ରୁଷ୍-ୟୁକ୍ରେନ୍ ମଧ୍ୟରେ ବଢୁଛି ଯୁଦ୍ଧ ଆଶଙ୍କା, ଫେବ୍ରୁଆରୀରେ ହୋଇପାରେ ଆକ୍ରମଣ

ନୂଆଦିଲ୍ଲୀ : ଘନଉଛି ୟୁକ୍ରେନ୍ ସଂକଟ । ଫେବ୍ରୁଆରୀରେ ୟୁକ୍ରେନ୍ରେ ଆକ୍ରମଣ କରିପାରେ ରୁଷ୍ । ସତର୍କ କରାଇଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଆସନ୍ତା ମାସରେ ରୁଷିଆର ୟୁକ୍ରେନ୍ ଆକ୍ରମଣ ସମ୍ଭାବନା ଥିବା କହିଛନ୍ତି ବାଇଡେନ୍ । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କିଙ୍କ ସହ ଟେଲିଫୋନ୍ରେ କଥା ହୋଇଛନ୍ତି ।

ଗତ କିଛି ମାସ ଧରି ଆମେରିକା ଏ ସଂପର୍କରେ ସତର୍କ କରାଇ ଆସୁଥିବା କହିଛନ୍ତି ବାଇଡେନ୍ । ଆଉ ୟୁକ୍ରେନ୍ ରାଷ୍ଟ୍ରପତିଙ୍କୁ ସହଯୋଗର ପ୍ରତି ବି ଦେଇଛନ୍ତି । ରୁଷ୍ ଆକ୍ରମଣ କଲେ ତାର ଉଚିତ୍ ଜବାବ ଦିଆଯିବ । ନାଟୋ ସେନା ସହ ଆମେରିକା ମିଳିତ ଜବାବ ଦେବ ବୋଲି ବାଇଡେନ୍ ପ୍ରତିଶ୍ରୁତି ଦେଇଛନ୍ତି ।

ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି, ସୈନ୍ୟ ଅପସାରଣ ପାଇଁ କୁଟନୈତିକ ଉଦ୍ୟମ ଜାରି ରହିଛି । ଏପଟେ ରୁଷ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ରୁଷିଆ ଯୁଦ୍ଧ ଚାହୁଁନି । କିନ୍ତୁ ମସ୍କୋ ତାର ସୁରକ୍ଷାକୁ ଅଣଦେଖା କରିପାରିବନି । ୟୁକ୍ରେନ୍ ସୀମାରେ ବିପୁଳ ଅସ୍ତ୍ରଶସ୍ତ୍ର ସହ ପ୍ରାୟ ୧ ଲକ୍ଷ ସୈନ୍ୟ ଠୁଳ କରିଛି ରୁଷ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.