ଭୁଷୁଡିଲା ନିର୍ମାଣଧୀନ କୋଠା : ୩ ମୃତ , ୩୦ରୁ ୩୫ଜଣ ଦବି ରହିଥିବା ଆଶଙ୍କା

ନୂଆଦିଲ୍ଲୀ : ଦୁର୍ଘଟଣାରେ ବର୍ତ୍ତମାନ ପର୍ୟ୍ୟନ୍ତ ୩ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। କୋଠା ତଳେ ଏବେବି ୩୦ରୁ ୩୫ଜଣ ଲୋକ ଦବି ରହିଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଇଛି। ପ୍ରଶାସନ ଓ ଏନଡିଆରଏଫ୍ ଟିମ୍ କୋଠା ତଳେ ଫଶି ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିଛନ୍ତି। ଦିଲ୍ଲୀ ଗ୍ରେଟର ନୋଏଡାର ଶାହବେରୀ ଗାଁରେ ଏହି ଦୁଃଖକ ଘଟଣା ଘଟିଛି।

ଗତକାଲି ରାତିରେ ୨ଟି କୋଠାଘର ଭୁଷୁଡି ପଡିଥିଲା। ଗୋଟେ ପୁରୁଣା କୋଠା ଅନ୍ୟ ଏକ ନିର୍ମାଣଧୀନ କୋଠା ଉପରେ ଭୁଷୁଡି ପଡିଥିଲା। ପୁରୁଣା କୋଠାରେ ପ୍ରାୟ ୧୮ଟି ପରିବାର ରହୁଥିଲେ। ଖବର ପାଇ କେନ୍ଦ୍ରମନ୍ତ୍ରୀ ମହେଶ ଶର୍ମା ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ଵିଟ୍ କରି ଆହତଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.