ରୁଷ ଉପରେ ଏୟାରଷ୍ଟ୍ରାଇକ୍‌ କଲା ୟୁକ୍ରେନ, ତେଲ ଡିପୋ ଉପରେ କଲା ରକେଟ ଆକ୍ରମଣ

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବା ପରିବର୍ତ୍ତେ ଭୟଙ୍କର ହେବାରେ ଲାଗିଛି। ରୁଷ ଉପରେ ଏୟାରଷ୍ଟ୍ରାଇକ୍ କରିଛି ୟୁକ୍ରେନ୍ । ରୁଷର ୟୁକ୍ରେନ ଆକ୍ରମଣ ପରେ ରୁଷ ମାଟିରେ ଏହା ୟୁକ୍ରେନର ପ୍ରଥମ ଏୟାର ଷ୍ଟ୍ରାଇକ । ମିସାଇଲ ମାଡ଼ ପରେ ରୁଷର ବେଲ୍ଗୋରଦ୍ ସହରରେ ଥିବା ଏକ ତେଲ ଡିପୋରେ ଭୀଷଣ ନିଆଁ ଲାଗିଛି । ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

୮ଟି ତୈଳ ଭଣ୍ଡାରରେ ନିଆଁ ଲାଗିଯାଇଥିବା ଖବର ମିଳିଛି। ଦୁଇଟି ୟୁକେନ୍ ହେଲିକପ୍ଟର ତୈଳ ଡିପୋରେ ଏୟାରଷ୍ଟାଇକ୍ କରିଛି । ଭୀଷଣ ନିଆଁ ଯୋଗୁ ନିକଟସ୍ଥ ଅଞ୍ଚଳ ଧୂଆଁମୟ ହୋଇପଡିଛି । ଏହି ଏୟାରଷ୍ଟ୍ରାଇକ ୟୁକ୍ରେନ୍ କରିଥିବା କହିଛନ୍ତି ବେଲ୍ଗୋରଦର ଗଭର୍ଣ୍ଣର । ଏଥିରେ ଦୁଇ ଜଣ ଆହତ ହେବା ସହ କିଛି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଚାଲିଛି ।

ସେପଟେ ଏଥିରେ କେହି ଆହତ ହୋଇଥିବା କଥାକୁ ଖଣ୍ଡନ କରିଛି ତୈଳ ଡିପୋ କର୍ତ୍ତୃପକ୍ଷ । ଅନ୍ୟପଟେ ଏକ ହେଲିକପ୍ଟର ତେଲ ଡିପୋରେ ଏୟାରଷ୍ଟ୍ରାଇକ୍ କରି ଯାଉଥିବାର ଏକ ଭିଡିଓ ମଧ୍ୟ ସ୍ଥାନୀୟ ଲୋକ ନିଜ ମୋବାଇଲରେ ରେକର୍ଡିଂ କରିଛନ୍ତି । ତେବେ ଏହି ଭିଡିଓର ସତ୍ୟତା ଏଯାଏ ସ୍ପଷ୍ଟ ହୋଇନି । ୟୁକ୍ରେନ୍ ସୀମାଠୁ ମାତ୍ର ୩୦ କିମି ଦୂରରେ ରହିଛି ବେଲ୍ଗୋରଦ୍ ସହର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.