କାହିଁକି ୟୁକ୍ରେନ ଯୁବତୀଙ୍କୁ ଜୀବନସାଥୀ ବାଛୁଛନ୍ତି ଚୀନ ପୁରୁଷ? ବିବାହ ପାଇଁ ଲାଗୁଛି ଲମ୍ବା ଲାଇନ୍‌! ଜାଣନ୍ତୁ କେତେକ ପ୍ରମୁଖ କାରଣ…

ୟୁକ୍ରେନ ଉପରେ ଜାରି ରୁଷର ଆକ୍ରମଣ ଭିତରେ ଏବେ ଚୀନରେ ‘ମେଲ-ଅର୍ଡର ବ୍ରାଇଡ୍‌’ ବହୁତ ପପୁଲାର ହେଉଛି। କାହିଁକି ନା, ଚୀନରେ ଓ୍ଵାନ୍‌ ଚାଇଲ୍ଡ ପଲିସି କାରଣରୁ ନିଜ ଦେଶରେ କନ୍ୟା ଖୋଜିବା ମୁସ୍କିଲ ହୋଇ ଯାଉଛି। ଆଉ ଏଥିଯୋଗୁ ଚୀନରେ ଲିଙ୍ଗ ଅନୁପାତ ବି ବହୁତ ଖରାପ ହେବାରେ ଲାଗିଛି, ଯେଉଁ କାରଣରୁ ଚୀନ ପୁରୁଷମାନେ ୟୁକ୍ରେନ ଯୁବତୀଙ୍କ ପ୍ରତି ବହୁତ ଇଣ୍ଟରେଷ୍ଟ୍‍ ନେଉଛନ୍ତି। ଏକ ଅନଲାଇନ େଓ୍ଵବ୍‌ସାଇଟରେ ୟୁକ୍ରେନ କନ୍ୟା ପାଇଁ ଚୀନ ପୁରୁଷଙ୍କର ଲମ୍ବା ଲାଇନ୍‌ ଲାଗିଛି। ଏହି ଡେଟିଂ ସର୍ଭିସ୍‌ର କହିବା ହେଲା, ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ପ୍ରତ୍ୟେକ ଦିନ ପାଖାପାଖି ୫ଟି ଇନ୍‌କ୍ୱାରୀ ଆସୁଥିଲା, ଆଉ ଏବେ ଏହା ଦୁଇ ଗୁଣା ବଢ଼ିଯାଇଛି।

ୟୁକ୍ରେନରେ ମହିଳାଙ୍କ ସଂଖ୍ୟା ପୁରୁଷଙ୍କଠାରୁ ଅଧିକ ରହିଛି। ଚୀନର ପୁରୁଷମାନେ ପୂର୍ବ ୟୁରୋପର ଯୁବତୀମାନଙ୍କୁ ଅଧିକ ପସନ୍ଦ କରୁଛନ୍ତି। କାହିଁକି ନା, ସେମାନେ ଚୀନ ଯୁବତୀଙ୍କ ପରି ପଇସାକୁ ଅଧିକ ପ୍ରାଧାନ୍ୟ ଦେଇ ନ ଥାଆନ୍ତି। ଡେଟିଂ ସର୍ଭିସ୍‌ େଓ୍ଵବ୍‌ସାଇଟ ମୁତାବକ, ବର୍ତ୍ତମାନ ସମୟରେ ୭୪୮ ୟୁକ୍ରେନ ଯୁବତୀ ଚୀନ ସ୍ୱାମୀ ଖୋଜୁଛନ୍ତି। ସେହିପରି ୭୦ ଜଣ ଚୀନ ଯୁବକ ନିଜ ପାଇଁ କନ୍ୟା ଖୋଜୁଛନ୍ତି। ତାହାରି ଭିତରେ ୮ରୁ ୯ ଜଣଙ୍କର ବିବାହ ବି ହୋଇ ସାରିଲାଣି।

ଡେଟିଂ ସର୍ଭିସ୍‌ର ରୁଷୀୟ ମାଲିକ କହିଛନ୍ତି, ଏବେ ୟୁକ୍ରେନ ଯୁବତୀଙ୍କୁ ଡିମାଣ୍ଡ କରି ଅନେକ କ୍ଲାଇଣ୍ଟ୍‌ ଆସୁଛନ୍ତି। ସେମାନେ ଜାଣିଛନ୍ତି କି, ୟୁକ୍ରେନ ଯୁବତୀମାନେ ବର୍ତ୍ତମାନ ଦୁଃଖୀ ଥିବେ ଏବଂ ସେମାନେ ନିଜ ପାଇଁ ଚୀନକୁ ହିଁ ସୁରକ୍ଷିତ ଭାବୁଥିବେ। ବର୍ଷ ବର୍ଷରୁ ୟୁକ୍ରେନ ଯୁବତୀମାନେ ଚୀନ ପୁରୁଷଙ୍କୁ ବିବାହ କରି ଆସୁଛନ୍ତି। କିନ୍ତୁ ୟୁକ୍ରେନ ଉପରେ ରୁଷ ଆକ୍ରମଣ ପରଠାରୁ ଏହି ସଂଖ୍ୟା ଅଧିକ ବଢ଼ି ଯାଇଛି।

Leave A Reply

Your email address will not be published.