ଓ୍ୱାନ୍ ନେସନ ଓ୍ୱାନ୍ ଇଲେକ୍ସନ ଅର୍ଥାତ୍ ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବକୁ ମୋଦି କ୍ୟାବିନେଟ ମଞ୍ଜୁରୀ ମିଳିଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ । ଏଥିପାଇଁ ଆଜି କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଓ୍ୱାନ ନେସନ ଓ୍ୱାନ୍ ଇଲେକ୍ସନ ବିଲ୍କୁ ସଂସଦରେ ଆଗାମୀ ଶୀତକାଳୀନ ଅଧିବେଶନରେ ଆଗତ ହେବ ବିଲ୍ ।
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ହୋଇଥିବା କମିଟିି ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ମାର୍ଚ୍ଚ ମାସରେ କ୍ୟାବିନେଟ ସାମ୍ନାରେ ରିପୋର୍ଟ ଉପସ୍ଥାପନ ହୋଇଥିଲା । ମୋଦି ୩.୦ର ୧୦୦ ଦିନ ଏଜେଣ୍ଡାରେ ଓ୍ୱାନ ନେସନ ଓ୍ୱାନ ଇଲେକ୍ସନ ରିପୋର୍ଟକୁ କ୍ୟାବିନେଟ ଆଗରେ ରଖିବା ସାମିଲ ଥିଲା ।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ୧୭ ସେପ୍ଟମ୍ବରରେ କହିଥିଲେ କି, ବିଜେପି ନେତୃତ୍ୱରେ ଏନଡିଏ ସରକାର ନିଜ କାର୍ଯ୍ୟକାଳ ମଧ୍ୟରେ ଓ୍ୱାନ ନେସନ ଓ୍ୱାନ ଇଲେକ୍ସନକୁ ଲାଗୁ କରିବ ।
ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତା ସମିତି ଏକ ଦେଶ, ଏକ ନିର୍ବାଚନ ପ୍ରସ୍ତାବ ଉପରେ ୬୨ ପାର୍ଟିମାନଙ୍କୁ ଯୋଗାଯୋଗ କରିଥିଲେ ଏବଂ ଏହା ଉପରେ ଉତ୍ତର ଦେବାକୁ ଥିବା ୪୭ଟି ରାଜନୈତିକ ଦଳରୁ ୩୨ଟି ଏକ ସାଙ୍ଗରେ ନିର୍ବାଚନ କରାଇବାର ଚିନ୍ତାଧାରାକୁ ସମର୍ଥନ କରିଛନ୍ତି । ଅନ୍ୟପକ୍ଷରେ ୧୫ଟି ଦଳ ଏହାର ବିରୋଧ କରିଛନ୍ତି । ରିପୋର୍ଟ ମୁତାବକ, ସମୁଦାୟ ୧୫ଟି ପାର୍ଟି କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।