ବିନୋଦ ଜୈନ ମଙ୍ଗଳବାରରେ ନିଜର ନବଜାତ ପୁଅର ନାମ ‘କଂଗ୍ରେସ ଜୈନ’ ରଖିଛନ୍ତି। ବ୍ୟକ୍ତି ଜଣଙ୍କ ପିଲାର ଜନ୍ମ ପ୍ରମାଣ ପତ୍ରରେ ପିଲାର ନାମ କଂଗ୍ରେସ ରଖିଛନ୍ତି।

ବିନୋଦ ଜୈନଙ୍କ କହିବାକଥା ଯେ ତାଙ୍କ ପୂରା ପରିବାର କଂଗ୍ରେସ (Congress) ପାର୍ଟୀ ସହିତ ଯୋଡି ହୋଇଛି ଏବଂ ସେମାନେ ମଧ୍ୟ ଚାହୁଁଛନ୍ତି ତାଙ୍କର ଆଗାମୀ ପୀଢ଼ି ମଧ୍ୟ ତାଙ୍କର ପଦାଙ୍କ ଅନୁସରଣ କରୁ। ଏଥିପାଇଁ ସେମାନେ ନିଜ ଦଳର ନାମ ଅନୁଯାୟୀ ନିଜ ପୁଅର ନାମ କଂଗ୍ରେସ ରଖିଛନ୍ତି।

ବ୍ୟକ୍ତି କହିଛନ୍ତି ‘ମୋର ପୂରା ପରିବାର ତାକୁ କଂଗ୍ରେସ ଡାକିବାକୁ ଚାହୁଁଥିଲେ। ମୋ ପୁଅର ଜନ୍ମ ଜୁଲାଇରେ ହୋଇଥିଲା ଏବଂ ତାର ଜନ୍ମ ପ୍ରମାଣ ପତ୍ର ହେବାକୁ କିଛି ମାସ ଲାଗିଗଲା। ଆଜି ରାଜ୍ୟ ସରକାର ତାଙ୍କ ଜନ୍ମ ପ୍ରମାଣ ପତ୍ରକୁ ଜାରୀ କରିଦେଲେ। ଏବେ ମୋ ପୁଅକୁ ସମେସ୍ତ କଂଗ୍ରେସ (Congress) ନାମରେ ହିଁ ଚିହ୍ନିବେ। ସେ ଆହୁରି ମଧ୍ୟ କହିଛନ୍ତି ମୁଁ ଚାହୁଁଛି ଯେତେବେଳେ ମୋ ପୁଅ ବଡ ହେବ ସେ କଂଗ୍ରେସ ପାର୍ଟିର ଜଣେ ସକ୍ରିୟ ଭୂମିକା ଗ୍ରହଣ କରିବ।

birth