ଦେଶ ବିଦେଶ

ଜାପୋରଝିଆ ଆଣବିକ କେନ୍ଦ୍ରରେ ରୁଷ୍‌ର ଉପସ୍ଥିତି ପୂରା ୟୁରୋପ ପାଇଁ ବିପଦ, ଯେକୌଣସି ମୁହୂର୍ତ୍ତରେ ବି ହୋଇପାରେ ବିକିରଣ

ରୁଷ୍‌ର ଆଣବିକ ଶିଳ୍ପ ଉପରେ କଠୋର କଟକଣା ଲଗାଯାଉ। ଏମିତି ଆହ୍ଵାନ ଦେଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଦମିର ଜେଲେନ୍‌ସ୍କି। ଜାପୋରଝିଆ ଆଣବିକ କେନ୍ଦ୍ରରେ ବଢ଼ୁଥିବା ବିପଦ ପାଇଁ ରୁଷ୍‌ ଆଣବିକ ଶିଳ୍ପ ଉପରେ କଠୋର କଟକଣା ଲଗାଇବାକୁ ମିତ୍ରରାଷ୍ଟ୍ରଙ୍କୁ କହିଛନ୍ତି ଜେଲେନ୍‌ସ୍କି। ଜାପୋରଝିଆ ନ୍ୟୁକ୍ଲିୟର ପାଓ୍ଵାର ପ୍ଲାଣ୍ଟରେ ରୁଷ୍‌ ସେନାର ଉପସ୍ଥିତି ଯୋଗୁ ପ୍ରତିଦିନ ପାଦେପାଦେ ବଢ଼ି ଚାଲିଛି ବିପଦ। ପୂରା ୟୁରୋପ ପାଇଁ ବିକିରଣ ବିପଦ ବଢ଼ିଛି। ଏପରିକି ଶୀତଳ ଯୁଦ୍ଧ ସମୟରେ ମଧ୍ୟ ୟୁରୋପ ପାଇଁ ଏପରି ଆଣବିକ ବିପଦ ନଥିଲା ବୋଲି ଜେଲେନ୍‌ସ୍କି କହିଛନ୍ତି। ଏଥିପାଇଁ ରୁଷ୍‌ ବିରୋଧରେ ଜବାବୀ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ।

ରୁଷ୍‌ର ଆଣବିକ ଶିଳ୍ପରେ ତାଲା ପକାଇବାକୁ ୟୁକ୍ରେନ୍‌ର କୂଟନୀତିଜ୍ଞ ଏବଂ ପ୍ରତିନିଧିମାନେ ମିତ୍ରରାଷ୍ଟ୍ରଗୁଡ଼ିକରେ ସବୁ ପ୍ରକାର ଉଦ୍ୟମ କରିବେ। ଜାପୋରଝିଆ ଆଣବିକ କେନ୍ଦ୍ରକୁ ଆୟୁଧ କରି ବ୍ଲାକମେଲ କରୁଛି ରୁଷିଆ। ବ୍ଲାକମେଲ ଅପରେସନ୍‌ରେ ସହାୟତା କରୁଥିବା ଦେଶଗୁଡ଼ିକର ଅନ୍ତର୍ଜାତୀୟ କୋର୍ଟରେ ବିଚାର ହେବା ଆବଶ୍ୟକ ବୋଲି ଜେଲେନ୍‌ସ୍କି କହିଛନ୍ତି। ଜାପୋରଝିଆ ନ୍ୟୁକ୍ଲିୟର ପ୍ଲାଣ୍ଟର ଛାତ ତଳୁ ବା ପ୍ଲାଣ୍ଟ ଉପରେ ଗୋଳାବର୍ଷା କରୁଥିବା ପ୍ରତି ରୁଷ ସୈନ୍ୟ ଆମ ଆର୍ମୀ ଇଣ୍ଟେଲିଜେନ୍‌ସର ସ୍ୱତନ୍ତ୍ର ଟାର୍ଗେଟ୍‌କୁ ଆସୁଛନ୍ତି। ଏକଥା ସେମାନେ ବୁଝି ରଖିବା ଉଚିତ ବୋଲି ଚେତାଇ ଦେଇଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି।

ଗତ ଫେବ୍ରୁଆରୀ ମାସରେ ୟୁକ୍ରେନ୍‌ ଆକ୍ରମଣ କରିଥିଲା ରୁଷିଆ। ମାର୍ଚ୍ଚ ମାସରେ ଜାପୋରଝିଆ ନ୍ୟୁକ୍ଲିଅର ପାଓ୍ଵାର ପ୍ଲାଣ୍ଟକୁ ଅକ୍ତିଆର କରି ନେଇଥିଲା। ସେତେବେଳେ ରୁଷ ସେନା ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିଲା ପ୍ଲାଣ୍ଟ। କିନ୍ତୁ ଅଳ୍ପକେ ବିକିରଣରୁ ବର୍ତ୍ତି ଯାଇଥିଲା। ପ୍ଲାଣ୍ଟକୁ ଦଖଲ କରିନେବା ପରେ ଏହାକୁ ଯୁଦ୍ଧରେ ଅସ୍ତ୍ର ଆଉ ଢାଲ କରିଛି ରୁଷ ସେନା। ପ୍ଲାଣ୍ଟ ପରିସରରୁ ଶତ୍ରୁକୁ ଟାର୍ଗେଟ୍‌ କରୁଛି। ଜବାବୀ ହମ୍‌ଲା କରିପାରୁନି ୟୁକ୍ରେନ୍‌।

ଗତ ସପ୍ତାହରେ ପ୍ଲାଣ୍ଟ ଅଞ୍ଚଳରେ ରୁଷ୍‌ ସେନାର କାର୍ଯ୍ୟକଳାପ ବଢ଼ିଛି। ଏବେ ପ୍ଲାଣ୍ଟର ଅପରେସନ୍‌ ସୁରକ୍ଷାମାନକ ତଳକୁ ଖସି ଆସିଛି। ୬ଟି ରିଆକ୍ଟର ବିପଦରେ। ଯେ କୌଣସି ମୁହୂର୍ତ୍ତରେ ବିକିରଣ ହୋଇପାରେ। ବିକିରଣ ହେଲେ ୟୁରୋପରେ ମହା ବିପର୍ଯ୍ୟୟ ସୃଷ୍ଟି ହେବ। ଏଥିପାଇଁ ପୂରା ବିଶ୍ୱ ଚିନ୍ତିତ। ପ୍ଲାଣ୍ଟ ଅଞ୍ଚଳରୁ ରୁଷ୍‌ ତାର ସୈନ୍ୟ ପ୍ରତ୍ୟାହାର କରିବା ସହ ମିଲିଟାରୀ ଅପରେସନ୍‌ ତୁରନ୍ତ ବନ୍ଦ କରିବାକୁ କହିଛି ମିଳିତ ଜାତିସଂଘ। ଆଣବିକ ବିପଦ ସୃଷ୍ଟି କରିଥିବା ରୁଷ୍‌ ପାଖରେ ଆଣବିକ ଶିଳ୍ପ ଚଳାଇବାର ଅଧିକାର ନାହିଁ ବୋଲି ପୂର୍ବରୁ କହିଥିଲେ ଜେଲେନ୍‌ସ୍କି।

Also Read: ପୋଲିସ ପଦକ ଘୋଷଣା: କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସହ ଏସବୁ ଅଧିକାରୀଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ

WCW 11

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

9 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

12 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

47 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

58 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago