ଦେଶ ବିଦେଶ

ପିଲାଙ୍କୁ ସୁରକ୍ଷିତ ଭାବେ ରଖିବା ପାଇଁ ପିଠିରେ ଠିକଣା ଲେଖୁଛନ୍ତି ୟୁକ୍ରେନ ମା’, ଫଟୋ ଦେଖି ଆପଣଙ୍କ ହୃଦୟ ନିଶ୍ଚିତ ଭାଙ୍ଗିଯିବ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜି ୪୦ ଦିନରୁ ଊର୍ଦ୍ଧ୍ୱରେ ପହଞ୍ଚିଲାଣି। କିନ୍ତୁ ଏପର୍ଯ୍ୟନ୍ତ ଯୁଦ୍ଧ ବନ୍ଧ ହେବା ନାଁ ନେଇନାହିଁ। ୟୁକ୍ରେନ୍ ଉପରେ ରୁଷ ଲଗାତର ଆକ୍ରମଣ କରିଚାଲିଛି। ଏହି ଆକ୍ରମଣରେ କିବ୍, ଖାରକିବ୍, ବୁଚା, ଆଦି ସହର ଧ୍ବଂସ ପାଇଗଲାଣି। ଏହି ଆକ୍ରମଣରେ ହଜାର ହଜାର ନାଗରିକଙ୍କ ଜୀବନ ଚାଲିଗଲାଣି। ରାସ୍ତାରେ କେଉଁଠି କୁଢ କୁଢ ଶବ ପଡିଥିବା ଦେଖିବାକୁ ମିଳିଛି। ଏମାନଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ମଧ୍ୟ ରହିଛି। ନିଜ ପିଲାମାନଙ୍କୁ ନେଇ ଚିନ୍ତିତ ହୋଇପଡିଛନ୍ତି ଅଭିଭାବକ।

ଏହା ମଧ୍ୟରେ ଏକ ଭୟାବହ ଚିତ୍ର ସାମ୍ନାକୁ ଆସିଛି। ଜଣେ ମହିଳା ତାଙ୍କ ପିଲା ପିଠିରେ ଠିକଣା ଲେଖିଥିବା ଦେଖିବାକୁ ମିଳିଛି। ଯଦି ତାଙ୍କର କିଛି ହୋଇଯାଏ ତେବେ ତାଙ୍କ ପିଲା ସୁରକ୍ଷିତ ରହିବ ଚିନ୍ତା କରି ମହିଳା ଜଣକ ଏପରି କରିଛନ୍ତି। ଏହି ଫଟୋଟି ଏବେ ସୋସିଆଲ୍ ମିଡିଆରେ ଭାଇରଲ୍ ହେବାରେ ଲାଗିଛି।

ଆନାସ୍ତାସିଆ ଲାପାଟିନା ପେଶାରେ ସାମ୍ବାଦିକା । ସେ ନିଜର ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଜଣେ କୁନି ଝିଅ ପିଠିରେ ନିଜ ଘରର ଠିକଣା ଲେଖାଯାଇଛି। ଏହି ଫଟୋର କ୍ୟାପସନରେ ଲେଖାଯାଇଛି କି, ୟୁକ୍ରେନର ମା’ମାନେ ନିଜ ପିଲାଙ୍କ ପିଠିରେ ଠିକଣା ଲେଖିଛନ୍ତି। ଯଦି ସେମାନଙ୍କର କିଛି ହୁଏ, ତେବେ ସେମାନଙ୍କ ପିଲା ସୁରକ୍ଷିତ ରହିଯିବ। ଫଟୋ ସେୟାର ହୋଇଥିବା ପିଲା ହେଉଛି @ aleksandra.mako।

ଏହି ଫଟୋ ଦେଖିବା ଅତି ହୃଦୟ ବିଦାରକ। ଏହି ଫଟୋ ଦେଖି କାହା ହୃଦୟ ମଧ୍ୟ ଭାଙ୍ଗିପଡିବ। ଏହାସହିତ ୟୁଜର୍ସ ଏହି ଫଟୋ ଦେଖି ପିଲାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି। ଏମିତି କେତେକ ଭିଡିଓ ଏବଂ ଫଟୋ ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ନିଶ୍ଚିତ ବିଚଳିତ କରିବ।

ଖବର ମୁତାବକ, ୟୁକ୍ରେନ୍ ରାଜଧାନୀ କିଭ୍‌ର ଉତ୍ତର ଉପକଣ୍ଠ ସ୍ଥିତ ଏକ ସହର ବୁଚାରୁ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି ତାହା ଅତ୍ୟନ୍ତ ହୃଦୟ ବିଦାରକ। ରୁଷ୍ ସେନା ବୁଚାରେ ଗଣହତ୍ୟା କରିଥିବା ଅଭିଯୋଗ ହୋଇଛି। ରାସ୍ତାରେ କୁଢ଼ କୁଢ଼ ଶବ ପଡ଼ିରହିଥିବାର ଫଟୋ ଭାଇରଲ ହେଉଛି।

ପୋଲିସ ମୁତାବକ, କିଭ୍‌ର ପଶ୍ଚିମରେ ସ୍ଥିତ ଏକ ଗାଁରେ ୫ ଜଣ ନାଗରିକଙ୍କ ଶବ ହାତ ବନ୍ଧା ଯାଇଥିବା ଅବସ୍ଥାରେ ମିଳିଛି। ଏମାନଙ୍କ ମଧ୍ୟରେ ମେୟର, ତାଙ୍କ ସ୍ୱାମୀ ଓ ପୁଅଙ୍କ ଶବ ବି ରହିଛି। ଏହି ଶବ ମୋତିଝିନ୍‌ରେ ମେୟରଙ୍କ ଘର ସୀମାକୁ ଲାଗିଥିବା ଦେବଦାରୁ ଜଙ୍ଗଲରେ ମିଳିଛି। ୪ଟି ଶବ ମାଟି ତଳେ ଅଧା ପୋତା ଥିବା ଅବସ୍ଥାରେ ମିଳିଥିବା ବେଳେ ଗୋଟିଏ କୂଅରୁ ଜବତ କରାଯାଇଛି।  ୫୦ ବର୍ଷୀୟ ମେୟର ଓଲ୍‌ଗା ସୁଖେଙ୍କୋ, ତାଙ୍କ ସ୍ୱାମୀ ଓ ପୁଅକୁ ମାର୍ଚ୍ଚ ୨୪ରେ ରୁଷ୍‌ ସେନା ଅପହରଣ କରି ନେଇ ଯାଇଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ମେୟର ଓ ତାଙ୍କ ସ୍ୱାମୀ ରୁଷ୍‌ ସେନାକୁ ସାହାଯ୍ୟ କରିବାକୁ ମନା କରି ଦେଇଥିଲେ। ଏଣୁ ସେମାନେ ତାଙ୍କୁ ଅପହରଣ କରି ନେଇ ହତ୍ୟା କରିଥିବା ଅନୁମାନ କରାଯାଉଛି।

Swagatika

Recent Posts

ବାଲେଶ୍ବରରେ ଗୋଷ୍ଠୀ ସଂଘର୍ଷ : ୨୦ ତାରିଖ ଦିନ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ୨୦ ତାରିଖ ସକାଳ ୧୦ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ ।  ଆବଶ୍ୟକ ପଡ଼ିଲେ ଇଣ୍ଟରନେଟ…

19 mins ago

ମହାନତା ଦେଖାଇଲେ ନୟାପଲ୍ଲୀ ଥାନା ଅଧିକାରୀ, ଗୁରୁତର ମହିଳାଙ୍କୁ ପହଁଚାଇଲେ ଡାକ୍ତରଖାନା

ଭୁବନେଶ୍ୱର (କେନ୍ୟୁଜ): ଆମେ ଥାଉ ଖବର ସଂଗ୍ରହ ଅନ୍ୱେଷଣରେ । ସେଦିନର ସଂଧ୍ୟା ସମୟର କଥା ମନରୁ ଲିଭିନୁ। ଘଟଣାଟି…

30 mins ago

ହୋମିଓପାର୍ଥିକ ଫାର୍ମାସିଷ୍ଟ ପଦବୀରେ ଚାକିରି ସୁଯୋଗ, ମାସକୁ ଦରମା ୧ ଲକ୍ଷ ଟଙ୍କା

ଯୁବପିଢି ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇଚ୍ଛୁକ ପ୍ରାର୍ଥୀ ହୋମିଓପାଥିକ ଫାର୍ମାସିଷ୍ଟ ପଦବୀରେ ଯୋଗ୍ୟ…

30 mins ago

ବାହା ହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ, ନେଦରଲ୍ୟାଣ୍ଡରେ କଲେ ବିବାହ

ଭୁବନେଶ୍ୱର (କେନ୍ୟୁଜ): ବାହା ହେଲେ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ ।  ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କ…

36 mins ago

କର୍ଣ୍ଣାଟକରେ ବିଜେପି ନେତାଙ୍କ ହୃଦ୍‌ଘାତରେ ମୃତ୍ୟୁ, ପେଟ୍ରୋଲ ଓ ଡିଜେଲ୍‌ ଦରବୃଦ୍ଧିକୁ ନେଇ ଦେଇଥିଲେ ଧାରଣା

କର୍ଣ୍ଣାଟକରେ ଜଣେ ବିଜେପି ନେତାଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ଏଠାରେ ସେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ହଠାତ୍‌…

41 mins ago

ନିଟ୍‌ ମାମଲାରେ ଏନଟିଏକୁ ଜବାବ ମାଗିଲେ ସୁପ୍ରିମକୋର୍ଟ, ହେରଫେର ହୋଇଥିଲେ ସମୟ ପୂର୍ବରୁ ସୁଧାରନ୍ତୁ

ନିଟ୍‌ ପରୀକ୍ଷାକୁ ନେଇ ଉଠିଥିବା ବିବାଦ ଥମିବାରେ ନାଁ ଧରୁନି । ଆଜି ପୁଣି NEET ମାମଲାକୁ ନେଇ ସୁପ୍ରିମକୋର୍ଟରେ…

1 hour ago