ଖୋଲିଛି ନିର୍ମଳାଙ୍କ ବଜେଟ୍ ପେଡ଼ି: ଫୋକସରେ ରୋଜଗାର, କୃଷି ଓ ଗରିବ କଲ୍ୟାଣ

ନୂଆଦିଲ୍ଲୀ : ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସମସ୍ତ ଔପଚାରିକତା ଶେଷ ପରେ ଅର୍ଥମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସହ ସଂସଦରେ ଉପସ୍ଥିତ ହୋଇଥିଲେ ମନ୍ତ୍ରୀଗଣ ଓ ସବୁ ଦଳର ସାଂସଦ । ଏହାପରେ ସ୍ପିକର ଗୃହକୁ ସମ୍ବୋଧନ କରିବା ପରେ ଅର୍ଥମନ୍ତ୍ରୀ ଆଗତ କରିଛନ୍ତି ୨୦୨୪-୨୫ ବର୍ଷ ପାଇଁ ବଜେଟ୍ । ମୋଦୀଙ୍କ ୩ୟ ପାଳିର ଏହା ହେଉଛି ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ।
ଦେଖନ୍ତୁ କଣ କଲେ ଘୋଷଣା:
-ପିଏମ୍ ଗରିବ କଲ୍ୟାଣ ଅନ୍ନ ଯୋଜନା ୫ ବର୍ଷ ପାଇଁ ବଢ଼ିଲା
-ରୋଜଗାର ସହ ଜଡ଼ିତ ପ୍ରୋତ୍ସାହନ ପାଇଁ ୩ ଯୋଜନା ଲାଗୁ ହେବ
-ପିଏମ୍ ଆବାସ ଯୋଜନା ଅଧୀନରେ ୩ କୋଟି ଘର ନିର୍ମାଣ ହେବ
-୨୦ ଲକ୍ଷ ଯୁବକ, ଯୁବତୀଙ୍କୁ କରାଯିବ ଦକ୍ଷ
-ଉଚ୍ଚ ଶିକ୍ଷା ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସହାୟତା
-୫ କୋଟି ଆଦିବାସୀଙ୍କ ପାଇଁ ମଧ୍ୟ ବଡ଼ ଘୋଷଣା
-ଆନ୍ଧ୍ର ପ୍ରଦେଶ ପାଇଁ ସ୍ପେଶାଲ ପ୍ୟାକେଜ୍ ଘୋଷଣା
-ବିହାରରେ ଦୁଇଟି ନୂଆ ବ୍ରିଜ୍, ୨୬ ହଜାର କୋଟିର ଘୋଷଣା
-୫ଟି ରାଜ୍ୟରେ ଜନସମର୍ଥ-ଆଧାରିତ କିସାନ କ୍ରେଡିଟ୍ କାର୍ଡ
-୩୦ ଲକ୍ଷ ଯୁବକ, ଯୁବତୀଙ୍କୁ ଚାକିରି ମିଳିବ
-୫ ବର୍ଷରେ ୪ କୋଟି ନୂଆ ରୋଜଗାର ଘୋଷଣା
-ପୂର୍ବ-ଉତ୍ତର ଅଞ୍ଚଳରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କର ୧୦୦ରୁ ଅଧିକ ଶାଖା
-ମୁଦ୍ରା ଲୋନ୍କୁ ୧୦ ଲକ୍ଷରୁ ବଢ଼ାଇ ୨୦ ଲକ୍ଷ କରାଯିବ
-ବିଶାଖାପାଟନମ୍-ଚେନ୍ନାଇ ଔଦ୍ଦ୍ୟୋଗିକ କରିଡର୍ ପାଇଁ ପାଣ୍ଠି
-ମହିଳା ଏବଂ ବାଳିକାମାନଙ୍କ ପାଇଁ ୩ ଲକ୍ଷ କୋଟିର ଯୋଜନା
-ସରକାର ବିହାର ପାଇଁ ଆର୍ଥିକ ସହାୟତା ବ୍ୟବସ୍ଥା କରିବେ
-ଆନ୍ଧ୍ର ପ୍ରଦେଶର ୩ ଜିଲ୍ଲାକୁ ପଛୁଆ ଅଞ୍ଚଳ ଅନୁଦାନ
