କୋଭିଡ ଆଲାର୍ମ ଦ୍ୱାରା ଶରୀରର ଗନ୍ଧରୁ ଜାଣିବେ ଆପଣଙ୍କ କୋଭିଡ ରିପୋର୍ଟ, ରିସର୍ଚ୍ଚରୁ ସୂଚନା

କରୋନା ସଂକ୍ରମଣକୁ ଚିହ୍ନଟ କରିବା ପାଇଁ ଏକ ନୂଆ ପଦକ୍ଷେପ ନିଆଯାଇଛି । ଭିଡ଼ ସ୍ଥାନରେ କୋଭିଡ-୧୯ ସଂକ୍ରମଣର ସୂୂଚନା ପାଇବା ପାଇଁ ଖୁବ ଶୀଘ୍ର ଏକ ମେସିନ ଲଞ୍ଚ ହେବାକୁ ଯାଉଛି । ଏହା ଏକ ଇଲେକଟ୍ରୋନିକ ଉପକରଣ , ଯାହା ସାହାଯ୍ୟରେ ଶରୀରର ଗନ୍ଧକୁ ବାରି ଭାଇରସର ଉପସ୍ଥିିତି ସମ୍ପର୍କରେ ଜାଣିହେବ । ବ୍ରିଟେନ ବୈଜ୍ଞାନିକଙ୍କ ଦ୍ୱାରା ଏହି ଉପକରଣ ତିଆରି ହେବାକୁ ଯାଉଛି । ଏହାର ନାମ ରହିବ ”କୋଭିଡ ଆଲାର୍ମ”।

ଲଣ୍ଡନ ସ୍କୁଲ ଅଫ ହାଇଜିନ ଆଣ୍ଡ ଟ୍ରପିକାଲ ମେଡିସିନ ଏବଂ ଡରହମ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକଙ୍କ କହିବା ଅନୁଯାୟୀ, କୋଭିଡ ସଂକ୍ରମିତ ରୋଗୀଙ୍କ ଶରୀରରେ ଏକ ଖାସ ପ୍ରକାରର ଦୁର୍ଗନ୍ଧ ହୋଇଥାଏ, ଯେଉଁଥିପାଇଁ ବାଷ୍ପଶୀଳ କାର୍ବନିକ ଯୋଗିକାର ପରିବର୍ତ୍ତନ ଘଟି ଏହାର ପରିଣାମ ସ୍ୱରୂପ ଶରୀରରେ ଏକ ଗନ୍ଧଯୁକ୍ତ ଫିଙ୍ଗରପ୍ରିଣ୍ଟ ବିକଶିତ ହୋଇଥାଏ । ଯାହାକୁ ସେଂସର ମାଧ୍ୟମରେ ଜାଣିହେବ ।

ଏଲଏସଏଚଟିଏମ ଅନୁସନ୍ଧାନକର୍ତ୍ତା ଓ ଡରହମ ବିଶ୍ୱବିଦ୍ୟାଳୟ ସହ ବାୟୋଟେକ କମ୍ପାନୀ ରୋବୋସାଇଣ୍ଟିଫିକ ଲିମିଟେଡ ପକ୍ଷରୁ ଅର୍ଗାନିକ ସେମି କଣ୍ଡକ୍ଟିଙ୍ଗ ସେଂସର ସହ ଏହି ଉପକରଣକୁ ପରୀକ୍ଷା କରାଯାଇଛି । ତେବେ ଏହାକୁ ନେଇ କୌଣସି ପରୀକ୍ଷଣ କରାଯାଇ ନାହିଁ । ଏହି ପରୀକ୍ଷଣର ସଠିକ ଯାଞ୍ଚ ପରେ ଏହାର ବ୍ୟବହାର କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.