ଦେଶ ବିଦେଶ

ରୁଷ-ୟୁକ୍ରେନ ଯୁଦ୍ଧ; ସୈନିକ ଛାତିରୁ ମିଳିଲା ଜୀବନ୍ତ ବୋମା, ଯୁଦ୍ଧ ବେଳେ ଛାତିକୁ ପସିଯାଇଥିଲା

ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହା ମଧ୍ୟରେ ଏକ ଅଦ୍ଭୁତ ଧରଣର ଘଟଣା ସାମ୍ନାକୁ ଆସିଛି। ଯାହା ଡାକ୍ତରଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ଜଣେ ରୁଷ ସୈନିକ ଛାତିରେ ଯନ୍ତ୍ରଣା ହେବା ଯୋଗୁଁ ଡାକ୍ତରଙ୍କ ପାଖକୁ ଆସିଥିଲେ। ଆଉ ତାଙ୍କ ଛାତିରେ ଯାହା ଥିଲା, ତାହା ଜାଣିବା ପରେ ଡାକ୍ତର ଆଶ୍ଚର୍ଯ୍ୟ ହୋଇଥିଲେ । ଡାକ୍ତର ଅପରେସନରେ ରୁଷ ସୈନିକଙ୍କ ଛାତିରୁ ଜୀବନ୍ତ ବୋମା କାଢିଥିଲେ। ତେବେ ବୋମାଟି ବିସ୍ଫୋରଣ ନ ହୋଇ କିପରି ଛାତିରେ ଯାଇ ରହିଲା ।

ରିପୋର୍ଟ ମୁତାବକ, ରୁଷ ସୈନକ ନିକଲୋୟ ପାସେଙ୍କୋ ରୁଷ ସେନାର ଫ୍ରଣ୍ଟଲାଇନ ସୈନକ। ୟୁକ୍ରେନ ସେନା ସହିତ ଯୁଦ୍ଧ କରିବା ସମୟରେ ଆହତ ହୋଇଥିଲେ। ଗୁରୁତର ଭାବେ ଆହତ ହେବା ପରେ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଆସିଥିଲେ। ଆଉ ଡାକ୍ତର ପାଖରେ ପହଞ୍ଚିବା ପରେ ଛାତିରେ ଜୀବନ୍ତ ବୋମା ଥିବା ପାଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ କିପରି ତାଙ୍କ ଛାତିକୁ ବୋମା ଗଲା ତାହା ଏପର୍ଯନ୍ତ ଜଣାପଡିନାହିଁ।

ତେବେ ଏହି ଖବରକୁ ନେଇ ରୁଷର ରକ୍ଷା ମନ୍ତ୍ରଣାଳୟ କହିଛି ଯେ, ରୁଷର ଏହି ସୈନିକଙ୍କ ଚିକିତ୍ସା ମିଲିଟାରୀ ଡିଷ୍ଟ୍ରିକ୍ଟର ମେଡ୍ରିକ ସେଣ୍ଟ୍ରାଲ ମିଲିଟ୍ରି କ୍ଲିନିକାଲ ହସପିଟାଲର ସର୍ଜନଙ୍କ ଦ୍ୱାରା ହୋଇଛି। ଛାତିରେ ଘା ଥିବା ଯୋଗୁଁ ଯନ୍ତ୍ରଣା ହେଉଥିଲା। ତାଙ୍କୁ ସେଥିପାଇଁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ବୋମାଟି ବିନା ବିସ୍ଫୋରଣ ହୋଇ ଛାତିରେ ପଶିଯାଇଥିଲା।

ତେବେ ଡାକ୍ତରଙ୍କ କହିବାନୁଯାୟୀ, ଅପରେସନ ସମୟରେ ବିସ୍ଫୋରଣ ହେବାର ଆଶଙ୍କା ରହିଥିଲା। କିନ୍ତୁ ଡାକ୍ତର ଏହାକୁ ସାବଧାନତାର ସହିତ ରୁଷ ସୈନିକଙ୍କ ଛାତିରୁ କାଢିଦେଇଥିଲେ। ସର୍ଜରୀ କରିବାରେ ସଫଳ ହୋଇଥିଲେ ଡାକ୍ତର।

ସୂଚନାଯୋଗ୍ୟ, ଚଳିତବର୍ଷ ଫେବୃଆରୀ ୨୪ ତାରିଖରୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଏପର୍ଯ୍ୟନ୍ତ ଦୁଇ ଦେଶର ୨ଲକ୍ଷରୁ ଅଧିକ ସୈନ୍ୟ ମୃତ୍ୟୁବରଣ କରିସାରିଛନ୍ତି ।

Swagatika

Recent Posts

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

53 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago

ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ ।…

4 hours ago