କିଭ୍‌ରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୟୁକ୍ରେନ ଗୃହମନ୍ତ୍ରୀଙ୍କ ସହିତ ୧୮ ମୃତ

କିଭ୍‌ରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଏହି ଘଟଣାରେ ଅତିକମରେ ୧୮ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୟୁକ୍ରେନର ଗୃହମନ୍ତ୍ରୀ ଡେନିସ ମୋନାଷ୍ଟିର୍କିଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ମୁତାବକ, ଦୁର୍ଘଟଣାରେ ମନ୍ତ୍ରୀଙ୍କ ସମେତ ଅନ୍ୟ ଜଣେ ଅଧିକାରୀଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ମଧ୍ୟ ଅଛନ୍ତି । କିଭ୍‌ ନିକଟ ବ୍ରୋଭାରି ସହରର କିଣ୍ଡରଗାର୍ଟେନ ନିକଟରେ କ୍ରାସ ହେଲା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ।

ହେଲିକପ୍ଟର ଦୁର୍ଘଟଣା ଏକ ବାଳାଶ୍ରମ ପାଖରେ ହୋଇଛି । ଏହି ଘଟଣାରେ ଦୁଇ ପିଲାଙ୍କ ସହିତ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ମନ୍ତ୍ରଣାଳୟର ଅନେକ ଅଧିକାରୀ ରହିଛନ୍ତି ବୋଲି ନ୍ୟାସନାଲ ପୋଲିସର ମୁଖ୍ୟ ଇଗୋର କ୍ଲେମେକୋ କହିଛନ୍ତି ।

ହେଲିକପ୍ଟର ଦୁର୍ଘଟଣା କିଭ ଠାରୁ ୨୦ ମିଟର ଦୂରରେ ହୋଇଛି । ଦୁର୍ଘଟଣା ପରେ ହେଲିକପ୍ଟରରେ ନିଆଁ ଲାଗିଯାଇଥିଲା । ଦୁର୍ଘଟଣା ପରେ ଆପତ୍ତକାଳିନୀ ସେବା ଘଟଣା ସ୍ଥଳରେ ପହଞ୍ଚିଛି । ତେବେ ଘଟଣା ପରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।

ଶନିବାର ରୁଷ ସେନା ୟୁକ୍ରେନର ବିଭିନ୍ନ ସ୍ଥାନରେ ଘନଘନ ମିସାଇଲ ମାଡ଼ କରିଥିଲା। ୟୁକ୍ରେନର ଡିନପ୍ରୋ ସହରରେ ରୁଷର ଏକାଧିକ ମିସାଇଲ ଗୋଟିଏ ୯ ମହଲା ବିଲଡିଂକୁ ହିଟ୍ କରିଥିଲା। ଏଥିରେ ୧୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିଲେ ।

ଗତବର୍ଷ ଡିସେମ୍ବରର ମାସରେ ୟୁକ୍ରେନ ବିରୋଧରେ ଏକଲକ୍ଷରୁ ଅଧିକ ସୈନ୍ୟ ମୁତୟନ କରିଥିଲା କ୍ରେମଲିନ। ତେବେ ଦ୍ୱିତୀୟ ଥର ସୈନ୍ୟ ମୁତୟନ ବେଳେ ସୈନ୍ୟଙ୍କ ଦକ୍ଷତା ଓ ଲଢୁଆ ମନୋବୃତ୍ତିକୁ ଗୁରୁତ୍ୱ ଦିଆଯିବ ବୋଲି କୁହାଯାଇଛି। ୟୁକ୍ରେନ ଯୁଦ୍ଧରେ ଏଯାଏ ନିଜର ଏକଲକ୍ଷ ୧୭ହଜାରରୁ ଅଧିକ ସୈନ୍ୟ ହରାଇଲାଣି ରୁଷ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.