ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ କଲା ଦ୍ୱିତୀୟ ବିବାହ, ପ୍ରଥମ ପତ୍ନୀଙ୍କୁ ଛାଡପତ୍ର: ପାକିସ୍ତାନରେ ବଦଳାଇଲା ଠିକଣା

ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ ଦ୍ୱିତୀୟ ବିବାହ କରିଥିବା ଖବର ମିଳିଛି। ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ଦ୍ୱିତୀୟ ବିବାହ କରିଛନ୍ତି । ଖବର ମୁତାବକ, ପ୍ରଥମ ପତ୍ନୀ ମହଜବିନ ଏପର୍ଯ୍ୟନ୍ତ ଦାଉଦ ଇବ୍ରାହିମ ସହିତ ରହୁଛନ୍ତି । ଦାଉଦଙ୍କ ଦ୍ୱିତୀୟ ପତ୍ନୀ ଜଣେ ପାକିସ୍ତାନୀ ଏବଂ ମୁସଲମାନ ମଧ୍ୟ। ଏହାଛଡା ଦାଉଦ ପାକିସ୍ତାନରେ ଠିକଣା ପରିବର୍ତ୍ତନ କରି ନୂଆ ଠିକଣାରେ ରହୁଛି। ସୁରକ୍ଷା ଯୋଗୁଁ ଦାଉଦ କରାଚୀ ସହରର ଅନ୍ୟ ଏକ ସ୍ଥାନରେ ରହୁଛନ୍ତି ।

ଦାଉଦ ଦ୍ୱିତୀୟ ବିବାହ କରିବା ନେଇ ହସିନା ପାର୍କରଙ୍କ ପୁଅ ଅଲ୍ଲୀ ଶାହା ବା ଦାଉଦଙ୍କ ଭଣଜା ଏହା ଖୁଲାସା କରିଛନ୍ତି । ସେ କହିଛନ୍ତି ଅଣ୍ଡରଓ୍ଵାଲ୍ଡ ଡନ ଦାଉଦ ଇବ୍ରାହିମ ଜଣେ ପାକିସ୍ତାନୀ ମହିଳାଙ୍କୁ ବିବାହ କରିଛନ୍ତି । ଦାଉଦଙ୍କ ଭଣଜା ଏନଆଇଏକୁ ବୟାନ ଦେଇଛନ୍ତି ।


ଦାଉଦଙ୍କ ଭଉଣୀ ହସିନା ପାର୍କରଙ୍କ ପୁଅ ଅଲି ଶାହା ସେପ୍ଟେମ୍ବର ୨୦୨୨ ରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ସମ୍ମୁଖରେ ଏହି ବିବୃତ୍ତି ଦେଇଛନ୍ତି। ସୂଚନାଯୋଗ୍ୟ, ଜାତୀୟ ଅନୁସନ୍ଧାନ ଏଜେନ୍ସି ଅନେକ ସ୍ଥାନରେ ଚଢଉକରି ଦାଉଦ ଇବ୍ରାହିମଙ୍କ ଆତଙ୍କବାଦୀ ନେଟୱାର୍କ ସଂପର୍କରେ ଶହ ଶହ ଲୋକଙ୍କୁ ଗିରଫ କରିଥିଲା। ଏହି ମାମଲାରେ ଏଜେନ୍ସି କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଥିଲା।

ଦାଉଦଙ୍କ ଭଉଣୀ ହସିନା ପାର୍କରଙ୍କ ପୁଅ ଅଲି ଶାହା ଏନଆଇଏକୁ କହିଛନ୍ତି ଯେ, ସେ ଜୁଲାଇ ୨୦୨୨ ରେ ଦୁବାଇରେ ଦାଉଦ ଇବ୍ରାହିମଙ୍କ ପ୍ରଥମ ପତ୍ନୀଙ୍କୁ ଭେଟିଥିଲେ, ଯେଉଁଠାରେ ସେ ତାଙ୍କୁ ଅନ୍ୟ ଜଣେ ମହିଳାଙ୍କ ସହିତ ଦାଉଦଙ୍କ ବିବାହ ବିଷୟରେ କହିଥିଲେ। ଆଉ ଦାଉଦଙ୍କ ପ୍ରଥମ ପତ୍ନୀ ମହଜବୀନ ସେଖ ହ୍ଵାଟସଆପ୍‌ କଲ ଜରିଆରେ ଭାରତରେ ଦାଉଦଙ୍କ ସଂପର୍କୀୟଙ୍କ ସହିତ ଯୋଗାଯୋଗରେ ରହିଛନ୍ତି। ହାସିନା ପାର୍କରଙ୍କ ପୁଅ ଅଲି ଶାହା ମଧ୍ୟ ଦାଉଦ ଇବ୍ରାହିମଙ୍କ କେଉଁଠାରେ ଅଛନ୍ତି ସେ ବିଷୟରେ ଏନଆଇଏକୁ କହିଛନ୍ତି ଏବଂ ଦାବି କରିଛନ୍ତି ଯେ, ଅଣ୍ଡରୱାର୍ଲ୍ଡ ଡନ୍ ଏବେ ମଧ୍ୟ କରାଚୀରେ ରୁହନ୍ତି, କିନ୍ତୁ ତାଙ୍କର ବର୍ତ୍ତମାନ ଠିକଣା ଏବେ ସୁରକ୍ଷା ଦୃଷ୍ଟିରୁ ପରିବର୍ତ୍ତନ କରାଯାଇଛି ।

Leave A Reply

Your email address will not be published.