ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଟିଭିକୁ ଲଣ୍ଡନରେ ପ୍ରସାରିତ କରୁଥିବା କମ୍ପାନୀ ଉପରେ ୩୫ ଲକ୍ଷ ଟଙ୍କାର ଜରିମାନା ଲଗାଇଲେ ବ୍ରିଟିଶ୍‌ କୋର୍ଟ

ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ ଟିଭିକୁ ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ (ୟୁକେ)ରେ ପ୍ରସାରିତ ହେଉଥିବା ଫାର୍ମ ଉପରେ ଲଣ୍ଡନର ଏକ କୋର୍ଟ ୩୭,୫୦୦ ପାଉଣ୍ଡ ବା ପାଖାପାଖି ୩୫.୪୨ ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଏହି ଜରିମାନା ଓ୍ଵାର୍ଲ୍ଡଭ୍ୟୁ ମିଡିଆ ନେଟ୍‌ ଓ୍ଵାର୍କ ଲିମିଟେଡ୍‌ ନାମକ କମ୍ପାନୀ ଉପରେ ଲଗାଯାଇଛି। ଏହି କମ୍ପାନୀ ପାଖରେ ୟୁକେରେ ରିପବ୍ଲିକ ଟିଭିକୁ ପ୍ରସାରିତ କରିବାର ଲାଇସେନ୍ସ ରହିଛି। ଜଣେ ବ୍ରିଟିଶ୍‌ ବ୍ୟବସାୟୀଙ୍କୁ ବଦନାମ କରିଥିବା ଅଭିଯୋଗରେ କୋର୍ଟ ଏହି ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

୨୨ ଜୁଲାଇ ୨୦୨୦ରେ ରିପବ୍ଲିକ ଟିଭିର ଶୋ’ରେ ପାକିସ୍ତାନର ମୂଳ ନିବାସୀ ଜଣେ ବ୍ରିଟିଶ ବ୍ୟବସାୟୀ ଅନୀଲ ମୁସରତଙ୍କୁ ଆଇଏସ୍‌ଆଇର ଖେଳନା ବୋଲି କୁହାଯାଇଥିଲା। ଏହି ମାମଲାରେ ହାଇକୋର୍ଟ ଅଫ୍‌ ଜଷ୍ଟିସ୍‌, କ୍ୱିନ୍ସ ବେଞ୍ଚ୍‌ ଡିଭିଜନ୍‌ କହିଥିଲେ ଯେ କାର୍ଯ୍ୟକ୍ରମରେ ଯେଉଁ ଭଳି ଭାବେ ଦାବି କରାଯାଉଛି ସେଭଳି କୌଣସି ପ୍ରମାଣ ନାହିଁ। କିନ୍ତୁ ଏଭଳି ମାମଲାରେ ଅଭିଯୋଗ ଆସିଥିବା ବ୍ୟକ୍ତିଙ୍କ ମାନ ସମ୍ମାନ ଓ ପ୍ରତିଷ୍ଠା ନଷ୍ଟ ହେଉଛି।

ଏହି କାର୍ଯ୍ୟକ୍ରମରେ ପାକିସ୍ତାନର ମୂଳ ନିବାସୀ ତଥା ବ୍ରିଟିଶ ବ୍ୟବସାୟୀ ଅନୀଲ ନୁସରତଙ୍କୁ ଆଇଏସ୍‌ଆଇର କାଠ କଣ୍ଢେଇ ବୋଲି କୁହାଯାଇଥିଲା। ଏଥିସହ ତାଙ୍କ ଫଟୋକୁ ଅନେକ ଗୁଡ଼ିଏ ଆପତ୍ତିଜନକ କ୍ୟାପସନ୍‌ ସହ ପ୍ରସାରିତ କରାଯାଇଥିଲା। ଶୋ’ କ୍ୟାପସନ୍‌ରେ ଲେଖାଯାଇଥିଲା- କ’ଣ ବଲିଉଡ୍‌କୁ ପାକିସ୍ତାନୀଙ୍କ ସହ ସବୁ ପ୍ରକାରର ସମ୍ପର୍କକୁ କାଟି ଦେବା ଉଚିତ୍‌, ଯାହା ଆତଙ୍କବାଦୀଙ୍କୁ ସମର୍ଥନ କରେ?

କୋର୍ଟ ଶୁଣାଣି କରି କହିଥିଲେ-କାର୍ଯ୍ୟକ୍ରମରେ ଅଭିଯୋଗକାରୀଙ୍କ ବିରୋଧରେ ଗମ୍ଭୀର ଆରୋପ ଲାଗିଥିଲା, ଯାହା ତାଙ୍କ ଫଟୋ ଓ ନାମ ସହ ପ୍ରସାରିତ କରାଯାଇଥିଲା। କିନ୍ତୁ ଏହି ଶୁଣାଣି ବେଳେ ରିପବ୍ଲିକ ଟିଭି ପକ୍ଷରୁ କେହି ଅଂଶଗ୍ରହଣ କରିନଥିଲେ। ଏଣୁ ଏହି ମାମଲାରେ ଏବେ ରିପବ୍ଲିକ ଟିଭି ବିରୋଧରେ ପ୍ରାୟ ୩୫.୪୨ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ହୋଇଛି।

Also Read: କାଳୀଙ୍କ ପରେ ଏବେ ଶିବ-ପାର୍ବତୀ ସିଗାରେଟ୍‌ ଟାଣୁଥିବା ଫଟୋ ସେୟାର କଲେ ଫିଲ୍ମ ନିର୍ମାତା ଲୀନା, ପୁଣି ଛନ୍ଦି ହେଲେ ବିବାଦରେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.