ବିଶ୍ୱବିଦ୍ୟାଳୟରେ ଅଫଲାଇନ ପରୀକ୍ଷାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନୋଟିସ ଜାରି କଲା UGC

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(UGC) ଏକ ନୋଟିସ ଜାରି କରି ସମସ୍ତ ବିଶ୍ୱବିଦ୍ୟାଳୟକୁ ମେ’ରେ ଅଫଲାଇନ ପରୀକ୍ଷା ଆୟୋଜିତ ନ କରିବାକୁ କହିଛି। ଏଥି ସହିତ ସ୍ଥାନୀୟ ପରିସ୍ଥିତିକୁ ଆକଳନ କରିବା ପରେ ଅନଲାଇନ ପରୀକ୍ଷା ଆୟୋଜିତ ସଂକ୍ରାନ୍ତରେ ନିର୍ଣ୍ଣୟ ନେବାକୁ କହିଛି।

ୟୁଜିସି ଦ୍ୱାରା ଜାରି ନୋଟିସ ଅଫିସିଆଲ ୱେବସାଇଟ ugc.ac.in.ରେ ଉପଲବ୍ଧ। ଆୟୋଗ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜକୁ ପତ୍ର ଲେଖି କହିଛି, ଚାଲିଥିବା ଏହି କରୋନା ମହାମାରୀ ସମୟରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ସବୁଠୁ ମହତ୍ତ୍ୱପୂର୍ଣ୍ଣ।

ଅନଲାଇନ ପରୀକ୍ଷା ସଞ୍ଚାଳନର ଅନୁମତି କେବଳ ସେତେବେଳେ ଦିଆଯାଇଥାଏ, ଯେତେବେଳେ ବିଶ୍ୱବିଦ୍ୟାଳୟ ଏହା ସୁନିଶ୍ଚିତ କରେ କି, ସେ ସବୁ ପ୍ରକାରେ ପ୍ରସ୍ତୁତ ଅଛି ଏବଂ କେନ୍ଦ୍ର ଓ ରାଜ୍ୟ ସରକାର, ଶିକ୍ଷା ମନ୍ତ୍ରାଳୟ ଓ ୟୁଜିସି ଦ୍ୱାରା ଜାରି ନିର୍ଦ୍ଦେଶନାମା ପାଳନ କରୁଛି।

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ନିର୍ଦ୍ଦେଶନାମା

୧. ଶିକ୍ଷା ମନ୍ତ୍ରାଳୟ ସମସ୍ତ କେନ୍ଦ୍ରୀୟ ବିତ୍ତ ପୋଷିତ ସଂସ୍ଥା(IITs, NITs, IIITs, Central Universities ଆଦି)କୁ ମେ’ରେ ଅଫଲାଇନ ପରୀକ୍ଷା ଆୟୋଜିତ ନ କରିବାକୁ ନିର୍ଦ୍ଦେଶ ଦେଇଛି।

୨. ୨୦୨୧ ଜୁନ ପ୍ରଥମ ସପ୍ତାହରେ ପରୀକ୍ଷା ନିର୍ଣ୍ଣୟର ସମୀକ୍ଷା କରାଯିବ।

୩. ପ୍ରତ୍ୟେକ ସମୟ କ୍ୟାମ୍ପସରେ ଫିଜିକାଲ ଗ୍ୟାଦରିଙ୍ଗ(ଗହଳି)ରୁ ବଞ୍ଚିବା ଉଚିତ।

ନୋଟିସରେ କୁହାଯାଇଛି, ୟୁଜିସିର ଆଡଭାଇଜରି ସେହି ସମସ୍ତ ବିଶ୍ୱବିଦ୍ୟାଳୟ ପାଇଁ, ଯାହା ରାଜ୍ୟ ସଂଚାଳିତ ଏବଂ ଘରୋଇ ବିଶ୍ୱବିଦ୍ୟାଳୟ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.