୨ବର୍ଷର କୁକୁରକୁ ସମ୍ମାନୀତ କଲେ ରାଷ୍ଟ୍ରପତି ଜେଲେନ୍ସକି, ହେଲେ କାହିଁକି ଜାଣନ୍ତୁ

ଋଷ ଓ ୟୁକ୍ରେନ ଭିତରେ ଲମ୍ବା ସମୟ ଧରି ୟୁଦ୍ଧ ଜାରି ରହିଛି । ୨୬ଫେବୃଆରୀରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ କେତେ ଯେ ଲୋକେ ପ୍ରାଣ ହରାଇସାରିଲେଣି ତାର ହିସାବ ତକ ନାହିଁ । ଏହାଛଡା ୟୁକ୍ରେନର ଅନେକ ସହର ଋଷ ଆକ୍ରମଣରେ ବର୍ବାଦ ହୋଇସାରିଲାଣି । ଏହାରି ଭିତରେ ୟୁକ୍ରେନରୁ ଏକ ଖବର ଆସୁଛି ଯାହା ଯୁଦ୍ଧ ବିଭୀଷିକାଠୁ ସମ୍ପୂର୍ଣ୍ଣ ଅଲଗା ଅଟେ । ୟୁକ୍ରେନରେ ଦୁଇ ବର୍ଷର କୁକୁରକୁ ସମ୍ମାନୀତ କରାଯାଇଛି ।ଏବଂ ଏି ସମ୍ମାନ କୌଣସି ଅନ୍ୟଠାରୁ ନୁହେଁ ବରଂ ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସକିଙ୍କ ଠାରୁ । କୌଣସି ରାଷ୍ଟ୍ରପତିଙ୍କ ଦ୍ୱାରା କୁକୁରକୁ ମେଡାଲ ଦିଆଯିବା କଥାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି ।

ଏହା ସହ ଲୋକଙ୍କ ମନରେ ପ୍ରଶ୍ନ ଏଇଆ ଯେ କୁକୁର ଏମିତି କଣ କଲା ଯାହା ପରେ ତାକୁ ରାଷ୍ଟ୍ରପତିଙ୍କ ତରଫରୁ ସମ୍ମାନୀତ କରାଗଲା । କହିରଖୁଛୁ ଯେଉଁ କୁକୁରକୁ ସମ୍ମାନୀତ କରାଯାଇଚି ସେହି କୁକୁର ଶୁଙ୍ଘିକରି ବାରୁଦର ପତ୍ତା ଲଗାଇପାରେ । ଏହି କୁକୁରକୁ କିବରେ ଏକ ସମାରୋହ ଅବସରରେ ରାଷ୍ଟ୍ରପତି ଜେଲେନ୍ସକିଙ୍କ ଦ୍ୱାରା ଜୈକ ରସେଲ ଟେରିୟରର ସଂରକ୍ଷକରେ ଏହି କୁକୁରକୁ ସମ୍ମାନୀତ କରାଯାଇଛି । ଏହି କୁକୁରର ନାମ ହେଉଛି ପେଟ୍ନନ । ଆଉ ଏହାର ମାଲିକ ସିଭିଲ ପ୍ରୋଟେକ୍ସନ ସର୍ଭିସରେ ମେଜର ଅଟନ୍ତି । ଯାହାଙ୍କ ନାମ ମିହାଇଲୋ ଇଲିଏବ ଅଟେ ।

ପେଟ୍ନନକୁ ସମ୍ମାନୀତ ବାରୁଦ ସୁରଙ୍ଗ ଶୁଙ୍ଘିବା ପାଇଁ କରାଯାଇଛି । ଅର୍ଥାତ ବାରୁଦ ଶୁଙ୍ଘି ବିପଦକୁ ଜାଣିପାରେ ଏହି କୁକୁର । ଏହି କୁକୁର ଯୁଦ୍ଧ ଆରମ୍ଭ ହେବା ଦିନରୁ ହିଁ ଆକ୍ଟିବ ରହିଛି । କୁହାଯାଉଛି କି ଏପର୍ଯ୍ୟନ୍ତ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୨୦୦ବିସ୍ପୋରକ ଶୁଙ୍ଘି ଖୋଜି ପାରିଛି ଓ ତାକୁ ଫାଟିବାରୁ ମଧ୍ୟ ରୋକାଯାଇପାରିଛି । ଏହାକୁ ନ୍ୟାସନାଲ ହିରୋ ଭାବେ ସମ୍ମାନୀତ କରାଯାଇଛି । ଏବେ ପେଟ୍ରନ ହେଉଛି ଗୋଟେ ୱରିଅର । ଯିଏ ୟୁକ୍ରେନ ସେନାକୁ ବହୁତ ସାହାଯ୍ୟ କରିଛି ।

ଆର୍ମିରେ ଅଲଗା ଅଲଗା ଟ୍ୟାକ୍ସ ପାଇଁ ଅଲଗା ଅଲଗା ବ୍ରିଡର କୁକୁରଙ୍କୁ ବ୍ୟବହାର କରାଯାଉଛି । ଏବଂ ସେହି ହିସାବରେ ସେମାନଙ୍କୁ ଟ୍ରେନିଙ୍ଗ ଦିଆଯାଏ । ସେମିତିରେ ଆର୍ମିରେ ଜର୍ମନଶୋଫର୍ଡ, ଲେବ୍ରୋଡର, ବେଲଜିୟନ ଶେଫର୍ଡ ଓ ଗ୍ରେଟ ସ୍ୱିସ ମାଉଣ୍ଟେନ ଡଗ୍ସ ପ୍ରୋଜେକ୍ଟରେ କାମ କରନ୍ତି । ଡଗଙ୍କ ଟ୍ରେନିଙ୍ଗ ପାଇଁ ଅଲଗା ଅଲଗା ଫୋର୍ସ ରହିଥାନ୍ତି ।

ୟୁକ୍ରେନରେ ମିଡିଆ ରିପୋର୍ଟ ହିସାବରେ ଯୁଦ୍ଧ ଭିତରେ ଋଷ ସେନାର ୧୫୦ ହେଲିକାପ୍ଟର୍ସ, ୧୭୨ ଏୟାରକ୍ରାଫ୍ଟ, ୧୬୬ ୟୁଏବି , ୬୭ଏୟାର ଡିଫେନ୍ସ ସିଷ୍ଟମ ଧ୍ୟଂସ ହୋଇଛି । ଋଷର ବୋଟ୍ସ ଓ କଟର୍ସ ମଧ୍ୟ କ୍ଷତି ପହଞ୍ଚିଛି । ଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି ଆଉ ବଡକଥା ହେଲା ଏମାନଙ୍କ ଭିତରେ ଲକ୍ଷ ଲକ୍ଷ ଛୋଟ ପିଲା ବି ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.