ନୂଆ ବଜେଟ୍ ନୂଆ ଆଶା କାହାକୁ ମିଳିବ କ’ଣ ? ମହିଳା, ଯୁବପିଢ଼ି, କୃଷକ ଓ ଗରିବଙ୍କୁ ଦିଆଯାଇପାରେ ପ୍ରାଧାନ୍ୟ

ନୂଆଦିଲ୍ଲୀ : ଆଜି ଆସିବ କେନ୍ଦ୍ର ବଜେଟ୍ । ମୋଦି ସରକାରଙ୍କ ତୃତୀୟ ପାଳିର ଆଜି ପ୍ରଥମ ବଜେଟ୍ । ସଂସଦରେ ଚଳିତ ଆର୍ଥିକ ବର୍ଷର ସଂପୂର୍ଣ୍ଣ ଆୟବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।  ଦିନ ୧୧ଟାରେ ସଂସଦରେ ସପ୍ତମ ଥର ପାଇଁ ଦେଶର ଆୟ -ବ୍ୟୟର ହିସାବ ରଖିବେ ଅର୍ଥମନ୍ତ୍ରୀ । ନିର୍ମଳାଙ୍କ ପେଡିରେ କଣ ରହିଛି ତା ଉପରେ ସାରା ଦେଶର ନଜର ରହିଛି । ୨୦୨୪ ଆର୍ଥିକ ବର୍ଷରେ ଦୁଇଟି ବଜେଟ ଉପସ୍ଥାପନ ହେବାକୁ ଯାଉଛି। ନିର୍ବାଚନ ବର୍ଷ ଥିବାରୁ ଫେବୃୟାରୀ ମାସରେ ଅନ୍ତରୀଣ ବଜେଟ ଉପସ୍ଥାପନ ହୋଇଥିଲା ।  ଆଜି ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହେବ । ଲଗାତାର ସପ୍ତମ ଥର ବଜେଟ୍ ଉପସ୍ଥାପନ କରିବେ ନିର୍ମାଣ ସୀତାରମଣ ।

ଏଥର ବଜେଟରୁ ଅନେକ ଆଶା କରାଯାଉଛି । ବିଶେଷ କରି କରଦାତା କିଛି ଛାଡ ଚାହୁଁଛନ୍ତି । ଟିକସ ସ୍ଲାବରେ ପରିବର୍ତ୍ତନ ହେବ କି, ଷ୍ଟାଣ୍ଡର୍ଡ ଡିଡକ୍ସନରେ ବୃଦ୍ଧି ହେବ କି, ୮୦ସିରେ ମିଳୁଥିବା ରିହାତିରେ ବୃଦ୍ଧି ହେବ କି, ଏହା ଉପରେ ନଜର ରଖିଛନ୍ତି କରଦାତା । ଅନ୍ତରୀଣ ବଜେଟରେ ମଧ୍ୟବିତ୍ତଙ୍କ ପାଇଁ ବିଶେଷ କିଛି ନଥିଲା । ଏଥର ମଧ୍ୟବିତ୍ତ ବଡ଼ ଆଶାରେ ଅଛନ୍ତି ।  ସ୍ୱାସ୍ଥ୍ୟ, ଭିତ୍ତିଭୂମି, ଶିକ୍ଷା, ପ୍ରତିରକ୍ଷା ଏବଂ ରିଏଲ ଇଷ୍ଟେଟ ସେକ୍ଟରକୁ ନେଇ ବିଗ୍ ଟିକେଟ୍ ଘୋଷଣା ହୋଇପାରେ ।  ମୋଦି ସରକାରଙ୍କ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଭାରତ କରିବା ନେଇ ଯେଉଁ ଯୋଜନା ରଖିଛନ୍ତି ତାର ରୋଡ ମ୍ୟାପ୍ ଏହି ବଜେଟରେ ଦେଖିବାକୁ ମିଳିପାରେ ।

ନୂଆ ବଜେଟ୍ ନୂଆ ଆଶା

– ୨୦୪୭ ସୁଦ୍ଧା ବିକଶିତ ଭାରତର ରୋଡ ମ୍ୟାପ୍
– ପିଏମ କିଷାନ ସମ୍ମାନ ନିଧିକୁ ବୃଦ୍ଧି କରାଯାଇପାରେ
– କୃଷି କ୍ଷେତ୍ରର ଅଭିବୃଦ୍ଧି ହାରକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ନିଆଯାଇପାରେ
– ଗ୍ରାମାଞ୍ଚଳରେ ପିଏମ୍ ଆବାସ ଯୋଜନାକୁ ନେଇ ହୋଇପାରେ ଘୋଷଣା
– ମନରେଗା କାର୍ଯ୍ୟଦିବସ ବଢ଼ାଇବାର ସମ୍ଭାବନା
– ମହିଳା, ଯୁବପିଢ଼ି, କୃଷକ ଓ ଗରିବଙ୍କ ଉପରେ ଫୋକସ୍
– ନୂଆ ଟିକସ ବ୍ୟବସ୍ଥାରେ ଆୟକର ଛାଡ଼ ସ୍ଲାବକୁ ୫ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇପାରେ
– ଗୃହ ନିର୍ମାଣ ଋଣ ଉପରେ ମଧ୍ୟ ନୂଆ ରିହାତି ମିଳିବାର ସମ୍ଭାବନା
– ଭିତ୍ତିଭୂମି ପାଇଁ ବ୍ୟୟବରାଦ ବୃଦ୍ଧି କରାଯାଇପାରେ
– ଏମଏସଏମଇରେ ବିଶେଷ ଧ୍ୟାନ ଦିଆଯାଇପାରେ
– ଇଭି ବା ଇଲେକ୍ଟିକ ଭେହିକଲ ପାଇଁ ନୂଆ ପ୍ରୋତ୍ସାହନ ରାଶି ଘୋଷଣା କରାଯାଇପାରେ

You might also like