୨୦୦ର ବଦଲା ୨୦୦, ଚବିଶ ଘଣ୍ଟାରେ ପ୍ରତିଶୋଧ ନେଲା ୟୁକ୍ରେନ୍

ନୂଆଦିଲ୍ଲୀ : ବଦଲା ନେଲା ୟୁକ୍ରେନ୍ । ୨୦୦ର ବଦଲା ୨୦୦ । ୨୪ ଘଣ୍ଟାରେ ପ୍ରତିଶୋଧ ନେଲା ୟୁକ୍ରେନ୍ । ଗତକାଲି ଟ୍ରେନ୍ ଉପରେ ହମ୍ଲା କରି ୨୦୦ ୟୁକ୍ରେନ୍ ସୈନ୍ୟଙ୍କୁ ମାରିଥିବା ଦାବି କରିଥିଲା କ୍ରେମଲିନ୍ । ଆଜି ହୋଟେଲ ଉପରେ ରକେଟ୍ ମାଡ଼ କରି ୨୦୦ ରୁଷ୍ ସୈନ୍ୟଙ୍କୁ ହତ୍ୟା କରିଥିବା ଦାବି କରିଛି ୟୁକ୍ରେନ। ସେପଟେ ବିକିରଣ ବିପର୍ଯ୍ୟୟରୁ ଅଳ୍ପକେ ବର୍ତ୍ତି ଯାଇଛି ବିଶ୍ୱ।

ଡୋନ୍ବାସରେ ପାରାଚୁଟ୍ରେ ଓହ୍ଲାଇଥିଲେ ରୁଷ୍ର ପ୍ରାୟ ୨୦୦ ସୈନ୍ୟ । ଏକ ହୋଟେଲରେ ରହିଥିବା ୟୁକ୍ରେନ୍ ସେନାକୁ ମିଳିଥିଲା ସୂଚନା । ନିର୍ଭୁଲ ଏୟାର ଷ୍ଟ୍ରାଇକ୍ କରିଥିଲା ୟୁକ୍ରେନ୍। ଧ୍ୱଂସ ହୋଇଯାଇଛି ହୋଟେଲ । ହୋଟେଲରେ ଥିବା ରୁଷ୍ର ସବୁ ସୈନ୍ୟ ନିହତ ହୋଇଛନ୍ତି। ୟୁକ୍ରେନ୍ର ଏୟାର ଷ୍ଟ୍ରାଇକ୍ ନେଇ ସ୍ପଷ୍ଟ କରିଛନ୍ତି ଲୁହାନ୍ସ୍କ ଓବ୍ଲାଷ୍ଟ ଗଭର୍ଣ୍ଣର।

୨୪ ଘଣ୍ଟା ନପୂରୁଣୁ ବଦଲା ନେଇଛି ୟୁକ୍ରେନ୍ । ଗତକାଲି ଡୋନ୍ବାସ ଯାଉଥିବା ଏକ ଟ୍ରେନ୍ ଉପରେ ମିସାଇଲ ମାଡ଼ କରିଥିଲା ରୁଷ ସେନା। ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା ଟ୍ରେନ୍ର ୪ଟି ବଗି। ଟ୍ରେନ୍ରେ ୨୦୦ ୟୁକ୍ରେନ୍ ସୈନ୍ୟ ଏବଂ ୧୦ ୟୁନିଟ୍ ଅସ୍ତ୍ରଶସ୍ତ୍ର ଥିବା କ୍ରେମଲିନ୍ ଦାବି କରିଥିଲା। ରୁଷ୍ର ୨୦୦ ସୈନ୍ୟଙ୍କୁ ହତ୍ୟା କରି ଏହାର ପ୍ରତିଶୋଧ ନେଇଛି ୟୁକ୍ରେନ୍ ।

Leave A Reply

Your email address will not be published.