UGC NET ପର୍ଯ୍ୟାୟ ୨ ପାଇଁ ଆଡମିଟ୍‌ କାର୍ଡ ଜାରି, ତୁରନ୍ତ କରନ୍ତୁ ଡାଉନଲୋଡ

ରାଷ୍ଟ୍ରୀୟ ପରୀକ୍ଷଣ ଏଜେନ୍ସୀ (NTA) ୟୁଜିସି ନେଟ୍‌ ପର୍ଯ୍ୟାୟ ୨ ପରୀକ୍ଷାର ଆଡମିଟ୍‌ କାର୍ଡ ଜାରି ହୋଇଛି। ପରୀକ୍ଷାର୍ଥୀ ୟୁଜିସି ନେଟ୍‌ ଆଡମିଟ୍‌ କାର୍ଡକୁ ugcnet.nta.nic.in କୁ ଯାଇ ଡାଉନଲୋଡ କରିପାରିବେ। ପର୍ଯ୍ୟାୟ ୨ ପାଇଁ ୟୁଜିସି ନେଟ ପ୍ରବେଶ ପତ୍ର ୨୦୨୨ ଡାଉନଲୋଡ କରିବା ପାଇଁ ପେଜକୁ ଲଗଇନ୍‌ କରିପାରିବେ।

NTA ର ଅଫିସିଆଲ ୱେବସାଇଟକୁ ଯାଇ ଡିସେମ୍ବର ୨୦୨୧ ଏବଂ ଜୁନ୍‌ ୨୦୨୨ ପାଇଁ ୟୁଜିସି ନେଟ୍‌ ପରୀକ୍ଷା ଅନୁସୂଚୀ ୨୦୨୨କୁ ସଂଶୋଧନ କରାଯାଇଛି। ପରୀକ୍ଷା ଆସନ୍ତା ୨୩ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ସିଫ୍ଟ ୧ ଏବଂ ସିଫ୍ଟ ୨ ରେ ପରୀକ୍ଷା ଅନୁଷ୍ଠିତ ହେବ।

ପରୀକ୍ଷା ସୂଚୀ :

ବୋଡୋ : ସେପ୍ଟେମ୍ବର ୨୩, ୨୦୨୨, ସିଫ୍ଟ ୧
ବଙ୍ଗାଳି : ୨୩ ସେପ୍ଟେମ୍ବର, ୨୦୨୨, ସିଫ୍ଟ ୧ ଏବଂ ସିଫ୍ଟ ୨
ଆସାମୀ : ୨୩ ସେପ୍ଟେମ୍ବର, ୨୦୨୨, ସିଫ୍ଟ ୨
ଉର୍ଦ୍ଦୁ : ୨୩ ସେପ୍ଟେମ୍ବର, ୨୦୨୨, ସିଫ୍ଟ ୨

ଏମିତି କରନ୍ତୁ ଡାଉନଲୋଡ:

ପ୍ରଥମେ ଅଧିକାରକ ୱେବସାଇଟugcnet.nta.nic.in କୁ ଯାଆନ୍ତୁ।

ହୋମପେଜରେ ଫେଜ୍‌ ୩ ଆଡମିଟ୍‌ କାର୍ଡ ଲିଙ୍କକୁ ନେଭିଗେଟ୍‌ କରନ୍ତୁ।

ନିଜର ଲଗ୍‌ଇନ୍‌ କ୍ରେଡିନ୍ସିଆଲ ଦେଇ ସବମିଟ୍‌ କରନ୍ତୁ।

ଆପଣଙ୍କ ଆଡମିଟ୍‌ କାର୍ଡ ସ୍କ୍ରିନରେ ଆସିବ।

ଆଡମିଟ୍‌ କାର୍ଡକୁ ଡାଉନଲୋଡ୍‌ କରି ପ୍ରିଣ୍ଟଆଉଟ୍‌ ରଖିଦିଅନ୍ତୁ।

ଆଡମିଟ୍‌ କାର୍ଟ ଡାଉନଲୋଡ ପାଇଁ ଏଠାରେ କ୍ଲିକ କରନ୍ତୁ:

https://ugcnet.nta.nic.in/download-admit-card-for-ugc-net-dec-2021-and-june-2022-merged-cycles/

Also Read : GAIL ରେ ଚାକିରି ସୁଯୋଗ: ସିନିଅର ଇଂନିଜିୟର, ମ୍ୟାନେଜର ସମେତ ଅନେକ ପଦବୀ ଖାଲି

 

Leave A Reply

Your email address will not be published.