ବେରୋଜଗାର ଡାକ୍ତର ବିବାହ ପାଇଁ ଖବରକାଗଜରେ ଦେଲେ ଏପରି ବିଜ୍ଞାପନ, ଯାହା ଦେଖିଲେ ବୁଲାଇଦେବ ଆପଣଙ୍କ ମୁଣ୍ଡ

ଆଜିର ଇଣ୍ଟରନେଟ ସମୟରେ ଲୋକମାନେ ନିଜର ବିବାହ ପାଇଁ ମ୍ୟାଟ୍ରିମୋନିୟଲ ୱେବସାଇଟର ସାହାରା ନେଉଛନ୍ତି କିନ୍ତୁ ଆଜିକୁ ପ୍ରାୟ ୧୦ ବର୍ଷ ପୂର୍ବେ ଯେତେବେଳେ ଏହି ସୁବିଧା ନଥିଲା ସେତେବେଳେ ଲୋକମାନେ ପେପରରେ ନିଜର ବିବାହ ପ୍ରସ୍ତାବ ଦେଉଥିଲେ । ଯଦିଓ ଆଜିର ସମୟରେ ବି ଲୋକମାନେ ଏପରି କରୁଛନ୍ତି କିନ୍ତୁ ଏହାର ଚାହିଦା ଏବେ କମ ରହିଛି । ତେବେ ନିକଟରେ ସୋସିଆଲ ମିଡିଆରେ ପେପରରେ ଛପାଯାଇଥିବା ଏକ ବିଜ୍ଞାପନ ଭାଇରଲ ହେବାରେ ଲାଗିଛି । ଯାହାକୁ ଦେଖିବା ପରେ ଲୋକମାନେ ନିଜ ହସ କଣ୍ଟ୍ରୋଲ କରିପାରୁନାହାନ୍ତି ।

Image result for unemployed-doctor-wants-very-fair-extremely-patriotic-bride

ସୂଚନା ଅନୁଯାୟୀ ଏହି ଭାଇରଲ ମ୍ୟାଟ୍ରିମୋନିୟଲ ଆଡ଼କୁ ଜଣେ ଡେଂଟିଷ୍ଟ ଛପାଇଛନ୍ତି । ଯାହାଙ୍କର ନାମ ହେଉଛି ଡାକ୍ତର ଅଭିନବ କୁମାର । ଡାକ୍ତର ଜଣଙ୍କର ବୟସ ୩୧ ବର୍ଷ ହୋଇଥିବା ବେଳେ ସେ ବେରୋଜଗାର ଅଟନ୍ତି କିନ୍ତୁ ଆଡ଼ରେ ସେ କହିଛନ୍ତି ଯେ ତାଙ୍କୁ ବହୁତ ସୁନ୍ଦର, ଭଦ୍ର, ଭରସାଯୋଗ୍ୟ, ଲଭ ଓ କେୟାର କରୁଥିବା, ବାହାଦୂର, ଶକ୍ତିଶାଳୀ ଓ ଧନୀ କନ୍ୟା ଆବଶ୍ୟକ ।

Image result for unemployed-doctor-wants-very-fair-extremely-patriotic-bride

କେବଳ ଏତିକିରେ ଶେଷ ହୋଇନାହିଁ ଡାକ୍ତର ସାହେବଙ୍କ ଆଶା । ନିଜ ଡିମାଣ୍ଡରେ ସେ ଆଗକୁ ଲେଖିଛନ୍ତି ଯେ କନ୍ୟାର କଠୋର ଦେଶଭକ୍ତି ଥିବା ଆବଶ୍ୟକ । ଦେଶର ସେନା ଏବଂ ଖେଳ ପ୍ରତିଭା ବୃଦ୍ଧି କରିବା ପାଇଁ ପ୍ରସ୍ତୁତ ଥିବା ଆବଶ୍ୟକ । ଏହାସହିତ ପିଲା ସମ୍ଭାଳିବା ଓ ପାଳିବାରେ ମଧ୍ୟ ଏକ୍ସପର୍ଟ ହୋଇଥିବ । ଯାହାକୁ କି ସେ ସ୍ୱତନ୍ତ୍ର ଭବେ କ୍ୟାପିଟାଲ ଲେଟର୍ସରେ ଲେଖିଛନ୍ତି । ଏହା ଦ୍ୱାରା ସମସ୍ତଙ୍କ ନଜର ତା ଉପରେ ପଡିବ । ସୋସିଆଲ ମିଡିଆରେ ବର୍ତ୍ତମାନ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।