ଦେଶ ବିଦେଶ

ଆଜି ଆସିବ ବଜେଟ୍‌: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆୟ ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଆଜି ଆସିବ ବଜେଟ୍‌ । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆୟ ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ମହାମାରୀ ପାଇଁ ଦେଶର ଅର୍ଥନୀତି ବିପର୍ଯସ୍ତ ହୋଇପଡ଼ିଥିବାରୁ ଏଥରର ବଜେଟ୍‌ ଅର୍ଥମନ୍ତ୍ରୀଙ୍କ ପାଇଁ ଚ୍ୟାଲେଞ୍ଜ ହେବ । ସବୁ କ୍ଷେତ୍ରର ନଜର ରହିଛି କଣ ପ୍ୟାକେଜ୍‌ ଘୋଷଣା କରିବେ ଅର୍ଥମନ୍ତ୍ରୀ ।

ଏଥର କଣ ଦେବ ଅର୍ଥମନ୍ତ୍ରୀଙ୍କ ପେପରଲେସ୍‌ ବଜେଟ୍‌? ପୂର୍ବାହ୍ନ ୧୧ଟାରେ ଲୋକସଭାରେ ତୃତୀୟ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କରୋନା ମହାମାରୀ ଦେଶର ଅର୍ଥନୀତିକୁ ଧୋଇ ଦେଇଛି। ଭୁଶୁଡ଼ି ଯାଇଛି ଜିଡିପି । ତେଣୁ ସୀତାରମଣଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇଛି ଏଥରର ବଜେଟ୍‌। ଏକ ସମୟରେ ଦେଶର ଅର୍ଥନୀତିକୁ ଆଗକୁ ବଢ଼ାଇବାକୁ ହେବ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବାକୁ ହେବ । ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ଏଥର ବଢ଼ିପାରେ ବ୍ୟୟ ବରାଦ । ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ମୋଟ ଜିଡିପିର ୧ ପ୍ରତିଶତ ବ୍ୟୟ ହେଉଥିବା ବେଳେ ଏଥର ୨.୫ ରୁ ୩ ପ୍ରତିଶତ ପର୍ଯ୍ୟନ୍ତ ବ୍ୟୟ ବରାଦ ହେବା ଆଶାକରାଯାଉଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତିଭୂମି ବଢ଼ାଇବେ ସରକାର ।

କରୋନା ପାଇଁ ସବୁ କ୍ଷେତ୍ର ପ୍ରଭାବିତ ହୋଇଛି । ତେଣୁ ଏଥର ବଜେଟ୍‌ରେ ଆସିପାରେ ଅଧିକ ପ୍ରୋତ୍ସାହନ ପ୍ୟାକେଜ୍‌ । ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ବଜେଟ୍‌ର ଫୋକସ୍‌ରେ ରହିବ । ନିଯୁକ୍ତିକୁ ଅଧିକ ଗୁରୁତ୍ୱ ଦିଆଯାଇପାରେ । ଅଧିକ କ୍ଷତିଗ୍ରସ୍ତ ହୋଇଥିବା ରିଅଲ୍‌ ଇଷ୍ଟେଟ୍‌ କ୍ଷେତ୍ରକୁ ସ୍ୱତନ୍ତ୍ର ନଜର ଦେଇ ପାରନ୍ତି ଅର୍ଥମନ୍ତ୍ରୀ। ଅଧିବେଶନ ଆରମ୍ଭରୁ ମୋଦି କହିଥିଲେ, ଗତ କିଛି ମାସ ଭିତରେ ଅର୍ଥମନ୍ତ୍ରୀ ଅନେକ ମିନି ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏଥର ବଜେଟ୍‌ ତାର ଏକ ନିରନ୍ତରତା ଭାବେ ଦେଖିବାକୁ ମିଳିବ। ଅନ୍ୟପଟେ ଦୁଇ ମାସରୁ ଅଧିକ ସମୟ ଧରି ଚାଷୀଙ୍କ ଆନ୍ଦୋଳନ ଚାଲିଥିବା ବେଳେ କୃଷି କ୍ଷେତ୍ରକୁ ଗୁରୁତ୍ୱ ଦେଇ ପାରନ୍ତି ବୋଲି ଆଶା କରାଯାଉଛି। ବଜେଟ୍‌ ଉପସ୍ଥାପନ ପୂର୍ବରୁ ପୂରା ବଜେଟ୍‌ ଟିମ୍‌ ସହ ନଜର ଆସିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

Sonalisa

Recent Posts

ସ୍କୁଲରେ ପାଠ ପଢ଼ାଇବେ ଅବସରପ୍ରାପ୍ତ ଅତିଥି ଶିକ୍ଷକ

ଭୁବନେଶ୍ୱର: ଅବସରପ୍ରାପ୍ତ ଅତିଥି ଶିକ୍ଷକ ପାଠ ପଢ଼ାଇବେ। ସେମାନଙ୍କ ସହ ଏଗ୍ରିମେଣ୍ଟ ହେବ, ଅଧିକ ଆଲୋଚନା ହୋଇ ନିଯୁକ୍ତି ଦିଆଯିବ।…

7 mins ago

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

22 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

39 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

52 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

1 hour ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

1 hour ago