ଚାଓମିନ୍‌ ଦେଇ ଭାଇକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କଲା ସମ୍ପର୍କୀୟ ଭାଇ, ସଫଳ ନ ହେବାରୁ ନେଲା ଜୀବନ

ଦୁଷ୍କର୍ମ କରିବାରେ ବିଫଳ ହେବାରୁ ଭାଇର ଜୀବନ ନେଲା ଭାଇ। ଉତ୍ତର ପ୍ରଦେଶର ମଥୁରାରୁ ଆସିଛି ଏଭଳି ଛାତିଥରା ମାମଲା। ଏଠାରେ ଏକ ପ୍ରତିଷ୍ଠିତ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପଢ଼ୁଥିବା ଛାତ୍ରକୁ ତା’ ସମ୍ପର୍କୀୟ ଭାଇ ହତ୍ୟା କରିଛି। ପ୍ରାଥମିକ ତଦନ୍ତରୁ ପୋଲିସ କହିଛି ଯେ ସମ୍ପର୍କୀୟ ଭାଇ ଜଣକ ଏହି ନାବାଳକକୁ ଦୁଷ୍କର୍ମ କରିବାକୁ ଚାହୁଁଥିଲା। କିନ୍ତୁ ସଫଳ ନ ହେବାରୁ ତାକୁ ହତ୍ୟା କରିଛି।

ବରିଷ୍ଠ ପୋଲିସ ଅଧୀକ୍ଷକ ଡା.ଗୌରବ ଗ୍ରୋଭର କହିଛନ୍ତି, ୨୯ ସେପ୍ଟେମ୍ବର ଦିନ ସ୍ଥାନୀୟ ଅଞ୍ଚଳରୁ ଏକ ୧୪ ବର୍ଷୀୟ ବାଳକର ଶବ ମିଳିଥିଲା। ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରିବାରୁ ଏହି ହତ୍ୟାକାଣ୍ଡ ମନୋଜ(୨୧) କରିଥିବା ଜଣାପଡ଼ିଥିଲା। ପରେ ପୋଲିସ ମନୋଜକୁ ଗିରଫ କରିବାରେ ସଫଳ ହୋଇଛି। ଧରାପଡ଼ିବା ପରେ ମନୋଜ ସ୍ୱୀକାର କରିଛି ଯେ ଏହି ହତ୍ୟାକାଣ୍ଡ ସେ ହିଁ ଭିଆଇଛି।

ମନୋଜ କହିଛି ଯେ ସେ ଭାଇ ସହ ବନ୍ଧୁତା କରିବା ପାଇଁ ତାକୁ ଖାଇବାକୁ ଚାଓମିନ୍‌ ଓ ପେଟିସ୍‌ ଦେଉଥିଲା। ପରେ ହସ୍ପିଟାଲର ପରିତ୍ୟକ୍ତ ଘରକୁ ନେଉଥିଲା। ବୁଧବାର ଦିନ ମଧ୍ୟ ସେ ପିଲାଟିକୁ ୧୦୦ ଟଙ୍କା ଦେଇ ଖାଇବାକୁ ନେଇ ଆସିବାକୁ କହିଥିଲା। ସେ ଆସିବା ପରେ ଉଭୟେ ଚାଓମିନ୍‌ ଓ ପେଟିସ୍‌ ଖାଇଥିଲେ। ପରେ ସେ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖାଇ ତାକୁ ରେପ୍‌ କରିବାକୁ ଚାହିଁଥିଲା। କିନ୍ତୁ ବିଫଳ ହେବାରୁ ରାଗରେ ସେଠାରେ ପଡ଼ିଥିବା ଏକ ପଥରରେ ତାକୁ ପିଟି ପିଟି ମାରି ଦେଇଥିଲା। ତେବେ ସତ ସ୍ୱୀକାର କରିବା ପରେ ପୋଲିସ ମନୋଜକୁ ଗିରଫ କରି କୋର୍ଟ ଚାଲାଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.