ରହିଲାନି ରୁବାବ୍: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଗିରଫ ହେଲେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ପୁଅ

କେନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଗିରଫ । ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ମାମଲାରେ ଆଶିଷ ମିଶ୍ରାଙ୍କୁ ଗିରଫ କଲା ୟୁପି ପୋଲିସ । ଖେରି ହିଂସା ମାମଲାରେ ଆଶିଷ ମୁଖ୍ୟ ଅଭିଯୁକ୍ତ । ୧୨ ଘଣ୍ଟା ଧରି ପଚାରାଉଚରା କରିଥିଲା କ୍ରାଇମ୍‌ବ୍ରାଞ୍ଚ ।

କିଛି ପ୍ରଶ୍ନର ଉତ୍ତର ମଧ୍ୟ ଦେଇନଥିଲେ ଆଶିଷ ମିଶ୍ରା । ଜେରା ବେଳେ ସହଯୋଗ ନ କରିବାରୁ ତାଙ୍କୁ ଗିରଫ କରାଯାଇଛି । ଆଗକୁ ସେ ପୋଲିସ ହେପାଜତକୁ ଯିବେ କି ନାହିଁ ସେନେଇ ସୋମବାର ମାମଲାର ଶୁଣାଣି ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.