ପଶ୍ଚିମବଙ୍ଗ ମାଲଦାରେ ଭୁଶୁଡ଼ିଲା ନିର୍ମାଣଧୀନ ବ୍ରିଜ୍‌: ୨ ମୃତ, ୫ ଆହତ

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ମାଲଦାରେ ଭୁଶୁଡ଼ିଲା ନିର୍ମାଣଧୀନ ବ୍ରିଜ୍‌ । ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି । ଖବର ପାଇ ଦମକଳ ବାହୀନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୭ଜଣଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ଲୋକଙ୍କୁ ଚିକିତ୍ସା ପାଇଁ ମାଲଦା ମେଡିକାଲ କଲେଜ ଓ ହରସପିଟାଲକୁ ସ୍ଥାନାନ୍ତର କରାଯାଇଛି ।