ସ୍କୁଲ ଖୋଲିବା ପାଇଁ ଆସିବ ଆଡଭାଇଜରି, ନିର୍ଦ୍ଦିଷ୍ଟ ଯୋଜନା ଅନୁସାରେ ଖୋଲିବାକୁ କେନ୍ଦ୍ର କରୁଛି ବିଚାର

ନୂଆଦିଲ୍ଲୀ : ସ୍କୁଲ ଖୋଲିବା ପାଇଁ ଆସିବ ଆଡଭାଇଜରି। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିବ ଆଡଭାଇଜରି। ଏକ ନିର୍ଦ୍ଦିଷ୍ଟ ଯୋଜନା ଅନୁସାରେ ସ୍କୁଲ ଖୋଲିବାକୁ କେନ୍ଦ୍ର ବିଚାର କରୁଛି। ୧୫ବର୍ଷରୁ ଅଧିକ ବୟସ୍କଙ୍କ ଟିକାକରଣ ଅଭିଯାନ ସହ ଦେଶସାରା ସ୍କୁଲ ଖୋଲିବା ପାଇଁ ଖୁବଶୀଘ୍ର ଆସିପାରେ ଗାଇଡଲାଇନ ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଜାତୀୟ ବିଶେଷଜ୍ଞଙ୍କୁ ଯୋଜନା ପ୍ରସ୍ତୁତ କରିବାକୁ କହିଛନ୍ତି । କ୍ଲାସରୁମରେ କେତେ ପିଲା ବସିବେ, କୋଭିଡ଼ ଗାଇଡ଼ଲାଇନ କିଭଳି ପାଳନ ହେବ, ଏସବୁ ଆଡଭାଇଜରିରେ ଉଲ୍ଲେଖ ହେବ। ଶିଶୁମାନଙ୍କ ମଧ୍ୟରେ କରୋନା ମୃତ୍ୟୁହାର ଓ ରୋଗର ଗମ୍ଭୀରତା କମ ରହିଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ପିଲାମାନେ ସ୍କୁଲ ଆସିବା ସମୟ ହୋଇଯାଇଛି । କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ବନ୍ଦ ରହିଛି ସ୍କୁଲ। କିଛି ରାଜ୍ୟରେ ଆଶିଂକ ଭାବେ ସ୍କୁଲ ଖୋଲାଯାଇଛି।

ତାମିଲନାଡୁରେ ଫେବୃଆରୀ ୧ରୁ ସ୍କୁଲ ଓ କଲେଜ ଖୋଲିବା ନିଷ୍ପତ୍ତି ହୋଇଛି। ମହାରାଷ୍ଟ୍ରରେ ମଧ୍ୟ ଫେବ୍ୃଆରୀ ୧ରୁ କଲେଜ ଖୋଲିବା ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଓଡ଼ିଶାରେ ସ୍କୁଲ କଲେଜ ମଧ୍ୟ ବନ୍ଦ ରହିଛି । ଏବେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.