ଦେଶ ବିଦେଶ

ଭୟଙ୍କର ପର୍ଯ୍ୟାୟରେ ରୁଷ-ୟୁକ୍ରେନ୍ ଲଢ଼େଇ, ୪୩ ହଜାର ରୁଷ ସୈନ୍ୟ ପ୍ରାଣ ହରାଇଥିବା ଦାବି କଲା ୟୁକ୍ରେନ

ନୂଆଦିଲ୍ଳୀ : ଭୟଙ୍କର ପର୍ଯ୍ୟାୟରେ ରୁଷ-ୟୁକ୍ରେନ୍ ଲଢ଼େଇ । ଆଉ ଏକତରଫା ହୋଇ ରହିନାହିଁ ଯୁଦ୍ଧ । ୟୁକ୍ରେନ୍ ସହର ଉପରେ ଯେତିକି ମିସାଇଲ ବର୍ଷୁଛି । ଏହାର କଡା ଜବାବ ଦେଉଛି ୟୁକ୍ରେନ ସେନା । ରୁଷ ସେନା ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି ଜେଲେସ୍କି ସେନା । ବର୍ତ୍ତମାନ ସୁଦ୍ଧା ୪୩ ହଜାର ରୁଷ ସୈନ୍ୟ ପ୍ରାଣ ହରାଇଲେଣି ବୋଲି ଦାବି କରିଛି ୟକ୍ରେନ ।

୧୮୪୬ ଲଢ଼ୁଆ ଟ୍ୟାଙ୍କ ଏବଂ ୨୩୨ ଟି ଲଢୁଆ ବିମାନ ଧ୍ୱଂସ ହେଲାଣି । ସେହିପରି ୧୯୩ ଟି ହେଲିକପ୍ଟର ସହ ୧୮୫ଟି କ୍ରୁଜ୍ ମିଶାଇଲ୍ ଉଡାଇଦେଇଛି ୟୁକ୍ରେନ୍ । ସେହିପରି ଡୋନେସ୍କର ବାଖ୍ମୁତ ଅଞ୍ଚଳରେ ପଛକୁ ହଟିଛି ପୁଟିନ ସେନା। ୟୁକ୍ରେନର ଜବାବୀ କାର୍ଯ୍ୟାନୁଷ୍ଠାନରେ ୧୧ ରୁଷ ସୈନ୍ୟଙ୍କ ଜୀବନ ଯିବା ପରେ ପଛଘୁଞ୍ଚା ଦେଇଛି ପୁଟିନ ସେନା।

ସେପଟେ ମସ୍କୋର ରଷିଆନ ମିଲିଟାରୀ ବେସ ନିକଟରେ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଡୋଲଗୋପୁଦନି ଠାରେ ମିଲିଟାରୀ ବେସରେ ନିଆଁ ଲାଗିଥିବା ନେଇ ରୁଷୀୟ ମିଡିଆ ତାସ୍ରେ ଖବର ପ୍ରକାଶ ପାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିଲେ ସୁଦ୍ଧା ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

କ୍ରିମିଆର ସାକି ଏୟାରବେସ୍ରେ ଆକ୍ରମଣ ପରେ ଏମରଜେନ୍ସି ଘୋଷଣା। ଭୟଙ୍କର ପର୍ଯ୍ୟାୟରେ ରୁଷ-ୟୁକ୍ରେନ୍ ଲଢ଼େଇ । ଆଉ ଏକତରଫା ହୋଇ ରହିନାହିଁ ଯୁଦ୍ଧ । ୟୁକ୍ରେନ୍ ସହର ଉପରେ ଯେତିକି ମିସାଇଲ ବର୍ଷୁଛି । ଏହାର କଡା ଜବାବ ଦେଉଛି ୟୁକ୍ରେନ ସେନା । ବିସ୍ଫୋରଣରେ ଥରିଲା କ୍ରିମିଆର ସାକି ଏୟାର ବେସ । ମାଟିରେ ମିସିଛି ରୁଷର ଶକ୍ତିଶାଳୀ ଯୁଦ୍ଧ ବିମାନ । ଧ୍ୱଂସ ହୋଇଛି ରୁଷର ୧୦ ଯୁଦ୍ଧବିମାନ । ରହିଛି ସୁଖୋଇ su-24, ସୁଖୋଇ su -30 T ilyushin 11 -22 । ଅନ୍ୟ ଲଢୁଆ ବିମାନ ବି ମାଟିରେ ମିଶିଛି।

ଭୋଫେଡୋରିଭକାରେ ବାୟୁସେନାର ଅସ୍ତ୍ରଶସ୍ତ୍ର ଉଡ଼ାଇ ଦେଇଛି ଜେଲେନ୍ସ୍କି ସେନା। ରୁଷ କବଜାରେ ଥିବା କ୍ରିମିଆର ସାକି ଏୟାର ବେସ ନିକଟରେ ହୋଇଥିଲା ଗୋଟିଏ ପରେ ଗୋଟିଏ ବିସ୍ଫୋରଣ । ୧୪ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ୬୨ଟି ବିଲ୍ଡିଂ ନଷ୍ଟ ହୋଇଥିବାବେଳେ ୨୦ଟି ବ୍ୟବସାୟିକ ପ୍ରତିଷ୍ଠାନ ଧ୍ୱଂସ ହୋଇଛି।

Niharanjan

Recent Posts

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

5 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

13 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

31 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

33 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 hour ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago