୨ଟି ରୁଷ ଅସ୍ତ୍ରାଗାରକୁ ଉଡାଇଲା ୟୁକ୍ରେନ ସେନା, ୪୧ ରୁଷ ସୈନ୍ୟ ମୃତ

କେନ୍ୟୁଜ୍: ୨ଟି ରୁଷ ଅସ୍ତ୍ରାଗାରକୁ ଉଡାଇଲା ୟୁକ୍ରେନ ସେନା। ବିଦେଶୀ ଅସ୍ତ୍ରରେ ରୁଷକୁ କଡା ଜବାବ ଦେଉଛି ୟୁକ୍ରେନ। ୟୁକ୍ରେନର ଆଟାକରେ ୪୧ ରୁଷ ସୈନ୍ୟ ମୃତ। ଏହା ସହ ରୁଷର ୩ ହ୍ଵାଇଜରସ, ଡ୍ରୋନ ଓ ୭ଟି ଅସ୍ତ୍ରଶସ୍ତ୍ର ପରିବହନକାରୀ ଗାଡ଼ିକୁ ଧ୍ୱଂସ ହୋଇଛି।

ଖେରସନର ବେରିସ୍ଲାଭ ଜିଲ୍ଲାରେ ୬ଟି ଏୟାରଷ୍ଟ୍ରାଇକ କରିଛି ୟୁକ୍ରେନ। ରୁଷ ସେନା ଓ ଅସ୍ତ୍ରଶସ୍ତ୍ରକୁ ଟାର୍ଗେଟ କରିଛି। ଏପଟେ ଖେରସନକୁ ପୁନଃଅକ୍ତିଆରକୁ ଆଣିବାକୁ ପ୍ରସ୍ତୁତ ୟୁକ୍ରେନ। ରୁଷିଆକୁ ଖେରସନ ଛାଡିବାର ସମୟ ଆସିଯାଇଛି ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.