-ଗ୍ରାମୀଣ ବିକାଶ ପାଇଁ ୨.୬୬ ଲକ୍ଷ କୋଟି ଟଙ୍କା
-ଫସଲଗୁଡ଼ିକ ପାଇଁ ଉଚ୍ଚ ଏମ୍ଏସ୍ପି (MSP) ଘୋଷଣା
-୧ କୋଟି ଚାଷୀଙ୍କୁ ପ୍ରାକୃତିକ ଚାଷ ପ୍ରଣାଳୀ ଶିଖାଯିବ
– MSME ପାଇଁ କ୍ରେଡିଟ୍ ଗ୍ୟାରେଣ୍ଟି ଯୋଜନା ଘୋଷଣା
-୧ କୋଟି ଯୁବକଙ୍କୁ ୧୨ ମାସର ଇଣ୍ଟର୍ନଶିପ୍
-ନେପାଳରୁ ଆସିବାକୁ ଥିବା ବନ୍ୟା ପାଇଁ କଣ୍ଟ୍ରୋଲ ସିଷ୍ଟମ୍ ତିଆରି ହେବ
– ବିହାରରେ ୨୧,୪୦୦ କୋଟି ଟଙ୍କାରେ ୨୪୦୦ ମେଗାଓ୍ଵାଟ୍ର ନୂଆ ବିଜୁଳି ୟୁନିଟ୍
-ସରକାର ସୁଧ ସବ୍ସିଡି ଯୋଜନା ଆଣିବେ
-ସହରୀ ଆବାସ ପାଇଁ ୨.୨ ଲକ୍ଷ କୋଟି ଟଙ୍କାର ସହାୟତା
-ବିହାରର ଗୟାରେ ଔଦ୍ଦ୍ୟୋଗିକ ବିକାଶକୁ ସମର୍ଥନ ମିଳିବ
-ଶ୍ରମିକମାନଙ୍କ ପାଇଁ ଶସ୍ତା ଘର ତିଆରି କରିବେ ସରକାର
-ପ୍ରଧାନମନ୍ତ୍ରୀ ଜନଜାତୀୟ ଉନ୍ନତ ଗ୍ରାମ ଅଭିଯାନ ଘୋଷଣା
-ଔଦ୍ଦ୍ୟୋଗିକ ଶ୍ରମିକମାନଙ୍କ ପାଇଁ ଆବାସ ସୁବିଧା
-୧୦୦ଟି ସହରରେ ଔଦ୍ଦ୍ୟୋଗିକ ପାର୍କଗୁଡ଼ିକୁ ପ୍ରୋତ୍ସାହନ
-ମେଡିକାଲ କଷ୍ଟମ୍ ଡ୍ୟୁଟି କମ୍ କରିବାକୁ ଘୋଷଣା
-ଜମି ସଂସ୍କାର ଉପରେ ରାଜ୍ୟମାନଙ୍କ ସହିତ ପରାମର୍ଶ କରିବେ ସରକାର
-ଜଳସେଚନ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ଉତ୍ସ ଅଧୀନରେ ୫୦୦ କୋଟି ଟଙ୍କା ସହାୟତା
-ମହିଳାଙ୍କ ନାମରେ ସମ୍ପତ୍ତି ଉପରେ ଷ୍ଟାମ୍ପ୍ ଡ୍ୟୁଟିରେ ଆଶ୍ୱସ୍ତି ଘୋଷଣା
-୧୪ଟି ବଡ଼ ସହର ପାଇଁ ପରିବହନ ସମ୍ବନ୍ଧୀୟ ବିକାଶ ଯୋଜନା
-ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକ୍କିମ୍କୁ ସହାୟତା
-ପରମାଣୁ ରିଆକ୍ଟର ବିକାଶ ଉପରେ ଘରୋଇ କ୍ଷେତ୍ର ସହିତ ସହଭାଗିତା
-ବନ୍ୟା ପରିଚାଳନା ପାଇଁ ଆସାମକୁ ସରକାର ସହାୟତା ପ୍ରଦାନ କରିବେ
-ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାକୁ ପ୍ରୋତ୍ସାହନ ମିଳିବ
-ଗୟାରେ ବିଷ୍ଣୁପଦ ଏବଂ ମହାବୋଧି ମନ୍ଦିର କରିଡର ନିର୍ମାଣ ହେବ
-୨୪ ଘଣ୍ଟା ଶକ୍ତି ଉପଲବ୍ଧ କରାଇବା ପାଇଁ ନୀତି ପ୍ରଣୟନ କରାଯିବ
