ଜୁଲାଇରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ, ୩ରେ ପ୍ରଧାନମନ୍ତ୍ରୀ ଡାକିଛନ୍ତି ବୈଠକ

ଜୁଲାଇରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ । ୩ ତାରିଖରେ ସବୁ ମନ୍ତ୍ରୀଙ୍କ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ସଂଗଠନ ସମ୍ପାଦକ ବି ଏଲ୍‌ ସନ୍ତୋଷ ପ୍ରମୁଖ ଉପସ୍ଥିତ ଥିଲେ ।

ଜୁଲାଇରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ । ୩ ତାରିଖରେ ସବୁ ମନ୍ତ୍ରୀଙ୍କ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ସଂଗଠନ ସମ୍ପାଦକ ବି ଏଲ୍‌ ସନ୍ତୋଷ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ବୈଠକ ପରେ ପ୍ରଧାନମନ୍ତ୍ରୀ ସବୁ ମନ୍ତ୍ରୀମାନଙ୍କ ବୈଠକ ଡାକିଛନ୍ତି । ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ଚର୍ଚ୍ଚା ଜୋର ଧରିଛି । ଓଡ଼ିଶାରୁ ଜୁଏଲ ଓରାମ, ସୁରେଶ ପୂଜାରୀ, ସଙ୍ଗୀତା ସିଂହଦେଓ ଓ ବସନ୍ତ ପଣ୍ଡାଙ୍କ ନାଁକୁ ନେଇ ଜୋରାଦାର ଚର୍ଚ୍ଚା ହେଉଛି।

ଏଥିରେ କ୍ୟାବିନେଟ୍‌, ରାଜ୍ୟ ଓ ସ୍ୱାଧୀନ ଦାୟିତ୍ୱ ତୁଲାଉଥିବା ସମସ୍ତ ମନ୍ତ୍ରୀ ଯୋଗ ଦେବେ। ନୂଆଦିଲ୍ଲୀର ପ୍ରଗତି ମଇଦାନର କନଭେନସନ ସେଣ୍ଟରରେ ଏହି ବୈଠକ ଡକାଯାଇଛି। ଏ ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ସଙ୍ଗଠନ ସମ୍ପାଦକ ବିଏଲ. ସନ୍ତୋଷ ପ୍ରମୁଖ ଗତକାଲି ରାତିରେ ଏକ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ।

ଚଳିତ ବର୍ଷ ରାଜସ୍ଥାନ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ମିଜୋରାମ ଭଳି ରାଜ୍ୟରେ ବିଧାନସଭା ନିର୍ବାଚନ ରହିଛି। ତେଣୁ ଏସବୁ ରାଜ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି କିଛି ବରିଷ୍ଠ ଓ ଅଭିଜ୍ଞ ମନ୍ତ୍ରୀଙ୍କୁ ସମ୍ପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ୱ ଦିଆଯିବା ନେଇ ଚର୍ଚ୍ଚା ହେଉଛି। ଦୁଇବର୍ଷ ତଳେ ଅର୍ଥାତ ଜୁଲାଇ ୨୦୨୧ରେ ଶେଷଥର ପାଇଁ ମନ୍ତ୍ରିମଣ୍ଡଳରେ ପ୍ରଧାନମନ୍ତ୍ରୀ ମୋଦୀ ବଡ଼ ଧରଣର ପରିବର୍ତ୍ତନ କରିଥିଲେ। ସେତେବେଳ ୧୨ ଜଣ ମନ୍ତ୍ରୀ ବାଦ୍‌ ପଡିଥିଲେ। ୧୭ ଜଣ ନୂଆ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ।

ରବିଶଙ୍କର ପ୍ରସାଦ, ହର୍ଷବଦ୍ଧନ, ପ୍ରକାଶ ଜାଭେଡକର, ରମେଶ ପୋଖରିୟାଲ ନିଶାଙ୍କ, ସନ୍ତୋଷ ଗଙ୍ଗୱାର ପ୍ରମୁଖ ବାଦ୍‌ ପଡ଼ିଥିଲେ। ସେହିଭଳି ଅଶ୍ୱନି ବୈଷ୍ଣବ, ଜ୍ୟୋତିରାଦିତ୍ୟସିନ୍ଧିଆ, ନାରାୟଣ ରାଣେ, ସର୍ବାନନ୍ଦ ସୋନୱାଲ ପ୍ରମୁଖ ମନ୍ତ୍ରମଣ୍ଡଳରେ ସାମିଲ ହୋଇଥିଲେ। ଏବେ ଓଡ଼ିଶାରୁ ୩ ଜଣ କେନ୍ଦ୍ରମନ୍ତ୍ରୀ ଅଛନ୍ତି। ଦୁଇ ଜଣ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ କାର୍ଯ୍ୟ କରୁଛନ୍ତି। ରାଷ୍ଟ୍ରମନ୍ତ୍ରୀ ଭାବେ ବିଶ୍ୱେଶ୍ୱର ଟୁଡୁ କାର୍ଯ୍ୟ କରୁଛନ୍ତି।

ବିଧାନସଭା ନିର୍ବାଚନ ଓ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏମାନଙ୍କ ମଧ୍ୟରୁ କାହାକୁ ପୂର୍ଣ୍ଣକାଳୀନ ସଙ୍ଗଠନା ଦାୟିତ୍ୱ ମିଳିବ କି। ଯଦି ଏପରି ହୁଏ ତାହାହେଲେ ଓଡ଼ିଶାରୁ ଆଉ ଜଣଙ୍କୁ ମନ୍ତ୍ରି ପଦ ମିଳିପାରେ। ପଶ୍ଚିମଓଡ଼ିଶାରୁ ୫ ଜଣ ସାଂସଦ ଅଛନ୍ତି। ତେଣୁ ପଶ୍ଚିମଓଡ଼ିଶାରୁ ଜଣଙ୍କୁ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ଅଧିକ ରହିଛି।

 

You might also like