‘ଏମରଜେନ୍ସି’ର ସ୍ପେଶାଲ ସ୍କ୍ରିନିଂ ରଖିଲେ କଙ୍ଗନା ରାଣାୱତ, ଜାନୁୟାରୀ ୧୭ରେ ରିଲିଜ୍ ହେବ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ

କଙ୍ଗନା ରାଣାୱତଙ୍କ ‘ଏମରଜେନ୍ସି’ ଜାନୁୟାରୀ ୧୭ରେ ସିନେମାଘରେ ରିଲିଜ୍ ହେବ । ଫିଲ୍ମର ରିଲିଜକୁ ନେଇ କଙ୍ଗନା ବହୁତ ଉତ୍ସାହିତ ଅଛନ୍ତି । ରିଲିଜ୍ ପୂର୍ବରୁ ଅଭିନେତ୍ରୀ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ପାଇଁ ନାଗପୁରରେ ଫିଲ୍ମର ସ୍ପେଶାଲ ସ୍କ୍ରିନିଂ ରଖିଥିଲେ । ଅଭିନେତ୍ରୀ ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଥିଏଟର ଭିତରେ ନୀତିନ ଗଡକରୀଙ୍କ ସହ ବସିଥିବାର ନଜର ଆସିଛନ୍ତି କଙ୍ଗନା । ପାଖରେ ଅନୁପମ ଖେର ଛିଡ଼ା ହୋଇଛନ୍ତି । ସେମାନଙ୍କ ମଧ୍ୟରେ କିଛି ବାର୍ତ୍ତାଳାପ ଚାଲିଛି । ନୀତିନ ଗଡକରୀଙ୍କୁ ଦେଖିଲେ ଲାଗୁଛି, ଫିଲ୍ମଟି ତାଙ୍କୁ ବହୁତ ପସନ୍ଦ ଆସିଛି ।
କଙ୍ଗନା ଗତକାଲି କିଛି ଫଟୋ ସେୟାର କରିଥିଲେ, ଯେଉଁଥିରେ ସେ ଶାଢି ପିନ୍ଧିଥିବାର ନଜର ଆସିଥିଲେ । କଙ୍ଗନା ଫ୍ୟାନମାନଙ୍କୁ ଅପଡେଟ୍ ଦେଇଛନ୍ତି ଯେ ସେ ନାଗପୁରରେ ନୀତିନ ଗଡକରୀଙ୍କ ପାଇଁ ସ୍ପେଶାଲ ସ୍କ୍ରିନିଂ ରଖିଥିଲେ ।
କିଛି ଦିନ ତଳେ କଙ୍ଗନା ଅନୁପମ ଖେରଙ୍କ ମା’ ଦୁଲାରୀଙ୍କୁ ଭେଟିଥିଲେ । ଏହି ସମୟର ଏକ ଭିଡିଓ ଅନୁପମ ସେୟାର କରିଥିଲେ । ଏଥିରେ ସେ ଲେଖିଥିଲେ, ‘କଙ୍ଗନା ଓ ଦୁଲାରୀ: ପାହାଡ଼ର ଦୁଇଜଣ ସଶକ୍ତ ମହିଳା । କିଛି ଦିନ ପୂର୍ବରୁ ହଠାତ୍ କଙ୍ଗନା ନିଷ୍ପତ୍ତି ନେଇଥିଲେ ଯେ ସେ ତାଙ୍କ ମା’ଙ୍କଠାରୁ ଆଶୀର୍ବାଦ ନେବାକୁ ଚାହୁଁଛନ୍ତି । ମା’ଙ୍କୁ ପ୍ରସ୍ତୁତ ହେବାକୁ ମଉକା ମିଳିଲା ନାହିଁ । ଏହି କଥା ପାଇଁ ମୁଁ ତାଙ୍କୁ ବହୁତ ଚିଡ଼ାଇଲି । କିନ୍ତୁ ମା’ କଙ୍ଗନାଙ୍କୁ ବହୁତ ଭଲ ପାଇବା ଏବଂ ଆଶୀର୍ବାଦ ଦେଇଥିଲେ’ ।
ଫିଲ୍ମ ‘ଏମରଜେନ୍ସି’ର ନିର୍ଦ୍ଦେଶନା ଦେଇଛନ୍ତି କଙ୍ଗନା ରାଣାୱତ । ଏହି ଫିଲ୍ମ ଐତିହାସିକ ରାଜନୈତିକ ଡ୍ରାମା ଉପରେ ଆଧାରିତ । ଭାରତରେ ଲାଗିଥିବା ଜରୁରୀକାଳୀନ ପରିସ୍ଥିତି ଉପରେ ଏହା ପର୍ଯ୍ୟବସିତ । ଫିଲ୍ମରେ ଶ୍ରେୟସ୍ ତଲପଡେ, ଅଶୋକ ଛାବ୍ରା, ମହିମା ଚୌଧୁରୀ ମୁଖ୍ୟ ଭୂମିକାରେ ନଜର ଆସିବେ ।
Nitin Gadkari attends special screening of ‘Emergency’ film with Kangana Ranaut, Anupam Kher
Read @ANI Story | https://t.co/ZTaPaCNnY6#NitinGadkari #Emergency #KanganaRanaut #Screening pic.twitter.com/1Bzhf19yky
— ANI Digital (@ani_digital) January 12, 2025