-ସୁନା, ରୁପା ଶସ୍ତା ହେବ
-ଇଲେକ୍ଟ୍ରିକ୍ ଗାଡ଼ି, ମୋବାଇଲ୍ ଫୋନ୍, ଚାର୍ଜର ଶସ୍ତା ହେବ
-ଅର୍ଥବ୍ୟବସ୍ଥାର ଡିଜିଟାଇଜେସନ ହେବ
-୩ ଲକ୍ଷ ପର୍ଯ୍ୟନ୍ତ ଏବେ କୌଣସି ଟ୍ୟାକ୍ସ ନାହିଁ
-ନୂତନ ବ୍ୟବସ୍ଥାରେ ୭ରୁ ୧୦ ଲକ୍ଷ ମଧ୍ୟରେ ଆୟ ଉପରେ ୧୦ ପ୍ରତିଶତ ଟିକସ
-୩ ପ୍ରକାର କ୍ୟାନ୍ସର୍ ଔଷଧ ଉପରୁ କଷ୍ଟମ ଡ୍ୟୁଟି କମିବ
-ଔଷଧ ଏବଂ ମେଡିକାଲ ଜିନିଷ ଉପରୁ କଷ୍ଟମ ଡ୍ୟୁଟି କମିବ
-ଏକ୍ସରେ ଟ୍ୟୁବ୍ ଉପରୁ ମଧ୍ୟ ଶୁଳ୍କ ହ୍ରାସ ନେଇ ଘୋଷଣା
-ବ୍ୟକ୍ତିଗତ ଆୟକର ସୀମା ଘୋଷଣା କଲେ ଅର୍ଥମନ୍ତ୍ରୀ
-ନୂଆ ବ୍ୟବସ୍ଥା ଅନୁସାରେ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ଶୂନ
-୩ ଲକ୍ଷରୁ ୭ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୫%
-୭ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୦%
-୧୦ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫%
-୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦%
-୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦%
-ମୁଦ୍ରା ଲୋନ୍ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ
-ଲୋନ୍ ସୀମା ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା
-ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍ ପାଇପାରିବେ
-ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା ହେବ
-ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ବିଶେଷ ବ୍ୟବସ୍ଥା ହେବ
-ପିପିପି ମୋଡ୍ରେ ନିର୍ମାଣ ହେବ ରେଣ୍ଟାଲ ହାଉସିଂ ବ୍ୟବସ୍ଥା
-ଡର୍ମିଟୋରୀ ବ୍ୟବସ୍ଥା ରହିବ, ସୁବିଧାରେ ରହିପାରିବେ ଶ୍ରମିକ
-ଦେଶର ବିଭିନ୍ନ ସହରରେ ନିର୍ମାଣ ହେବ ୧୦୦ ଷ୍ଟ୍ରିଟ୍ଫୁଡ୍ ହବ୍
-ବଛା ବଛା ସହରରେ ୧୦୦ ଷ୍ଟ୍ରିଟ୍ଫୁଡ୍ ହବ୍ ଓ ହାଟ ନିର୍ମାଣ ହେବ