ଦେଶ ବିଦେଶ

ଋଷ ଆଗରେ ମୁଣ୍ଡ ନୁଆଇଲେନି, ଟଳିପଡିଲେ ୟୁକ୍ରେନ ସୈନିକ, ସମ୍ମାନିତ କଲା ଦେଶ

ଲଗାତାର ଦୁଇଦିନ ଧରି ଚାଲିଛି ଯୁଦ୍ଧ । ଆଉ ଏହାରି ଭିତରେ ଯେମିତି ୟୁକ୍ରେନ ହାତ ଟେକିଦେଇଛି । ନିଜର ସୁରକ୍ଷା ନକରିପାରି ନିଜ ନାଗରିକଙ୍କୁ ମଧ୍ୟ ଅସ୍ତ୍ର ଉଠାଇବାକୁ ଅପିଲ କରିଛି । ହେଲେ ଋଷିଆର ହାବଭାବ ରହିଛି ପୁରା ଅଲଗା । ଏମିତିକି ୟୁକ୍ରେନ ଦେଇଥିବା ଆଲୋଚନା ପ୍ରସ୍ତାବକୁ ବି ପ୍ରତ୍ୟାଖ୍ୟାନ କରିଛି ଋଷ । ଗୋଳାବର୍ଷା ସହ ରକ୍ତପାତ କରିଚାଲିଛନ୍ତି ଦୁଇ ଦେଶ । ଯୁଦ୍ଧର ବିଭୀଷିକା ଦେଖୁଛି ପୂରା ବିଶ୍ୱ । ସାଧାରଣ ନାଗରିକ ବି ଆହତ ହୋଇଥିବା ସୂଚନା ମିଳିଛି । ବାରମ୍ବାର ୟୁକ୍ରେନ ପକ୍ଷରୁ ନିଜ କ୍ଷତି ଓ ନିଜର ପାରିବା ପଣିଆକୁ ଜାହିର କରାଯାଉଛି କିନ୍ତୁ ଏହାର କୌଣସି ପ୍ରଭାବ ପଡୁନାହିଁ ଯୁଦ୍ଧ ଉପରେ । ୟୁକ୍ରେନର ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ଅକ୍ତିଆର କରିଚାଲିଛି ଋଷ ।

ଏହା ଭିତରେ ଖବର ଆସିଛି କି ୟୁକ୍ରେନରେ ଥିବା ବ୍ଲାକ ସିର ସ୍ନେକ ଆଇଲ୍ୟାଣ୍ଡକୁ କାବୁ କରିନେଇଚି ଋଷିଆ । ଏହି ଭୟଙ୍କର ସଂଘର୍ଷ ସମୟରେ ୟୁକ୍ରେନର ୧୩ ସୀମା ସୁରକ୍ଷାକର୍ମୀ ନିହତ ହୋଇଛନ୍ତି । ଏମାନଙ୍କ ସାହସିକତାକୁ ଦୃଷ୍ଟିରେ ରଖି ୟୁକ୍ରେନ ସରକାର ଏମାନଙ୍କୁ ସମାନ୍ନିତ କରିଛନ୍ତି । ୟୁକ୍ରେନ ଦାବି କରୁଛି ଯେ ଋଷିଆର ସୈନିକମାନେ ରାଜଧାନୀ କୀବ ମଧ୍ୟରେ ଆସି ସାରିଛନ୍ତି ।

ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲଗତାର ଦୁଇଦିନ ଧରି ଚାଲୁରହିଛି । ଏହାରି ଭିତରେ ୟୁକ୍ରେନ ଦାବି କରିଛି କି ଋଷ ସେନା ଏବେ ରାଜଧାନୀ କୀବ ମଧ୍ୟକୁ ଆସିସାରିଛି । ଯାହା ପରେ ୟୁକ୍ରେନର ରକ୍ଷା ମନ୍ତ୍ରାଳୟ ସାଧାରଣ ନାଗରିକଙ୍କୁ ସେନାରେ ସାମିଲ ହେବା ପାଇଁ ଅପିଲ କରିଛନ୍ତି । ଦୁଇ ଦେଶମଧ୍ୟରେ ଏହି ଯୁଦ୍ଧରେ ଅନେକ ଘଟଣା ଗୁଡିକ ଘଟିସାରିଲାଣିି ।

ୟୁକ୍ରେନରେ ଥିବା ସ୍ନେକ ଆଇଲ୍ୟାଣ୍ଡ । ଏହି ଦ୍ୱୀପରେ ଥିବା ସୈନିକ ମାନେ ଋଷର ଚେତବନୀକୁ ମାନିନଥିଲେ କି ନଇଁନଥିଲେ ହେଲେ ଝୁକିପଡିଥିଲେ ସେମାନଙ୍କ ଆତଙ୍କୀରେ । ଭୀଷଣ ଯୁଦ୍ଧ ପରେ ଏହି ୧୩ ଜଣ ସୈନିକ ନିହତ ହେବାର ଜଣାପଡିଥିଲା । ଏହାପରେ ଋଷ ସେଠାରେ କବଜା କରିନେଇଛି । ଏହି ଘଟଣା ଜମାପଡିବା ପରେ ପୁରା ୟୁକ୍ରେନରେ ସହିଦ ହୋଇଥିବା ୧୩ଜଣ ସୈନିକଙ୍କୁ ସମ୍ମାନୀତ କରାଯିବା ସହ ସେମାନଙ୍କ ସଦଗତି କାମନା କରାଯାଇଛି । ଏହି ସୈନିକଙ୍କ ବୀରତା ଦେଖି ୟୁକ୍ରେନ ସରକାର ହିରୋ ଅଫ ୟୁକ୍ରେନ ସମ୍ମାନରେ ସେମାନଙ୍କୁ ସମ୍ମାନୀତ କରିଛନ୍ତି ।

ସ୍ନେକ ଆଇଲ୍ୟାଣ୍ଡ ଓଡେସାର ଦକ୍ଷିଣରେ କାଲା ସାଗରରେ ଥିବା ଏକ ଛୋଟ ଦ୍ୱୀପ ଅଟେ ଏହି ସ୍ନେକ ଆଇଲ୍ୟାଣ୍ଡ । ଯେଉଁଠି ୟୁକ୍ରେନ ତାର ସୈନିକଙ୍କୁ ନିୟୋଜିତ କରିଥିଲା । ଏହାରି ଭିତରେ ଋଷିଆ ନୌସେନାର ଏକ ଯୁଦ୍ଧଜାହାଜ ଏହି ଦ୍ୱୀପରେ କବଜା କରିବାକୁ ଆଦେଶ ଦେଲା । ଆଉ କିଛି ମିନିଟରେ ଯୁଦ୍ଧପୋତ ପୁରା ଦ୍ୱୀପକୁ ଘେରିଯାଇ ସୈନିକଙ୍କୁ ଆତ୍ମ ସମର୍ପଣ କରିବାକୁ କହିଥିଲା । କିନ୍ତୁ ୟୁକ୍ରେନ ସୈନିକ ମାନେ ନଡରି ଏକଦମ ମୁଣ୍ଡ ନଇଁବାକୁ ମନା କରିଦେଇଥିଲେ । ତାସହ ଗାଳି ମଧ୍ୟ ଦେଇଥିଲେ । ଯାହାପରେ ଯୁଦ୍ଧପୋତରେ ଥିବା ସୈନିକମାନେ ୟୁକ୍ରେନ ସୈନିକଙ୍କୁ ଗୁଳିମାରିବା ପରେ ସେମାନେ ବୀରଗତି ପ୍ରାପ୍ତ ହୋଇଛନ୍ତି ।

ୟୁକ୍ରେନ ବିଦେଶ ମନ୍ତ୍ରାଳୟ ଟ୍ଵିଟ କରି କହିଛି କି ଋଷ ୟୁକ୍ରେନର ସ୍ନେକ ଆଇଲ୍ୟାଣ୍ଡକୁ କବଜା କରିସାରିଛି । ତାସହ ସେଠାରେ ଥିବା ୧୩ସୈନିକଙ୍କ ନିହତ ହେବା କଥା ମଧ୍ୟ କହିଛି । ୟୁକ୍ରେନ ସେମାନଙ୍କ ବୀରତା ପାଇଁ ୧୩ ସୈନିକଙ୍କୁ ହିରୋ ଅଫ ୟୁକ୍ରେନରେ ସମ୍ମାନୀତ କରିଥିବା ଜଣାପଡିଛି

ରିପୋର୍ଟ ହିସାବରେ ଋଷିଆ ନୌସେନା ସ୍ନେକ ଆଇଲ୍ୟାଣ୍ଡ ଉପରେ କବଜା କରିବା ପାଇଁ କ୍ରୁଜର ମସ୍କୋବା ଓ ପେଟ୍ରୋଲିଂ ଜାହାଜ ବସିଲି ବାୟକୋବ ପଠାଇଥିଲା । ଏହି ଦୁଇଟି ଅତ୍ୟନ୍ତ ଶକ୍ତିଶାଳୀ ଅଟନ୍ତି । ମସ୍କୋଭା ଋଷିଆ ନୌସେନାର ଆଟଲାଣ୍ଟ ଶ୍ରେଣୀର ଏକ ଗାଇଡ ମିସାଇଲ କ୍ରୁଜର । ଏହି ଯୁଦ୍ଧ ଜାହାଜକୁ ଋଷିଆର ରାଜଧାନୀ ମସ୍କୋ ନାମରେ ନାମିତ କରାଯାଇଛି । ଏହି ଯୁଦ୍ଧ ଜାହାଜ ଋଷ ନୌସେନାର ସବୁଠୁ ଶକ୍ତିଶାଳୀ ଅଟେ ।

KNews Bureau

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

4 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

36 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

38 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

41 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

48 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago