ଋଷିଆ ସୈନିକଙ୍କୁ ଖୁଆଇଲେ ୟୁକ୍ରେନ ବାସିନ୍ଦା: ମା’ଙ୍କ ସହ ଭିଡ଼ିଓ କଲ୍ ରେ କଥା ହୋଇ କାନ୍ଦି ପକାଇଲେ ଋଷ ସୈନିକ

ଗୋଟିଏ ପଟେ ଋଷିଆ ଓ ୟୁକ୍ରେନ ଯୁଦ୍ଧ ଆଉ ଅନ୍ୟ ପଟେ ନିଜ ଘର ଛାଡ଼ି ଆସିଥିବା ସୈନିକଙ୍କ କଷ୍ଟ। ଅନେକ ଲୋକ ଏହି ଯୁଦ୍ଧ ପାଇଁ ହଇରାଣ ହରକତ ହେଉଥିବା ବେଳେ ଓ ଋଷ କ୍ରମାଗତ ଭାବେ ୟୁକ୍ରେନ ଉପରେ ଆକ୍ରମଣ କରୁଥିବା ସମୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହାକୁ ଦେଖି ହୁଏତ ଅନେକ ଭାବ ବିହ୍ୱଳ ହୋଇଯିବେ। ଏମିତିକି ଏହି ଭିଡିଓ ଦେଖି ଯୁଦ୍ଧ ବନ୍ଦ ହୋଇଯିବା କଥା ସମସ୍ତେ କହିଛନ୍ତ।

କିଛି ଦିନ ପୂର୍ବରୁ ୟୁକ୍ରେନରେ ଜଣେ ଋଷ ସୈନ୍ୟଙ୍କୁ ଅସହାୟ ଅବସ୍ଥାରେ ଉଦ୍ଧାର କରିଥିଲେ ୟୁକ୍ରେନ ବାସିନ୍ଦା। ଏମିତିକି ଋଷ ସୈନିକ ଜଣେ ଅସହାୟ ଥିଲେ ଓ ଭୋକୋରେ ଥିଲେ ଏବଂ କାନ୍ଦୁଥିଲେ। ଯେତେବେଳେ କିଛି ୟୁକ୍ରେନ ଲୋକ ଏହା ଦେଖିଥିଲେ ସେ ତାଙ୍କୁ ଖାଦ୍ୟ ଓ ଚା’ ଦେଇଥିଲେ। କେବଳ ଏତିକି ନୁହେଁ ସେହି ଋଷ ସୈନିକଙ୍କୁ ତାଙ୍କ ମା’ଙ୍କ ସହ ଫୋନ୍ ଯୋଗେ ଭିଡ଼ିଓ କଲ୍ ରେ କଥା ମଧ୍ୟ କରାଇଥିଲେ। ଏହି ଭିଡିଓକୁ ଆମେରିକାର ମିଡିଆ ସର୍ଭିସ୍ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ସହିତ ଜଡିତ ଜଣେ ସାମ୍ବାଦିକ ଟ୍ୱିଟରରେ ସେୟାର କରିଛନ୍ତି।

 

ଏଥିରେ ସେ ୟୁକ୍ରେନ ଟିଭି ଚ୍ୟାନେଲଗୁଡିକର ଉଦ୍ଧେଶ୍ୟରେ କହିଛନ୍ତି ଯେ ୟୁକ୍ରେନରେ ସ୍ଥାନୀୟ ଲୋକଙ୍କ ହୃଦୟ ମହାନ୍। ତାଙ୍କ ଦେଶକୁ ଆକ୍ରମଣ କରିବାକୁ ଆସିଥିବା ଋଷ ସେନାଙ୍କୁ ଏପରି ଯତ୍ନର ସହିତ ଖାଦ୍ୟ ଦେବା ଏକ ବଡ଼ ଓ ମହାନ୍ କାମ। ଯେତେବେଳେ ତାଙ୍କୁ ଭିଡିଓ କଲ୍ ମାଧ୍ୟମରେ ତାଙ୍କ ମା’ଙ୍କ ସହିତ କଥା କରାହୋଇଥିଲା ସେହି ସମୟରେ ସୈନିକ ଜଣଙ୍କ ଜୋର୍ ରେ କନ୍ଧିଥିଲେ। ତେବେ ଏହି ଭିଡିଓରେ ସେ ହାତରେ କିଛି ଗରମ ଜିନିଷ ପିଉଛନ୍ତି ଏବଂ କିଛି ଖାଉଥିବାର ଦେଖାଯାଇଛି। ଜଣେ ମହିଳା ଏହି ଋଷ ସୈନିକଙ୍କୁ ତାଙ୍କ ଫୋନରୁ ତାଙ୍କ ମା’ଙ୍କ ସହିତ କଥାବାର୍ତ୍ତା କରାଉଥିବା ମଧ୍ୟ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.