ରୁଷ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ, ୩୮ ମହଲା ବିଲିଡିଂରେ ୯/୧୧ ଭଳି ଆକ୍ରମଣ

ରୁଷ ଉପରେ ଡ୍ରୋନ ଆକ୍ରମଣ କଲା ୟୁକ୍ରେନ । ରୁଷରେ ଥିବା ୩୮ ମହଲା ବିଲିଡିଂରେ ଡ୍ରୋନ ଆକ୍ରମଣ କରିଛି ୟୁକ୍ରେନ । ୟୁକ୍ରେନର ଡ୍ରୋନ ରୁଷର ବିଲିଡିଂରେ ପଶିଥିବାର ଭିଡିଓ ମଧ୍ୟ ଭାଇରଲ ହେଇଛି । ଏହି ଘଟଣା ରୁଷର ସାରାତୋଭ ସହରର ସବୁଠୁ ଉଚ୍ଚ ୩୮ ମହଲା ବିଲିଡିଂ ବୋଲ୍ଗା ସ୍କାଇରେ ହୋଇଛି ।

ଭାଇରଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି କି, ଏକ ଡ୍ରୋନ ସିଧା ଯାଇ ୩୮ ମହଲା ବିଲିଡିଂରେ ପଶିଯାଉଛି ଆଉ ବିସ୍ଫୋରଣ ପରେ ନିଆଁ ଲାଗିଯାଉଛି । ବିଲିଡିଂର କାଚ ଭାଙ୍ଗିବା ଯୋଗୁଁ ତଳେ ଠିଆ ହୋଇଥିବା ୨୦ରୁ ଅଧିକ ଗାଡି କ୍ଷତିଗ୍ରସ୍ତ ହୋଇଛି । ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଆକମ୍ରଣ ୨୦୧୧ରେ ଆମେରିକାରେ ହୋଇଥିବା ୯/୧୧ ଆକ୍ରମଣ ଭଳି ହୋଇଛି ।

ମସ୍କୋର ଦକ୍ଷିଣ-ପୂର୍ବ ଅଞ୍ଚଳର ଗଭର୍ଣ୍ଣର କହିଛନ୍ତି, ରୁଷର ସାରାତୋଭର ଦୁଇଟି ପ୍ରମୁଖ ସହର ଉପରେ ୟୁକ୍ରେନ ଡ୍ରୋନ ଆକ୍ରମଣ କରିଛି । ଜଣେ ମହିଳା ସମତେ ୨ ଜଣ ଆହତ ହୋଇଛନ୍ତି । ଗୋଟିଏ ଘର ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି ।

ସୂଚନାଯୋଗ୍ୟ, ୨୦୦୧ରେ ୯/୧୧ ଆକ୍ରମଣ ଆମେରିକା ଇତିହାସର ସବୁଠାରୁ ବଡ ଆତଙ୍କୀ ଆକ୍ରମଣ । ଏହି ଆକ୍ରମଣରେ ବଡ ବିଲିଡିଂକୁ ଧ୍ୱଂସ କରାଯାଇଥିଲା । ଏଥିରେ ୩୦୦୦ ଲୋକ ମୃତ୍ୟୁବରଣ କରିଥିଲେ । କିନ୍ତୁ ଆଜି ରୁଷର ବିଲିଡିଂ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ ପୂର୍ବ ସ୍ମୃତିକୁ ମନେ ପକାଇ ଦେଇଛି ।

You might also like