ରୁଷ୍ ରାଷ୍ଟ୍ରପତି ପୁଟିନ୍ଙ୍କୁ ହତ୍ୟା କରିବାକୁ ଉଦ୍ୟମ କଲା ୟୁକ୍ରେନ୍! କ୍ରେମ୍ଲିନରେ ମାଡ଼ କଲା ଡ୍ରୋନ୍
ପୁଟିନଙ୍କୁ ହତ୍ୟା କରିବାକୁ ଉଦ୍ୟମ। କିଭ୍ ଏହି ପ୍ରୟାସ କରିଥିବା ଅଭିଯୋଗ କରିଛି ରୁଷ। ଡ୍ରୋନ୍ ଜରିଆରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା କୁହାଯାଇଛି।
ପୁଟିନଙ୍କୁ ହତ୍ୟା କରିବାକୁ ଉଦ୍ୟମ। କିଭ୍ ଏହି ପ୍ରୟାସ କରିଥିବା ଅଭିଯୋଗ କରିଛି ରୁଷ। ଡ୍ରୋନ୍ ଜରିଆରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା କୁହାଯାଇଛି। କ୍ରେମଲିନ୍ ଉପରେ ଡ୍ରୋନ୍ ଜରିଆରେ ଆକ୍ରମଣ କରି ପୁଟିନଙ୍କୁ ହତ୍ୟା ପାଇଁ କିଭ୍ ଉଦ୍ୟମ କରିଥିବା କୁହାଯାଇଛି। ଏହି ଆକ୍ରମଣ ଉଦ୍ୟମକୁ କ୍ରେମଲିନ ଯୋଜନାବଦ୍ଧ ଆତଙ୍କବାଦୀ ଆକ୍ରମଣ ବୋଲି କହିଛି।
ଆକ୍ରମଣରେ ଦୁଇଟି ଡ୍ରୋନ୍ ବ୍ୟବହାର ହୋଇଥିଲା। କିନ୍ତୁ ରୁଷ ଆକ୍ରମଣ ଯୋଜନାକୁ ପଣ୍ଡ କରି ଦେଇଛି। ଏହି ଆକ୍ରମଣରେ ପୁଟିନ ସୁରକ୍ଷିତ ଅଛନ୍ତି। ବିଲଡିଂର ବିଶେଷ କ୍ଷତି ହୋଇନାହିଁ।
ମଙ୍ଗଳବାର ରାତି (ଭାରତୀୟ ସମୟ)ରେ ୟୁକ୍ରେନ କ୍ରେମଲିନ୍ ଉପରେ ଡ୍ରୋନ୍ ଆକ୍ରମଣ କରିଥିବା ରୁଷ୍ ରାଷ୍ଟ୍ରପତି କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। ମସ୍କୋ ବାସିନ୍ଦା ମଧ୍ୟ ସ୍ଥାନୀୟ ସମୟ ଅପରାହ୍ନ ୨ଟା ପରେ କ୍ରେମଲିନ୍ କାନ୍ଥ ପଛପାର୍ଶ୍ୱରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ପାଇଥିଲେ। ଏହାପରେ କ୍ରେମ୍ଲିନ୍ ଉପରୁ ଆକାଶରେ ଧୂଆଁ ଉଠୁଥିବା ଦେଖାଯାଇଥିଲା।
ରୁଷ୍ ରାଷ୍ଟ୍ରପତି କାର୍ଯ୍ୟାଳୟ କ୍ରେମଲିନ୍ର ପ୍ରବକ୍ତା ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ ଡ୍ରୋନ୍ ଆକ୍ରମଣ ସମୟରେ ରାଷ୍ଟ୍ରପତି ପୁଟିନ୍ କ୍ରେମଲିନ୍ରେ ଉପସ୍ଥିତ ନ ଥିଲେ। ଏହି ଡ୍ରୋନ୍ ଆକ୍ରମଣ ପୁଟିନଙ୍କ କାର୍ଯ୍ୟକୁ ପ୍ରଭାବିତ କରିନାହିଁ, ବରଂ ସେ ପୂର୍ବ ନିର୍ଦ୍ଧାରିତ ସମୟ ଏବଂ ଯୋଜନା ଅନୁସାରେ ନିଜ କାର୍ଯ୍ୟ ଜାରି ରଖିଛନ୍ତି।