ଦେଶ ବିଦେଶ

‘ପୁଣିଥରେ ଘଟିପାରେ ଗୋଧ୍ରା ଭଳି କାଣ୍ଡ’, ଅଯୋଧ୍ୟା ରାମ ମନ୍ଦିର ଉଦ୍‌ଘାଟନକୁ ନେଇ ବିବାଦୀୟ ବୟାନ ଦେଲେ ଉଦ୍ଧବ ଠାକ୍‌ରେ

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପୁଣିଥରେ ଗୋଧ୍ରା ଭଳି କାଣ୍ଡ ଘଟିପାରେ। ଠାକରେ ଦାବି କରିଛନ୍ତି, ରାମ ମନ୍ଦିରର ଉଦ୍‌ଘାଟନୀ ସମାରୋହ ପାଇଁ ସାରା ଦେଶରୁ ବହୁ ସଂଖ୍ୟାରେ ଲୋକେ ଉତ୍ତର ପ୍ରଦେଶର ଅଯୋଧ୍ୟାକୁ ଆସିବାର ସମ୍ଭାବନା ରହିଛି। କିନ୍ତୁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ବେଳେ ଗୋଧ୍ରା ଭଳି କାଣ୍ଡ ଘଟିପାରେ।

ମୁମ୍ବାଇରୁ ପାଖାପାଖି ୪୦୦ କିଲୋମିଟର ଦୂର ଜଳଗାଁରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଉଦ୍ଧବ ଠାକରେ ଏହା କହିଛନ୍ତି। ସେ କହିଛନ୍ତି ଯେ ‘ସମ୍ଭାବନା ରହିଛି, ସରକାର ରାମ ମନ୍ଦିର ଉଦ୍‌ଘାଟନ ପାଇଁ ବସ୍‌ ଓ ଟ୍ରକ୍‌ ଯୋଗେ ବହୁ ସଂଖ୍ୟାରେ ଲୋକଙ୍କୁ ଆମନ୍ତ୍ରିତ କରିପାରନ୍ତି। ହେଲେ ସେମାନେ ଫେରିବା ସମୟରେ ଗୋଧ୍ରା ଭଳି ଘଟଣା ଘଟିପାରେ’।

କହି ରଖୁଛୁ, ୨୦୦୨ ଫେବୃୟାରୀ ୨୭ରେ ଗୋଧ୍ରା କାଣ୍ଡ ଘଟିଥିଲା। ଗୁଜରାଟର ଗୋଧ୍ରା ଷ୍ଟେସନରେ ସାବରମତି ଏକ୍ସପ୍ରେସ୍‌ରେ ଅଯୋଧ୍ୟାରୁ ଫେରୁଥିବା କରସେବକମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା ଏବଂ ସେମାନେ ବସିଥିବା ବଗିରେ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ଅନେକ ଲୋକଙ୍କର ମୃତ୍ୟୁ ପରେ ସାରା ରାଜ୍ୟରେ ବଡ଼ ଧରଣର ଦଙ୍ଗା ସୃଷ୍ଟି ହୋଇଥିଲା।

ସେପଟେ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍‌ଘାଟନ ନେଇ ତାରିଖ ଘୋଷଣା ହୋଇଯାଇଛି। ୨୦୨୪ ଜାନୁଆରୀ ୨୨ରେ ଗର୍ଭଗୃହରେ ପ୍ରଭୁ ଶ୍ରୀରାମଙ୍କୁ ବିରାଜମାନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଅଂଶଗ୍ରହଣ କରି ମନ୍ଦିର ଉଦ୍‌ଘାଟନ କରିବେ। ପ୍ରାଣ ପ୍ରତିଷ୍ଠା ହେବାର ଗୋଟିଏ ସପ୍ତାହ ପୂର୍ବରୁ ପୂଜା ଆରମ୍ଭ ହେବ।

Roshni

Recent Posts

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଥିଲେ, ହେଲେ ଛାଡିଲେନି ଗାଁର ମହିଳା । ସିଧା ଘରକୁ ଗଲେ ଆଉ ପକାଇଲେ…

6 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

24 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

26 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 hour ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago