ଦେଶ ବିଦେଶ

‘ମା’ ମୁଁ ଭଲ ପିଲା ହେବି,ଆଉ ତମକୁ ସ୍ୱର୍ଗରେ ଭେଟିବି’; ଯୁଦ୍ଧରେ ମା’ଙ୍କୁ ହରାଇବା ପରେ ଏମିତି ଆବେଗଭରା ଚିଠି ଲେଖିଛି ୯ ବର୍ଷର କୁନି ଝିଅ

ୟୁକ୍ରେନ୍‌ ଓ ରୁଷ୍‌ ମଧ୍ୟରେ ଗତ ଦେଢ଼ ମାସ ହେଲାଣି ଯୁଦ୍ଧ ଜାରି ରହିଛି। ଏହି ରକ୍ତ ସଂଘର୍ଷ ଯୋଗୁ ଇତି ମଧ୍ୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଲାଣି। ଆକ୍ରମଣ ଏବେ ବି ଜାରି ରହିଛି ଓ ଲୋକମାନେ ନିଜ ଆଖି ସାମ୍ନାରେ ପରିଜନଙ୍କ ମୃତ୍ୟୁର ବିଭୀଷିକା ଦେଖୁଛନ୍ତି। କଷ୍ଟ, ଚିତ୍କାର ଓ ଶୂନ୍ୟତା ମଧ୍ୟରେ ୟୁକ୍ରେନ୍‌ରେ ଏବେ ବି ଶୁଭୁଛି ବୋମା ବିସ୍ଫୋରଣ। ଏସବୁ ଭିତରେ ୟୁକ୍ରେନ୍‌ରେ ମାନବିକତା ବି ଧୀରେ ଧୀରେ ମରିଯାଉଥିବା ଦେଖାଯାଇଛି। ତେବେ ୟୁକ୍ରେନ୍‌ରେ ଏକ କୁନି ପିଲା ଯୁଦ୍ଧ ବେଳେ ମା’ଙ୍କ ପାଇଁ ଲେଖିଥିବାଏକ ଇମୋସନାଲ ଚିଠି ଏବେ ସମସ୍ତଙ୍କୁ ଦୋହଲାଇ ଦେଇଛି।

ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ହଜାର ହଜାର ପିଲା ଅନାଥ ହୋଇଯାଇଛନ୍ତି। ଏହି ଅନାଥ ଭିତରେ ଏକ ୯ ବର୍ଷର କୁନି ଝିଅ ବି ରହିଛି। ଯିଏ ଯୁଦ୍ଧ ବେଳେ ନିଜ ଆଖି ସାମ୍ନାରେ ମା’ର ମୃତ୍ୟୁକୁ ଦେଖିଛି। ୯ ବର୍ଷର ଏହି କୁନି ଝିଅଟି ମା’କୁ ଚିଠିରେ ପ୍ରତିଶ୍ରୁତି ଦେଇଛି ଯେ ସେ ଭଲ ପିଲା ହେବାକୁ ଚେଷ୍ଟା କରିବ। ଫଳରେ ତାକୁ ସ୍ୱର୍ଗ ମିଳିବ ଓ ସେ ପୁଣିଥରେ ସେଠାରେ ମା’ଙ୍କ ସହ ରହିପାରିବ।
ୟୁକ୍ରେନ୍‌ର କୁନି ଝିଅଟିଏ ଏହି ଭାବୁକ କରିଦେଲା ଭଳି ଚିଠିକୁ ସେଠାକାର ମନ୍ତ୍ରୀ ଏଣ୍ଟୋନ ଗେରାଶଚେଙ୍କୋ ଟ୍ଵିଟରରେ ସେୟାର କରିଛନ୍ତି। ଏହି ଚିଠି ପଢ଼ିଲେ ଆଖିରେ ଲୁହ ଚାଲି ଆସିବ। ପିଲାଟିର ଚିଠି ଅନେକ କଥା ବଖାଣୁଛି। ଲଢ଼େଇ କେବଳ ନିଃଶ୍ୱାସ ଛଡ଼ାଇ ନିଏନି ବରଂ ବଞ୍ଚିବାର ଆଶା ବି ଛଡ଼ାଇ ନିଏ।

ଚିଠିରେ ଛୁଆଟି ଲେଖିଛି, ମମ୍ମା… ଏହି ଚିଠି ତୁମ ପାଇଁ। ମୋ ଜୀବନର ସବୁଠୁ ଭଲ ୯ ବର୍ଷ ପାଇଁ ଧନ୍ୟବାଦ। ମୋ ପିଲା ଦିନ ପାଇଁ ମୁଁ କୃତଜ୍ଞ। ତୁମେ ଦୁନିଆର ସବୁଠୁ ଭଲ ମା’। ମୁଁ କେବେ ବି ତୁମକୁ ଭୁଲିବି ନାହିଁ। ମୁଁ ଚାହୁଁଛି ଯେ ତୁମେ ଉପରେ ଖୁସିରେ ରୁହ। ତୁମେ ସ୍ୱର୍ଗକୁ ଯାଅ। ଆମେ ସ୍ୱର୍ଗରେ ଦେଖାହେବା। ମୁଁ ସ୍ୱର୍ଗକୁ ଯିବାପାଇଁ ଭଲ ପିଲା ହେବି। ସେଇଠି ପୁଣି ତମ ସହ ଦେଖା ହେବି। ବହୁତ ଭଲ ପାଇବା।

ପିଲାଟିର ଏହି ଆବେଗପୂର୍ଣ୍ଣ ଚିଠି ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଲୋକମାନେ ୟୁକ୍ରେନ୍‌ରେ ଶାନ୍ତି ପାଇଁ ପ୍ରାର୍ଥନା କରୁଥିବା ଦେଖାଯାଇଛି।

Also Read: ଆଶ୍ଚର୍ଯ୍ୟ! ଜେସିବି ଲଗାଇ ରାତାରାତି ପୋଲ ନେଇଗଲେ ଚୋର, ସକାଳୁ ଉଠି ଗାଁ ଲୋକ ଅବାକ୍‌

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

5 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago