ଜଣେ ବି ଅସନ୍ତୁଷ୍ଟ ମୋତେ ନ ଚାହିଁଲେ ପଦ ଛାଡ଼ିଦେବି: ଉଦ୍ଧବ ଠାକ୍‌ରେ

କେନ୍ୟୁଜ୍(ବ୍ୟୁରୋ):  ମହାରାଷ୍ଟ୍ରରେ କ୍ଷମତା ମହାଭାରତ । ଶିବସେନା କାହାର? କ୍ଷମତା ଦଖଲ ପାଇଁ ଉଦ୍ଧବ- ଏକନାଥ ମୁହାଁମୁହିଁ। ଏହା ମଧ୍ୟରେ ମହାରାଷ୍ଟ୍ର ଜନତାଙ୍କୁ ଉଦ୍ଧବ ଠାକ୍‌ରେଙ୍କ ସମ୍ବୋଧନ । ମୁଁ ଇସ୍ତଫା ଦେବାକୁ ରାଜି , ଜଣେ ବି ଅସନ୍ତୁଷ୍ଟ ମୋତେ ନ ଚାହିଁଲେ ପଦ ଛାଡ଼ିଦେବି କହିଛନ୍ତି ଉଦ୍ଧବ । ଏହା ସହ କହିଛନ୍ତି ଚୌକି ଜାବୁଡ଼ି ଧରିବାକୁ ମୁଁ ଚାହେଁନି ।

ଇସ୍ତଫା ଦେଇ ମାତୋଶ୍ରୀକୁ ଫେରିଯିବି । ତେବେ ସାମ୍ନାସାମ୍ନି କଥା ହେବା ପାଇଁ ବିଦ୍ରୋହୀଙ୍କୁ ଆହ୍ଵାନ ଦେଇଛନ୍ତି ଉଦ୍ଧବ । ସେପଟେ ଉଦ୍ଧବ ଠାକରେ ଡାକିଥିବା ବିଧାୟକ ଦଳ ବୈଠକକୁ ବେଆଇନ କହିଛନ୍ତି ଏକନାଥ ସିନ୍ଦେ । ଟ୍ଵିଟ ମାଧ୍ୟମରେ ଜଣାଇଛନ୍ତି, ଶିବସେନା ମୁଖ୍ୟ ସଚେତକ ସୁନିଲ ପ୍ରଭୁ ବିଧାୟକଙ୍କୁ ଲେଖିଥିବା ଚିଠି ବେଆଇନ। ଭରତ ଗୋଗାୱଲେଙ୍କୁ ଶିବସେନାର ମୁଖ୍ୟ ସଚେତକ ଘୋଷଣା କରିଛନ୍ତି ଏକନାଥ ସିନ୍ଦେ। ୩୪ ବିଧାୟକଙ୍କ ସମର୍ଥନ ଥିବା ନେଇ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସିନ୍ଦେଙ୍କୁ ୩୭ ଜଣ ବିଧାୟକଙ୍କ ସମର୍ଥନ ମିଳିଲେ ଦଳବଦଳ ଆଇନ ଅନୁସାରେ ସେ ଅଯୋଗ୍ୟ ଘୋଷଣା ହେବ ନାହିଁ। । ଏକନାଥ ସିନ୍ଦେଙ୍କ ବିଦ୍ରୋହ ପରେ ମହାବିକାଶ ଆଘାଡ଼ିରେ ସଙ୍କଟ । ଟାଳିବାକୁ ଚାଲିଛି ଘନଘନ ବୈଠକ।

Leave A Reply

Your email address will not be published.